ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପାଙ୍କ ସହ କଣ କଥା ହୋଇଥିଲେ ଅଭିନେତ୍ରୀ କୃତି ସେନନ୍ ଜାଣନ୍ତୁ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ନିକଟରେ ତାଙ୍କ ଫ୍ଲାଟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା ପ୍ରଥମ ଥର ପାଇଁ ମୁହଁ ଖୋଲି ନିଜ ପୁଅ ବିଷୟରେ କହିଛନ୍ତି । ସୂଚନା ମୁତାବକ ସୁଶାନ୍ତଙ୍କ ମୃତ୍ୟୁ ପରେ ଅଭିନେତ୍ରୀ କୃତି ସେନନ୍ ତାଙ୍କ ସହ ଦେଖା କରିଥିଲେ ।


ସୂଚନା ଅନୁଯାୟୀ ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେକେ ସିଂହ ଏକ ସାକ୍ଷାତକାରରେ ନିଜ ପୁଅର ଅଭିଳାଷ, ପିଲା ବେଳର ସ୍ମୃତି ଏବଂ ତାଙ୍କ ବିବାହ କରିବାର ଯୋଜନା ବାବଦରେ କଥା ହୋଇଛନ୍ତି । ସୁଶାନ୍ତଙ୍କ ପିତାଙ୍କ ସୂଚନା ଅନୁୟାୟୀ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ରାଜକୁମାର ରାଓ, ଶ୍ରଦ୍ଧା କପୁର, ରଣବୀର ଶୌରୀ ସମେତ ଅନେକ ଲୋକ ଶ୍ମଶାନ ଘାଟରେ ପହଞ୍ଚିଥିଲେ ।

କେକେ ସିଂହଙ୍କ କହିବା ଅନୁୟାୟୀ ଅଭିନେତ୍ରୀ କୃତି ସେନନ୍ ତାଙ୍କ ପାଖକୁ ଆସି କଥା ହୋଇଥିଲେ । କେକେ ସିଂହ କହିଛନ୍ତି ଯେ, ‘ବହୁତ ଲୋକ ଆସିଥିଲେ କିନ୍ତୁ କୃତି ସେନନ୍ ହିଁ ମୋ ସହ ଦେଖା କରିଥିଲେ । ସେ ସାଙ୍ଗରେ ବସି ମୋ ସହ କଥା ହୋଇଥିଲେ । ମୁଁ ତ କଥା ହୋଇପାରୁନଥିଲି କିନ୍ତୁ ସେ ଯାହା କହୁଥିଲେ ମୁଁ ବାସ୍ ଶୁଣୁଥିଲି । ’

କେକେ ସିଂହଙ୍କ ସୂଚନା ଅନୁଯାୟୀ, କୃତି ତାଙ୍କୁ କହିଥିଲେ ଯେ, ସୁଶାନ୍ତ ଜଣେ ଭଲ ମଣିଷ ଥିଲେ । ଏହା ସହିତ ସେ କହିଛନ୍ତି ଯେ, ଅନେକ ଲୋକ ଆସିଥିଲେ କିନ୍ତୁ ସେମାନେ ମାସ୍କ ପିନ୍ଧିଥିବାରୁ ସେ କାହାକୁ ଚିହ୍ନିପାରୁନଥିଲେ ।

ସୁଶାନ୍ତଙ୍କ ବାପା ଏହା ମଧ୍ୟ କହିଛନ୍ତି ଯେ , ତାଙ୍କ ପୁଅ ବିହାର ପାଇଁ ବହୁତ କିଛି କରିବାକୁ ଚାହୁଁଥିଲା । ତାଙ୍କ କହିବା ଅନୁୟାୟୀ ସୁଶାନ୍ତ ବିହାରରେ ସ୍କୁଲ, କଲେଜ, ଡାକ୍ତରଖାନା ଆଦି ନିର୍ମାଣ କରିବାକୁ ଚାହିଁଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସବୁ ଇଚ୍ଛାକୁ ପୂରଣ କରିବା ପାଇଁ ଆଜି ସେ ନାହିଁ ।

 

Leave a Reply