ମଦ ଦୋକାନକୁ ଯିବା ପୂର୍ବରୁ କରନ୍ତୁ ଏହି କାମ…

1 min read

ଭୁବନେଶ୍ୱର: ଏଣିକି ଅଫ୍‌ ଲାଇନ୍‌ରେ ମଧ୍ୟ ହେବ ମଦ ବିକ୍ରି । ଗ୍ରାହକ ସିଧାସଳଖ ଦୋକାନକୁ ଯାଇ କିଣିପାରିବେ ମଦ । ଉଭୟ ଅନ୍‌ ସପ୍‌ ଏବଂ ଅଫ୍ ସପ୍‌ରେ ବିକ୍ରି ହେବ ମଦ । କେବଳ ଅଫ୍‌ ସପ୍‌ରେ ମଦ ବିକ୍ରି ଯୋଗୁଁ ଭିଡ଼ ହେବା ଆଶଙ୍କା ଥିବାରୁ ଏହାକୁ ଏଡ଼ାଇବା ଲାଗି ଅନ୍‌ ସପ୍‌ରେ ମଧ୍ୟ ମଦ ବିକ୍ରି ଲାଗି ଅନୁମତି ଦେଇଛି ଅବକାରୀ ବିଭାଗ । ଏହା ଦ୍ୱାରା କାଉଣ୍ଟର ସଂଖ୍ୟା ବଢ଼ିବ ଏବଂ ଲୋକଙ୍କ ଭିଡ଼ କମିବ । ଏଥିସହିତ ଭିଡ଼ କମାଇବା ପାଇଁ ଇ ଟୋକେନ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଖୋଲିବ କାଉଣ୍ଟର: ଏମ୍ଆରପି ଦରରେ ସିଧାସଳଖ କିଣିପାରିବେ ମଦ

ତେବେ  ମଦ କିଣିବାକୁ ଯାଉଥିବା ବ୍ୟକ୍ତି ସାମାଜିକ ଦୂରତା ବଜାଇ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମଦ କିଣିବାକୁ ଯିବା ସମୟରେ ସେଠାରେ ଥିବା ବ୍ୟାରିକେଡକୁ ମଧ୍ୟ ସାନିଟାଇଜ୍‌ କରିବେ ।  ମାସ୍କ ପିନ୍ଧି ନଥିଲେ ମଦ ମିଳିବ ନାହିଁ । ଗ୍ରାହକ କିପରି ଭିଡ ନକରିବେ ଏବଂ ସମାଜିକ ଦୂରତା ବଜାଇ ରଖିବେ ତାହା ଦୋକାନୀ ଧ୍ୟାନ ଦେବେ । ଯଦି କୌଣସି କାଉଣ୍ଟର ନିୟମ ଉଲଘଂନ କରନ୍ତି ତେବେ ତାହା ସିଲ୍ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହିତ ପୂର୍ବଭଳି ଅଫ୍‌ ଲାଇନ୍‌ରେ ମଧ୍ୟ ମଦ ବିକ୍ରି ଜାରି ରହିବ ।  ଲୋକେ କାଉଣ୍ଟରକୁ ଯାଇ ଏମ୍‌ଆରପି ରେଟ୍ ମଦ କିଣିପାରିବେ କିନ୍ତୁ ଅନ୍‌ଲାଇନ୍‌ରେ ଖରିଦ କଲେ ପୂର୍ବ ଭଳି ଡେଲିଭେରୀ ଚାର୍ଜ ଦେବାକୁ ପଡ଼ିବ ।

ଅପରପକ୍ଷରେ ଗ୍ରାହକଙ୍କୁ ସିଧାସଳଖ କାଉଣ୍ଟର ଯାଇ ମଦ କିଣିବା ପାଇଁ http://osbc.co.in ପୋର୍ଟାଲରେ ସ୍ଲଟ୍ ବୁକିଂ କରି ଟୋକନ୍ ହାସଲ କରିବାକୁ ପଡ଼ିବ । ଟୋକନ୍ ମିଳିବା ପରେ କାଉଣ୍ଟରକୁ ଯାଇ ମଦ କିଣିପାରିବେ । ତେବେ ଏହି ଭିଡିଓରେ ଦେଖନ୍ତୁ ଆପଣ କିଭଳି ସ୍ଳଟ୍‌ ବୁକ୍ କରି ମଦ କିଣିପାରିବେ ।

 

Leave a Reply