ବାବା ବେଶରେ ବୁଲୁଛନ୍ତି ଲୁଟେରା, ବିଭୁତି ଲଗାଇ ଲୁଟୁଛନ୍ତି

Looters come to mobile shop in guise of saints Bolangir

ବଲାଙ୍ଗିର: ସାବଧାନ ! ଆପଣଙ୍କ ସହର ଓ ଗାଁରେ ବି ଏମିତି କେହି ବାବା ବେଶରେ ଆସିପାରନ୍ତି । ବିଭୁତି ଲଗାଇ ଆପଣଙ୍କୁ ବଶୀଭୂତ କରିବା ପରେ ଲୁଟ୍ କରି ଖସିଯାଇ ପାରନ୍ତି । ବିଶ୍ୱାସ ନ ଲାଗିଲେ ବି ସତ । ଏମିତି ଏକ ଲୁଟ୍ ହୋଇଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ବାବା ବେଶରେ ୨ ଜଣ ଏକ ବୋଲେରୋରେ ଆସିଥିଲେ । ଆଉ ମୋବାଇଲ ଦୋକାନୀଙ୍କୁ ବିଭୁତି ଲଗାଇ ବଶୀକରଣ କରିବା ପରେ ଲୁଟି ନେଇଛନ୍ତି । ଆଉ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 Looteras come to mobile shop in guise of saints Bolangir

୨ ଜଣ ବାବା ବେଶରେ ରମେଶଙ୍କ ମୋବାଇଲ୍ ଦୋକାନକୁ ଆସିଥିଲେ । ମହାକାଳ ବାବା ପରିଚୟ ଦେଇ ରମେଶଙ୍କୁ ସେମାନଙ୍କ ପାଇଁ ଚା’ ପାଣି ବ୍ୟବସ୍ଥା କରିବାକୁ କହିଥିଲେ । ଚା’ ପାଣି ପିଇବା ପରେ ଜଣେ ବାବା ଆଶୀର୍ବାଦ ପ୍ରଦାନ କରି ମୁଣ୍ଡରେ ବିଭୁତି ଲଗାଇ ଦେଇଥିଲେ । ବିଭୁତି ଲଗାଇବା ପରେ ଆଉ କିଛି ଜାଣିପାରି ନଥିଲେ ରମେଶ । ତା’ପରେ ରମେସଙ୍କୁ ଝଡ଼ାଫୁଙ୍କା କରିବା ସହ ହାତ ଦେଖିଥିଲେ ବାବା ।

 Looteras come to mobile shop in guise of saints Bolangir

ରମେଶ ଚେତାରେ ଥାଇ କିଛି ଜାଣିପାରି ନଥିଲେ । ଏପରିକି କାହା ସହ କିଛି କଥାବାର୍ତ୍ତା କରିନଥିଲେ । ଏହାର ସୁଯୋଗ ନେଇ ବାବା ବେଶରେ ଆସିଥିବା ଲୁଟେରା ଡ୍ର’ରୁ ସମସ୍ତ ଟଙ୍କା ସହ ମୋବାଇଲ୍ ନେଇ ଫେରାର୍ ହୋଇ ଯାଇଥିଲେ । ପ୍ରାୟ ଘଣ୍ଟାଏ ପରେ ସ୍ୱାଭାବିକ ଅବସ୍ଥାକୁ ଆସିଥିଲେ ରମେଶ । ଦେଖିଲା ବେଳକୁ ଡ୍ର’ରେ ଆଉ ଟଙ୍କା କି ତାଙ୍କର ଦାମୀ ମୋବାଇଲ୍ ନାହିଁ । ଏନେଇ ରମେଶ ସଇଁତଲା ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଜାରି ରଖିଛି ।

Leave a Reply