ମୁମ୍ବାଇ ଉପରେ ବଡ ଧରଣ ଆତଙ୍କବାଦୀ ଆକ୍ରମଣ ସମ୍ଭବନା, ପାକିସ୍ତାନ କରୁଛି ଷଡ଼ଯନ୍ତ୍ର !

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଗୁଇନ୍ଦା ବିଭାଗ ଅନୁଯାୟୀ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇକୁ ଡ୍ରୋନ୍, ରିମୋଟ ନିୟନ୍ତ୍ରିତ ମାଇକ୍ରୋ ଲାଇଟ୍ ଏୟାରକ୍ରାପ୍ଟ, ଏରିଅଲ୍ ମିସାଇଲ୍ କିମ୍ବା ପାରା ଗ୍ଲାଇଡର୍ସ ଦ୍ୱାରା ଆକ୍ରମଣ କରାଯାଇପାରେ । ଆସନ୍ତା ମାସ ହେଉଛି ପର୍ବପର୍ବାଣୀ ମାସ ତେଣୁ ଦୋକାନ ବଜାର ଭିଡ଼ ରହିବ ଏହାକୁ ଦୃଷ୍ଟିରେ ରଖି ଭିଡ଼ ସ୍ଥାନରେ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଭିଆଇପି ଅଞ୍ଚଳରେ ଏଭଳି ଆକ୍ରମଣ ହେବାର ଆଶଙ୍କା ରହିଥିବା ସୂଚନା ମିଳିଛି । ଏପରି ପରିସ୍ଥିତିରେ ଡ୍ରୋନ୍, ଲାଇଟ ଏୟାରକ୍ରାପ୍ଟ, ପାରା ଗ୍ଲାଇଡିଂକୁ ୩୦ ଦିନ ପାଇଁ ନିଷେଧ କରାଯାଇଛି ।

ଏହି ନିଷେଧାଦେଶ ଅକ୍ଟୋବର ୩୦ରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ଜାରି ରହିବ। ପୋଲିସ ପୂରା ସହରରେ ଧାରା ୧୪୪ ଲଗାଇ ଦେଇଛି ଏବଂ ଭିଡ଼ ଉପରେ ମଧ୍ୟ ରୋକ ଲଗାଇଛି । ଗୁଇନ୍ଦା ବିଭାଗରୁ ହାଇ ଆଲର୍ଟ ପାଇବା ପରେ ପୋଲିସ ସତର୍କ ରହିଛି ।

ସର୍ବସାଧାରଣ ସମ୍ପତ୍ତି ହୋଇପାରେ ଆତଙ୍କବାଦୀଙ୍କ ଟାର୍ଗେଟ

ସାର୍ବଜନୀନ ସମ୍ପତ୍ତି ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଗୁଇନ୍ଦା ବିଭାଗର ଚିଠି ପରେ ଏହି ଅଞ୍ଚଳରେ ସମସ୍ତ ଉଡ଼ାଣ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆଦେଶ ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେ କେହି ବି ଏହି ଆଦେଶ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଆଇପିସି ୧୮୬୦ ର ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚେତାବନୀ ଦେବା ସହ ପୋଲିସ କହିଛି ଯେ, ସାଧାରଣ ଲୋକ ଭୟଭୀତ ହୁଅନ୍ତୁ ନାହିଁ ବରଂ ସତର୍କ ରୁହନ୍ତୁ ।

Leave a Reply