ଅପହଞ୍ଚ ଇଲାକାକୁ ଉପହାର, ଆଉ ଖଟିଆରେ ବୁହା ହେବେନାହିଁ ଗର୍ଭବତୀ

Koraput Administration Introduced Bullet Ambulance In Remote Area

କୋରାପୁଟ: ଜନନୀ ଯନ୍ତ୍ରଣାରୁ ମିଳିବ ମୁକ୍ତି । ଏଣିକି ଆଉ ଖଟିଆରେ ବୁହା ହେବେନାହିଁ ଗର୍ଭବତୀ । ଦୁର୍ଗମ ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଭିନ୍ନ ଉଦ୍ୟମ ଆରମ୍ଭ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୮ଟି ବୁଲେଟ ବାଇକ୍ ଆମ୍ବୁଲାନ୍ସ ଅଣାଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଫଣ୍ଡରୁ ଜିଲ୍ଲା ପ୍ରଶାସନ ନିଜସ୍ୱ ଉଦ୍ୟମରେ ଗୁଜରାଟରୁ ଆଣିଛି ଏହି ବୁଲେଟ୍ ଆମ୍ବୁଲାନ୍ସ ।

Koraput Administration Introduced Bullet Ambulance In Remote Area

୩୦ ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲାକୁ ୮ଟି ବୁଲେଟ୍ ଆମ୍ବୁଲାନ୍ସ ଅଣାଯାଇଛି । ଦୁର୍ଗମ ଅଞ୍ଚଳରେ ଏହାଦ୍ୱାରା ଲୋକେ ଉପକୃତ ହେଲେ ଆଗକୁ ସଂଖ୍ୟା ବଢିବ ବୋଲି ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ । ଜିଲାର ନାରାୟଣପାଟଣା, ବନ୍ଧୁଗାଁ, ଲମତାପୁଟ, ଦଶମନ୍ତପୁର ଭଳି ବ୍ଲକରେ ଏହି ବୁଲେଟ୍ ଆମ୍ବୁଲାନ୍ସକୁ ନିୟୋଜିତ କରାଯିବ ।

Koraput Administration Introduced Bullet Ambulance In Remote Area

ଜିଲ୍ଲାର ଏସବୁ ଅଞ୍ଚଳରେ ୪ ଚକିଆ ଯାନ ଯାଇ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି । ସେହି ସ୍ଥାନରେ ଏହାକୁ ନିୟୋଜିତ କରାଯିବ । ଏହାର ପରିଚାଳନା ଦାୟିତ୍ୱ କାହାକୁ ଓ କଭଳି ଦିଆଯିବ ଦିନେ ଦୁଇଦିନ ଭିତରେ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି ।

Leave a Reply