ପରମାଣୁ ବୋମା ଲଗାଇ ଚନ୍ଦ୍ରକୁ ଉଡ଼ାଇବାକୁ ଚେଷ୍ଟା କରୁଥିଲା ଆମେରିକା ! ଜାଣନ୍ତୁ କାହିଁକି ?

International News, America Astronauts, New book claims us planned to nuke the moon in 1950s

ନୂଆଦିଲ୍ଲୀ: ଆମେରିକା ଚେଷ୍ଟାକ କରୁଥିଲା ଚନ୍ଦ୍ରପୃଷ୍ଠକୁ ବମ୍‌ ଲଗାଇ ଉଡ଼ାଇ ଦେବାକୁ ! ଏହା କ’ଣ ସତ ? ଏଭଳି ପ୍ରଶ୍ନ ଏବେ ଅନେକ ଚର୍ଚ୍ଚାରେ ରହିଛି । ତେବେଏହି ଚର୍ଚ୍ଚା କେତେ ଦୂର ସତ ତାହା କାହାକୁ ବି ଜଣା ନାହିଁ । କିମ୍ବା ଏନେଇ କୌଣସି ପ୍ରମାଣ ମଧ୍ୟ ନାହିଁ । ତେବେ ଏଭଳି ଚର୍ଚ୍ଚା ଆସିଲା କେଉଁଠୁ ? ଏହା କେତେ ଦୂର ଯୁକ୍ତି ଯୁକ୍ତ ? କାହିଁକି ଏଭଳି ଅଭିଯୋଗ ଆସିଛି ଆମେରିକା ନାଁରେ ?

MOON ଏକ ଜାତୀୟ ଗଣମାଧ୍ୟମରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ୧୯୫୦ରେ ଆମେରିକା ଚନ୍ଦ୍ର ଉପରେ ବୋମା ପକାଇବାକୁ ଯୋଜନା କରିଥିଲା । ଏମିତିକି ଏହି ପ୍ରସ୍ତାବରେ ଆମେେରିକା ଗମ୍ଭୀରତାର ସହ ବିଚାର ମଧ୍ୟ କରିଥିଲା । ଗୋଟିଏ ପୁସ୍ତକ ଦାବି କରିଛି ଯେ ଆଣବିକ ବମ୍ ସହିତ ଚନ୍ଦ୍ରକୁ ଧ୍ୱଂସ କରିବାକୁ ଆମେରିକା ଯୋଜନା କରିଥିଲା । ଏଭଳି କରିବା ଦ୍ୱାରା ଆମେରିକା ସାରା ବିଶ୍ୱରେ ନିଜର ଦବଦବା ଜାହିର କରିଥାନ୍ତା ବୋଲି ଉକ୍ତ ପୁସ୍ତକରେ ଲେଖାଯାଇଛି ।

MOON

ଏହି ପୁସ୍ତକ ଅନୁଯାୟୀ, ଏମିତି କିଛି ତଥ୍ୟ ରହିଛି ଯାହାକୁ ଆଧର କଲେ ଆମେରିକାର ଏଭଳି ଦୁଃସାହସ କଥା ସାମ୍ନାକୁ ଆସୁଛି । ତେବେ ଉକ୍ତ ତଥ୍ୟଗୁଡ଼ିକୁ ଆମେରିକା ସରକାରଙ୍କ ପକ୍ଷରୁ ଗୋପନୀୟତା ଭାବେ ରଖାଯାଇଥିଲା । ଏହି ଗୋପନୀୟତାକୁ ରଦ୍ଦ କରାଯାଇଛି । ପୁସ୍ତକରେ ଅନେକ ମେମୋ କଥା ମଧ୍ୟ କୁହାଯାଇଛି ଯାହାକି ପୂର୍ବରୁ ଗୋପନୀୟତା ବର୍ଗରେ ରଖାଯାଇଥିଲା । ଏବେ କିନ୍ତୁ ଏହାକୁ ଗୋପନୀୟ ବର୍ଗରୁ ହଟାଯାଇଛି ।

MOON

ଏହା କେଉଁ ପୁସ୍ତକ ?

ଜନ୍ ଗ୍ରୀନୱାଲ୍ଡ  ଜୁନିୟରଙ୍କ ପୁସ୍ତକ ‘ସିକ୍ରେଟ୍ସ ଅଫ୍ ବ୍ଲାକ୍ ଭାଲ୍ଟ’ରେ ଏନେଇ କୁହାଯାଇଛି । ଚନ୍ଦ୍ରପୃଷ୍ଠକୁ ନେଇ ଆମେରିକାର ଉଦ୍ଦେଶ୍ୟ କ’ଣ ଥିଲା ତାହା ଏହି ପୁସ୍ତକରେ କୁହାଯାଇଛି । ଯେତେବେଳେ ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା ଏଥିରେ ଆମେରିକା ଏହାର ଆପୋଲୋ ମିଶନ୍ ଦ୍ୱାରା ଚନ୍ଦ୍ରରେ ପହଞ୍ଚି ବିଜୟ ହାସଲ କରିଥିଲା ସେତେବେର ଏହି ଘଟଣା ବୋଲି ପୁସ୍ତକରେ କୁହାଯାଇଛି । ଶୀତଳ ଯୁଦ୍ଧ ସମୟରେ ଦୁଇ ଦେଶ ମଧ୍ୟରେ ମହାକାଶ ଦୌଡ଼ ଯୋରସାେର୍‌ ଚାଲିଥିଲା ।

MOON

କାହିଁକି ଚନ୍ଦ୍ରକୁ ଉଡ଼ାଇବା ଚାହୁଁଥିଲା ଆମେରିକା ?

ଆମେରିକାରେ ଏଭଳି ପ୍ରସ୍ତାବ ରଖାଯାଇଥିଲା ଯେ, ଚନ୍ଦ୍ରକୁ ପରମାଣୁ ବୋମା ପକାଇ ଉଡ଼ାଇ ଦେବାକୁ । ଯାହାଫଳରେ ସାରା ବିଶ୍ୱରେ ଆମେରିକାର ଦବଦବା ରହିବ । ୧୯୫୯ ରେ, ସୋଭିଏତ୍ ୟୁନିଅନ୍ ଏହି ଦୌଡ଼କୁ ସେତେବେଳେ ଜିତିଥିଲା ​​ଯେତେବେଳେ ସ୍ପୁଟ୍‌ନିକ୍‌ ୧କୁ ସେ ମହାକାଶରେ ପହଞ୍ଚାଇଥିଲା । ସୋଭିଏତ୍‌ ୟୁନିୟନ୍‌ର ଏଭଳି ପଦକ୍ଷେପ ପରେ ଆମେରିକା ଅସ୍ଥିର ହୋଇପଡ଼ିଥିଲା । ତେଣୁ ସେ ଚନ୍ଦ୍ରକୁ ପରମାଣୁ ବୋମା ଦ୍ୱାରା ଉଡ଼ାଇଦେବାକୁ ଯୋଜନା କରିଥିଲା ।

MOON

ସୋଭିଏତ୍ ୟୁନିଅନ୍ ବନ୍ଦ କରିବାକୁ

ଗଣମାଧ୍ୟମର ରିପୋର୍ଟ ଏବଂ ଏହି ପୁସ୍ତକ ଅନୁଯାୟୀ, ଯଦି ସଭିଏତ୍‌ ୟୁନିୟନ୍‌ ଚନ୍ଦ୍ରପୃଷ୍ଠକୁ ନିଜର ରଣନୀତିକ ତଥା ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରେ ତେବେ ପୁରା ଚନ୍ଦ୍ରପୃଷ୍ଠକୁ ଆମେରିକା ଉଡ଼ାଇଦେବ । ଯାହାଦ୍ୱାରା ସୋଭିଏତ ୟୁନିୟନ୍‌ ଦବି ରହିବ ଏବଂ ସାରା ବିଶ୍ୱରେ ଆମେରିକା ନିଜର ପ୍ରାଧାନ୍ୟ ବିସ୍ତାର କରିବ ।

MOON

ଚନ୍ଦ୍ରରେ ସ୍ଥାୟୀ କ୍ୟାମ୍ପ

ଏହି ପୁସ୍ତକରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଚନ୍ଦ୍ର ଉପରେ ଏକ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବାକୁ ଯୋଜନା କରୁଥିଲା ଆମେରିକା । ଏହା ଦ୍ୱାରା ମଧ୍ୟ ସେ ନିଜର ଗୌରବ ବଜାୟ ରଖିବାକୁ ଚେଷ୍ଟା କରିଥିଲା । ଏହି ଯୋଜନାର ନାମ ଥିଲା ‘ପ୍ରୋଜେକ୍ଟ ହୋରିଇଜନ୍’ । ଯେଉଁଥିରେ ୫ଟି ରକେଟ୍ ଉତକ୍ଷେପଣର ବ୍ୟବସ୍ଥା କରାଯାଇଥିଲା । ଏହି ରକେଟ୍‌ରେ ସେହି ସବୁ ସାମଗ୍ରୀ ଚନ୍ଦ୍ରକୁ ପଠାଯାଇଥାନ୍ତା ଯାହା ଦ୍ୱାରା ସେଠାରେ ଏକ ସ୍ଥାନୀୟ କ୍ୟାମ୍ପ୍‌ ପ୍ରତିଷ୍ଠା କରାଯାଇଥାନ୍ତା । ପ୍ରାୟ ୨୦ ଜଣଙ୍କର ରହିବା ଭଳି ବ୍ୟବସ୍ଥା କରିବା ପାଇଁ ପ୍ରସ୍ତୁତି କରାଯାଉଥିଲା ।

Leave a Reply