ଜମୁଛି ଜାଲ୍ଲିକଟ୍ଟୁ ପ୍ରତିଯୋଗିତା, ଭାଗ ନେଉଛନ୍ତି ୨ଶହ ଷଣ୍ଢ

ଚେନ୍ନାଇ: ଏକ ପର୍ବ, ଅନେକ ନାମ । ବିଭିନ୍ନ ରାଜ୍ୟରେ ଭିନ୍ନ ପରମ୍ପରା । କିଏ ମକର ସଂକ୍ରାନ୍ତି ତ ଆଉ କିଏ ପୋଙ୍ଗଲ ପୁଣି ପିହୁ । ସେପଟେ ପୋଙ୍ଗଲ ଉପଲକ୍ଷେ ତାମିଲନାଡୁର ମଦୁରାଇଠାରେ ଆରମ୍ଭ ହୋଇଛି ଜାଲ୍ଲିକଟ୍ଟୁ ପ୍ରତିଯୋଗିତା । ପ୍ରାୟ ୨ଶହ ଷଣ୍ଢ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାଲ୍ଲିକଟ୍ଟୁ ପ୍ରତିଯୋଗିତା ପାଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର ।

ସେହିପରି ଏହି ଅନନ୍ୟ ପ୍ରତିଯୋଗିତାରେ ୧୫୦ ପ୍ରତିଯୋଗୀ ଭାଗ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମାବେଶରେ ୫୦ପ୍ରତିଶତରୁ ଅଧିକ ଦର୍ଶକ ସାମିଲ ନ ହେବାକୁ କଟକଣା ଜାରି କରାଯାଇଛି । ଏହି ପ୍ରତିଯୋଗିତା ଯେତିକି ଉତ୍ସୁକତା ଦିଏ, ସେତିକି ଘାତକ ମଧ୍ୟ ସାଜେ ।

୨୦୧୯ରେ ଜାଲ୍ଲିକଟ୍ଟୁ ପ୍ରତିଯୋଗିତା ସମୟରେ ହୃଦ୍‌ଘାତରେ ଜଣେ ଦର୍ଶକଙ୍କ ମୃତ୍ୟୁ ଘଟିଥିଲା । ଏଥିସହ ପ୍ରତିଯୋଗିତାରେ ସାମିଲ ହୋଇଥିବା ୪୦ରୁ ଅଧିକ ଲୋକ ଗୁରୁତର ହୋଇଥିଲେ । ତଥାପି ଚଳିତ ବର୍ଷ ଆୟୋଜିତ ହେଉଛି ଏହି ପ୍ରତିଯୋଗିତା ।

Leave a Reply