ଚାଲିଗଲେ ଜାମୁନୀ, ତାଙ୍କ ଆଖିରେ ଦୁନିଆ ଦେଖିବେ ୨ ଜଣ

Jamuni Sethi Of Ganjam Donated Her Two Eye 

ସାନଖେମୁଣ୍ଡି: ପଞ୍ଚଭୂତରେ ବିଲୀନ ହୋଇଛି ଜାମୁନୀ ସେଠୀଙ୍କ ମରଶରୀର । ଅଭାବୀ ପରିବାର ଅନଟନକୁ ଖାତିର୍ ନକରି ସୃଷ୍ଟି କରିଛନ୍ତି ଉଦାହରଣ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି କୋଙ୍କରଡ଼ା ଗାଁର ୪୫ ବର୍ଷୀୟ ଜାମୁନୀ ସେଠୀ ଉଚ୍ଚରକ୍ତ ଚାପ ଯୋଗୁଁ ଆଡପଡ଼ା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ଚାଲି ଯାଇଥିଲା ଜାମୁନୀଙ୍କ ପ୍ରାଣବାୟୁ । ଏଥିରେ ଭାଙ୍ଗି ପଡ଼ିନଥିଲା ଜାମୁନୀଙ୍କ ପରିବାର ବରଂ ଆଖିଦାନ ପାଇଁ ନେଇଥିଲେ ନିଷ୍ପତ୍ତି ।

Jamuni Sethi Of Ganjam Donated Her Two Eye 

ଏହି ପ୍ରୟାସ ସଫଳ ହୋଇଛି । ନେତାଜୀ ଜୟନ୍ତୀରେ ଆଉ ୨ଟି ଜୀବନକୁ ଦୁନିଆ ଦେଖାଇବାକୁ ପ୍ରୟାସ କରିଛନ୍ତି ଜାମୁନୀଙ୍କ ପରିବାର । ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଚକ୍ଷୁଦାନ ସଫଳ ହେଉଥିବାରୁ ଜାମୁନୀଙ୍କ ପରିବାର ଚକ୍ଷୁଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ୨ ଜଣିଆ ଡାକ୍ତରୀ ଟିମ୍ ଆଡ଼ପଡ଼ା ମେଡିକାଲରେ ପହଞ୍ଚି ଅପରେସନ୍ କରି ୨ ଘଣ୍ଟା ମଧ୍ୟରେ ଚକ୍ଷୁ ନେଇଥିବା ବେଳେ ଏହି ଆଖିରେ ଦୁନିଆ ଦେଖିବେ ୨ ଜଣ ।

Jamuni Sethi Of Ganjam Donated Her Two Eye 

୪ ଝିଅ, ଗୋଟିଏ ପୁଅକୁ ନେଇ ଜାମୁନୀଙ୍କ ଅଭାବୀ ପରିବାର । ପୁଅକୁ ଦଇବ ଛଡ଼ାଇ ନେଇଥିବା ବେଳେ ୩ ଝିଅ ବାହା ହୋଇଛନ୍ତି । ଜଣେ ଝିଅ ଜନ୍ମରୁ ଦୃଷ୍ଟିବାଧିତ । ଝିଅର ଦୃଷ୍ଟିଶକ୍ତି ନଥିବାରୁ ପରିବାର ଜାଣିଥିଲା ଜଣେ ଦୃଷ୍ଟିହୀନକୁ କେମିତି ଲାଗେ, ସେ କେମିତି ବଞ୍ଚେ । ଦୃଷ୍ଟିବାଧିତଙ୍କ ବେଦନାକୁ ବୁଝିଥିବା ଜାମୁନୀଙ୍କ ପରିବାର ଚକ୍ଷୁଦାନ କରି ୨ ଜଣଙ୍କୁ ଦୁନିଆର ଆଲୋକ ଦେଖାଇବାରେ ସହାୟକ ହୋଇଛନ୍ତି ।

ଜାମୁନୀଙ୍କ ପାର୍ଥିବଶରୀର ନାହିଁ ସତ କିନ୍ତୁ ତାଙ୍କ ଆଖିରେ ଦୁଇ ଦୁଇ ଜଣ ଦୁନିଆ ଦେଖିବେ । ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ମିଳିଥିବା ବେଳେ ପରିବାର ସଦସ୍ୟଙ୍କ ମନରେ ବି ଆନନ୍ଦ ରହିଛି ।

Leave a Reply