ରାଜନୈତିକ ସଚିବଙ୍କ ଆତ୍ମହତ୍ୟା ଉଦ୍ୟମ, ୟେଦୁ କହିଲେ ମୁଁ କିଛି ଜାଣିପାରିଲିନି…

karnataka-cm-will-be-replaced-after-west-bengal-elections-predicts-bjp-mla-yatnal

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କ ରାଜନୈତିକ ସଚିବ ତଥା ସମ୍ପର୍କୀୟ ଏନ.ଆର. ସାନ୍ତୋଷଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ତାଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ପୋଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ପୋଲିସର କହିବାନୁଯାୟୀ, ଡଲାର୍ସ କଲୋନୀସ୍ଥିତ ବାସଭାବନରେ ସଚିବଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇବା ପରେ ପରିବାର ଲୋକ ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଶୁକ୍ରବାର ବିଳମ୍ବିତ ରାତିରେ ସନ୍ତୋଷଙ୍କୁ ଦେଖିବା ପାଇଁ ୟେଦୁରୁପ୍ପା ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ୟେଦୁ କହିଥିଲେ ଯେ, ତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯାଉଛି । ହେଲେ ସେ ଆହୁରି କହିଛନ୍ତି ଯେ, ସନ୍ତୋଷ ଜଣେ ଖୁସିବାସିଆ ଲୋକ ଥିଲେ । ତାଙ୍କୁ ସବୁବେଳେ ଖୁସି ମିଜାଜରେ ଥିବା ଦେଖାଯାଏ । ଶୁକ୍ରବାର ସକାଳେ ମଧ୍ୟ ତାଙ୍କ ସହ ମୁଁ କଥା ହୋଇଥିଲି ସେ ଖୁସିଥିଲେ । କିନ୍ତୁ ହଠାତ୍‌ ଏଭଳି ଉଦ୍ୟମ କରିବେ ବୋଲି ସେ କେବେ କଳ୍ପନା ବି କରିନଥିଲେ । ସନ୍ତୋଷଙ୍କ ପରିବାର ସହ ଆଲୋଚନା କରି ଏବିଷୟରେ ଜାଣିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ନିଜେ ୟେଦୁ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଘଟଣା ପଛରେ ରହସ୍ୟ କ’ଣ ରହିଛି ସେନେଇ ତଦନ୍ତ କରାଯିବ । ସାନ୍ତୋଷଙ୍କୁ ଚଳିତ ବର୍ଷ ମେ ମାସରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା । ହେଲେ ୟେଦୁରାପ୍ପାଙ୍କ କିଛି ଖାସ୍‌ ଲୋକଙ୍କ ସହ ମତଭେଦ ଥିବାରୁ ସନ୍ତୋଷ ରାଜନୈତିକ ସଚିବ ପଦରୁ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଖବର ଆସିଥିଲା ।

Leave a Reply