Kangana Office Demolition: ହାଇକୋର୍ଟ ପହଞ୍ଚିଲେ କଙ୍ଗନା, କିଛି ସମୟ ପରେ ଶୁଣାଣି

1 min read

ମୁମ୍ବାଇ: କଙ୍ଗନା ରଣାୱତ ମୁମ୍ବାଇ ପହଞ୍ଚିବା ପୂର୍ବରୁ ବିଏମସି କର୍ମଚାରୀ କଙ୍ଗନାଙ୍କ ଅଫିସରେ ହୋଇଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗିବା ଆରମ୍ଭ କରିଛନ୍ତି । କଙ୍ଗନା ଆଜି ଦ୍ୱି ପ୍ରହରକୁ ମୁମ୍ବାଇ ପହଞ୍ଚିବେ । କଙ୍ଗନାଙ୍କ ଅଫିସ୍ ଚଳିତବର୍ଷ ଜାନୁଆରୀରେ ୪୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଛିଡ଼ା ହୋଇଥିଲା । ଗତକାଲି ବିଏମସି ଅଚାନକ ଏକ ନୋଟିସ୍ ଦେଇଥିଲା । ନୋଟିସର ଜବାବ ଦେବାକୁ କଙ୍ଗନାଙ୍କୁ ବିଏମସି ୨୪ ଘଣ୍ଟା ସମୟ ଦେଇଥିଲା । ଆଉ ୨୪ ଘଣ୍ଟା ପୂରିବା ମାତ୍ରେ ହିଁ ଆରମ୍ଭ ହୋଇଛି ଆକ୍ସନ୍ । ବିଏମସିର ଉଚ୍ଛେଦକୁ ବିରୋଧ କରି କଙ୍ଗନା ରଣାୱତ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯାହାର ଶୁଣାଣି ଆଉ କିଛି ସମୟ ପରେ ଆରମ୍ଭ ହେବ ।

kangna office demolition

ବିଗତ ଦିନରେ କଙ୍ଗନା ମୁମ୍ବାଇକୁ ପିଓକେ ସହ କୁଳନା କରିଥିଲେ । ଯାହାକୁ ନେଇ ମହାରାଷ୍ଟ୍ରରେ ସରକାରରେ ଥିବା ଶିବସେନା ବିରୋଧର ପ୍ରଦର୍ଶନ କରି ଆସୁଛି । ଏପରିକି ଶିବସେନାର ମହିଳା କାର୍ଯ୍ୟକର୍ତ୍ତା କଙ୍ଗନା ଫଟୋକୁ ଚପରେ ମାରୁଥିବା ଭିଡିଓରେ ଦେଖାଯାଉଛି ।  ଏଥିସହ ଶିବସେନା ମୁଖପାତ୍ର ସଞ୍ଜୟ ରାୱତ ଓ କଙ୍ଗନାଙ୍କ ମଧ୍ୟରେ ଜାରି ରହିଛି ଟ୍ୱଟ୍ ଯୁଦ୍ଧ । କଙ୍ଗନାଙ୍କୁ ମୁମ୍ବାଇ ଆସିବା ପାଇଁ କହିଥିଲେ ।

ସଞ୍ଜୟଙ୍କ ଟିପ୍ପଣୀର ଜବାବ ଦେଇ କଙ୍ଗନା ମୁମ୍ବାଇ ଆସିବାର ତାରିଖ ପ୍ରକାଶ କରିଥିଲେ । କହିଥିଲେ ସେ ବି ପ୍ରକୃତ ମରାଠା । ମଣିକର୍ଣ୍ଣିକା ଫିଲ୍ମ ତିଆରି କରିବା ଦ୍ୱାରା ମରାଠାଙ୍କ ଗୌରବ ଆହୁରି ଉଚ୍ଚା ହୋଇଥିଲା । ସେ ଯେମିତି ହେଲେ ବି ମୁମ୍ବାଇ ଆସିବେ କିଏ କଣ କରିବ କରୁ ବୋଲି କହିଥିଲେ । ଯାହାପରେ ବିବାଦ ବଢ଼ିବା ସହ ବୟାନବାଜି ଜାରି ରହିଥିଲା । ସୁରକ୍ଷା ଦୃଷ୍ଟିରୁ ଗୃହ ମନ୍ତ୍ରାଳୟ କଙ୍ଗନାଙ୍କୁ Y କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେଇଛି ।

BMC ଉପରେ ବର୍ଷିଲେ କଙ୍ଗନା, ‘ଶୁଣି ନିଅ ବାବର ପୁଣି ବନିବ ମନ୍ଦିର’

Leave a Reply