୯ ତାରିଖରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ସକାଳ ୭ଟାରୁ ଲାଗୁ ହେବ ନିୟମ

1 min read

ଭୁବନେଶ୍ୱର: ମାସ୍କ ଦ୍ୱାରା କରାଯିବ କରୋନା ମୁକାବିଲା । କରୋନା ସଂକ୍ରମଣ ରୋକିବା ନେଇ ସହାୟକ ହେବ ମାସ୍କ । ଦେଶର ପ୍ରଥମ ରାଜ୍ୟରେ ଭାବେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଓଡ଼ିଶା ସରକାର । ଆସନ୍ତା ୯ ତାରିଖ ସକାଳ ୭ଟାରୁ ଘରୁ ବହାରକୁ ଗଲେ ପିନ୍ଧିବାକୁ ପଡ଼ିବ ମାସ୍କ । ଡବଲ ଲେୟର ମାସ୍କ ବ୍ୟବହାର କରିବା ସହ ଏହାକୁ ପୁଣି ବ୍ୟବହାର କରିବା ପୂର୍ବରୁ ଗରମ ପାରି ଧୋଇସାରି, ଅନୁନ୍ୟ ୫ଘଣ୍ଟା ପାଇଁ ଖରାରେ ଶୁଖାଇବେ । ଏହା ପରେ ଯାଇ ମାସ୍କକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଯଦି ଡିସ୍‌ପୋଜାଲ୍ ମାସ୍କକୁ ବ୍ୟବହାର କରୁଛନ୍ତି ତା’ହେଲେ ୬ ଘଣ୍ଟା ପରେ ବାହାର କରି ଏହାକୁ ନଷ୍ଟ କରିବା ଉଚିତ୍‌ ।

ସ୍ୱାସ୍ଥ୍ୟ ବିଭାଗ ଗାଇଡ ଲାଇନ ଅନୁସାରେ ମାସ୍କ ବ୍ୟବହାର କରିବାକୁ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି ।

ସୂଚନା ଯୋଗ୍ୟ କରୋନା ଭୂତାଣୁରୁ ଉପୁଜୁଥିବା କୋଭିଡ-୧୯ରୁ ବର୍ତ୍ତିବା ପାଇଁ ନିର୍ଦ୍ଧିଷ୍ଟ ଭାବେ କୌଣସି ଔଷଧ ବାହାରିନଥିବା ବେଳେ କେବଳ ସତର୍କତା ଓ ସଚେତନତା ମାଧ୍ୟମରେ ହିଁ ଏହାକୁ ରୋକାଯାଇପାରିବ । ଏଣୁ ଡାକ୍ତର ଏବଂ ସରକାରଙ୍କ ପକ୍ଷରୁ ଏ ନେଇ ଗୁରୁତ୍ୱ ଦିଆଯାଇଛି । ଲୋକମାନଙ୍କୁ ଘରେ ରହିବାକୁ କୁହାଯିବା ସହିତ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି ।  ଆଉ ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ସ୍ୱାସ୍ଥ୍ୟ କର୍ମୀ କିମ୍ୱା ଥଣ୍ଡା, କାଶ ହେଉଥିବା ଲୋକେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିନା କୌଣସି ଲକ୍ଷଣ ଥିବା ଲୋକ ପଜିଟିଭ ଚିହ୍ନଟ ହେବାରୁ ବର୍ତ୍ତମାନ ମାସ୍କ ପିନ୍ଧିବା ସମସ୍ତଙ୍କ ବାଧ୍ୟତାମୂଳକ କରାଯାଇଛି ।

 

Leave a Reply