ଘରେ ବସି ଜାଣନ୍ତୁ ଆକାଉଣ୍ଟକୁ ଗ୍ୟାସ ସବସିଡି ଟଙ୍କା ଆସିଲା କି ନାହିଁ

1 min read

ନୂଆଦିଲ୍ଲୀ: ପ୍ରାୟ ସମସ୍ତଙ୍କ ଘରେ ଅଛି ଏଲପିଜି ଗ୍ୟାସ । ପୂର୍ବରୁ, ଗ୍ୟାସ୍ ବୁକ୍ କଲେ, ଆକାଉଣ୍ଟକୁ ଆସୁଥିଲା ସବସିଡି ଟଙ୍କା। ଉଦାହରଣ ସ୍ୱରୂପ, ଯଦି ଗ୍ୟାସ୍ର ମୂଲ୍ୟ ୫୫୦ ଟଙ୍କା ତେବେ ଆପଣଙ୍କଠୁ ୭୫୦ ଟଙ୍କା ଆଦାୟ କରାଯାଏ । ତେବେ ଏହି ୨୦୦ ଟଙ୍କା ହେଉଛି ଆପଣଙ୍କର ସବସିଡି ଯାହାକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯାଏ । ହେଲେ ଏବେ ଏହା ମାତ୍ର ୩୦ ରୁ ୩୫ ଟଙ୍କା ହୋଇଯାଇଛି ।

ଏଭଳି ପରିସ୍ଥିତିରେ ଏହି ଟଙ୍କା ଆପଣଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହୋଇଛି କି ନାହିଁ ତାହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏମିତିରେ ଦେଖିବାକୁ ଗଲେ ଗ୍ୟାସ ସବସିଡି ଟଙ୍କା କୌଣସି ଅସୁବିଧା ବିନା ବ୍ୟାଙ୍କ ଆକାଉଣ୍ଟକୁ ଆସିଯାଏ। କିନ୍ତୁ ବେଳେ ବେଳେ କିଛି ତ୍ରୁଟି ଯୋଗୁ ଏହି ଟଙ୍କା ଆକାଉଣ୍ଟରେ ପହଞ୍ଚେ ନାହିଁ। ଏଭଳି ପରିସ୍ଥିତିରେ, ଏହି ଟ୍ରାଞ୍ଜାକ୍ଶନ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ଗ୍ୟାସ୍ ସବସିଡି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଯାଉଛି କି ନାହିଁ  ।

୧) ଏଥିପାଇଁ ପ୍ରଥମେ ନିଜ ଫୋନରେ ବ୍ରାଉଜରକୁ ଯାଇ www.mylpg.in ଟାଇପ କରି ସର୍ଚ୍ଚ କରନ୍ତୁ। ବର୍ତ୍ତମାନ ଡାହାଣ ପାର୍ଶ୍ୱରେ ଆପଣଙ୍କୁ ବିଭିନ୍ନ ଗ୍ୟାସ କମ୍ପାନୀର ସିଲିଣ୍ଡର ଫଟୋ ଦେଖିବାକୁ ମିଳିବ । ଏଠାରେ ନିଜ ସର୍ଭିସ ପ୍ରୋଭାଇଜରର ଗ୍ୟାସ ଉପରେ କ୍ଲିକ୍ କରନ୍ତୁ।

LPG Cylinder New Rules For Home Delivery From Today Update Mobile Number

୨) ଏହାପରେ ଏକ ନୂଆ ୱିଣ୍ଡୋ ଓପନ ହେବ। ଯାହାକି ଆପଣଙ୍କ ଗ୍ୟାସ ପ୍ରୋଭାଇଡର କମ୍ପାନୀର ୱିଣ୍ଡୋ। ଡାହାଣପାର୍ଶ୍ୱ ଉପରେ ସାଇନ ଇନ୍ ଏବଂ ନ୍ୟୁ ୟୁଜର ଅପଶନ ଦିଆଯାଇଥିବ। ଏଠି କ୍ଲିକ କରନ୍ତୁ।

୩) ଯଦି ଆପଣଙ୍କ ଆଇଡି ପୂର୍ବରୁ ଅଛି ତେବେ ଆପଣଙ୍କୁ ସାଇନ ଇନ୍ କରିବାକୁ ହେବ। ଯଦି ଆଇଡି ନାହିଁ ତେବେ ଆପଣ ନ୍ୟୁ ୟୁଜର ଉପରେ ଟ୍ୟାପ କରନ୍ତୁ ଓ ୱେବସାଇଟରେ ଲଗ୍ ଇନ୍ କରନ୍ତୁ।

୪) ଏହାପରେ ଏକ ନୂଆ ଟ୍ୟାବ୍ ଖୋଲିବ ଯାହାର ଡାହାଣ ପାର୍ଶ୍ୱରେ ଭ୍ୟୁ ସିଲିଣ୍ଡର ବୁକିଂ ହିଷ୍ଟ୍ରିର ବିକଳ୍ପ ମିଳିବ। ଏହାକୁ କ୍ଲିକ କଲେ ଆପଣ ଜାଣିଯିବେ ଯେ ଆପଣଙ୍କୁ କେଉଁ ସିଲିଣ୍ଡର ଉପରେ କେତେ ସବସିଡି ଦିଆଯାଇଛି ଓ କେବେ ଦିଆଯାଇଛି ।

୫) ଆଉ ଯଦି ଆପଣ ଗ୍ୟାସ୍ ବୁକ୍ କରିଛନ୍ତି ହେଲେ ଆପଣଙ୍କୁ ସବସିଡି ଟଙ୍କା ମିଳିନାହିଁ, ତେବେ ଆପଣଙ୍କୁ ଫିଡବ୍ୟାକ୍ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ। ଏଠାରେ ଆପଣ ସବସିଡି ଟଙ୍କା ନ ପାଇବାର ଅଭିଯୋଗ କରିପାରିବେ।

୬) ଏହା ବ୍ୟତୀତ, ଯଦି ଆପଣ ଏପର୍ଯ୍ୟନ୍ତ LPG ID କୁ ଆପଣଙ୍କର ଖାତା ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଆପଣ ବିତରକଙ୍କ ନିକଟକୁ ଯାଇ ଏହା କରିପାରିବେ।

୭) ଏହା ବ୍ୟତୀତ, ଆପଣ ମାଗଣାରେ 18002333555 କୁ କଲ କରି ଏକ ଅଭିଯୋଗ ପଞ୍ଜିକରଣ କରିପାରିବେ।

Leave a Reply