ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଏମକେସି ହାଇସ୍କୁଲ ପରିଦର୍ଶନ କଲେ ପ୍ରଣବ

Jajpur MLA Visits His Adopted MKC High School In Baripada

ବାରିପଦା: ବାରିପଦା ଏମକେସି ହାଇସ୍କୁଲ ହେବ ଆଦର୍ଶ ବିଦ୍ୟାଳୟ । ଗତକାଲି ଏହି ହାଇସ୍କୁଲକୁ ଯାଜପୁର ବିଧାୟକ ତଥା ମୟୂରଭଞ୍ଜ ଜିଲ୍ଲାର ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏନେଇ ଆଜି ନିଜେ ବିଧାୟକ ବାରିପଦା ଗସ୍ତ କରି ସ୍କୁଲ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଆଲୁମିନି ସହ ଆଲୋଚନା କରିଛନ୍ତି ବିଧାୟକ । ଏହି ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ଗଢ଼ିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରଣବ ପ୍ରକାଶ ଦାସଙ୍କ ସୂଚନା ଦେଇଛନ୍ତି ।

Jajpur MLA Visits His Adopted MKC High School In Baripada

ମୟୂରଭଞ୍ଜ ଜିଲ୍ଲାର ରାଜତନ୍ତ୍ର ସମୟର ଏହି ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟ ଏବେ ଅନେକ ସମସ୍ୟା ଭିତରେ ଗତି କରୁଛି । ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀ ଗୌରବ ଅର୍ଜନ କରିଛନ୍ତି । ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟର ଆଙ୍ଗିକ ଏବଂ ଆତ୍ମିକ ବିକାଶ କରିବାକୁ ଯୋଜନା ରଖିଥିବା କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ।

Leave a Reply