ବିଶ୍ୱ ଦେଖିଲା ବନ୍ଧୁତ୍ୱ: ସାଧାରଣତନ୍ତ୍ର ପରେଡରେ ବାଂଲାଦେଶ ସେନା

1 min read

ନୂଆଦିଲ୍ଲୀ: ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏବଂ ଉପସ୍ଥିତ ରହିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଚଳିତ ସାଧାରଣତନ୍ତ୍ର ଦିବସ ରହିଥିଲା କିଛି ସ୍ୱତନ୍ତ୍ର । ପ୍ରତିବର୍ଷ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଅତିଥି ଭାବେ ଯୋଗଦାନ କରୁଥିବାବେଳେ ଚଳିତବର୍ଷ କେହି ନଥିଲେ ଅତିଥି । ବଂର ଏହି ଶୂନ୍ୟତା ପୁରଣ କରିଥିଲେ ପଡୋଶୀ ବନ୍ଧୁରାଷ୍ଟ୍ରର ସେନା ।

ବାଲାଂଦେଶର ତିନି ସେନା ବାହିନୀ ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିଲେ । ସ୍ଥଳ ସେନା, ନୌ-ସେନା ଏବଂ ବାୟୁସେନା ଦେଖାଇଥିଲେ ନିଜ ନିଜର ଶକ୍ତି । ଦିଲ୍ଲୀ ରାଜପଥରେ ବନ୍ଧୁରାଷ୍ଟ୍ର ବାଲାଂଦେଶ ସେନାର ସାମର୍ଥ୍ୟ ଦେଖିଥିଲା ଭାରତ । ୧୯୭୧ ବାଲାଂଦେଶ-ପାକିସ୍ତାନ ଯୁଦ୍ଧରେ ସାଥ ଦେଇଥିଲା ଭାରତ । ପାକିସ୍ତାନକୁ ପରାସ୍ତ କରିବାର ମୁଖ୍ୟ ଭୂମିକା ଲିଭାଇଥିଲା ଭାରତ । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଅକ୍ଷୁର୍ଣ୍ଣ ରହିଆସିଛି ବନ୍ଧୁତା ।

ସେପଟେ ୧୯୭୧ ମସିହା ଯୁଦ୍ଧକୁ ୫୦ ବର୍ଷ ପୁରିଛି । ଏହି ଐତିହ୍ୟ ଦିନକୁ ସ୍ମରଣ କରିବା ପାଇଁ ଭାରତର ସାଧାରଣତନ୍ତ୍ର ଦିବସରେ ଯୋଗଦେଇଛି ବାଂଲାଦେଶ ସେନା । ବନ୍ଧୁ ରାଷ୍ଟ୍ର ଭାରତର ଶୌର୍ଯ୍ୟକୁ ସମ୍ମାନ ଜଣାଇ ପରେଡରେ ସାମିଲ ହୋଇଛି ବିଦେଶୀ ସେନା । ଯାହା ଦୁଇ ଦେଶ ଭିତରେ ରହିଥିବା ବନ୍ଧୁତାର ନିଦର୍ଶନ ଦେଇଛି ।

Leave a Reply