ବ୍ରିଟେନ୍‌ରେ ପୁଣି ଲକ୍‌ଡାଉନ୍‌, କରୋନାର ନୂଆ ରୁପ ପୁରୁଣାଠୁ ଆହୁରି ଭୟଙ୍କର !

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ପ୍ରକୋପ କମିନଥିବା ବେଳେ କୋଭିଡ୍‌ର ଆଉ ଏକ ରୂପ ନେଇ ହାଇଆଲର୍ଟ । ବୁଧବାରଠାରୁ ଲଣ୍ଡନରେ ପୁଣି କରୋନା ଲକ୍‌ଡାଉନ୍‌ ଭଳି କଟକଣା ଲାଗୁ କରାଯିବ । ଏହି ଭାଇରସ୍‌ କରୋନାର ଅନ୍ୟ ରୂପଠୁ ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି । ଏନେଇ ବୈଜ୍ଞାନିକ ମାନେ ମଧ୍ୟ ମତ ପ୍ରକାଶ କରିଛନ୍ତି ।

ବହୁତ କମ୍ ସମୟରେ ଏକାଧିକ ଲୋକଙ୍କୁ ଏହା ସଂକ୍ରମିତ କରୁଛି । ବୈଜ୍ଞାନିକମାନେ କରୋନାର ଏହି ନୂଆରୂପ ବ୍ୟାପୁଥିବା ଜାଣିବା ପରେ ସରକାରଙ୍କୁ ଏନେଇ ପରାମର୍ଶ ଦେଇଛନ୍ତି । ଭାଇରସର ଭୟାବହତାକୁ ନଜରରେ ରଖି ପୁଣି ବ୍ରିଟେନ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି ।

Know The Three Districts Of Odisha, Where Active Covid Case Less Than 10

ଦକ୍ଷିଣ ଇଂଲଣ୍ଡରେ ଏଭଳି ମାମଲା ହଜାରେରୁ ଅଧିକ ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସ୍ଥିତି ଉପରେ ନଜରରେ ରଖିଛି । କେବଳ ବ୍ରିଟେନ ନୁହଁ, ଅନ୍ୟ କିଛି ଦେଶରେ ମଧ୍ୟ କରୋନାର ଏହି ନୁଆରୂପ ଦେଖିବାକୁ ମିଳିଛି । କରୋନାର ବିଭିନ୍ନ ରୂପ ଭିତରୁ ଏହି ରୂପ ବା ପ୍ରକାର ଅତି ସାଂଘାତିକ ବୋଲି ବିଶେଷଜ୍ଞ କହିଛନ୍ତି । ଦେଶରେ ଫାଇଜର ପକ୍ଷରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଭାଇରସର ନୂଆ ରୂପ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Leave a Reply