ଓଡ଼ିଶାରେ ଭାରତର ପ୍ରଥମ ବୃହତ Covid-19 ହସ୍ପିଟାଲ

1 min read

ଭୁବନେଶ୍ୱର: ପିପିପି ମଡେଲରେ ଓଡ଼ିଶାରେ ପ୍ରତିଷ୍ଠା ହେବ ଭାରତର ପ୍ରଥମ କୋଭିଡ- ୧୯ ହସ୍ପିଟାଲ । ଏନେଇ କିମ୍ସ୍, ସମ୍ ହସ୍ପିଟାଲ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ରାଜିନାମା ହୋଇଛି । ଏହା ଆସନ୍ତା ୧୫ ଦିନ ମଧ୍ୟରେ କର୍ଯ୍ୟକ୍ଷମ ହେବ । ଏଥିରେ କେବ କରୋନା ସଂକ୍ରମିତଙ୍କ ଚିକିତ୍ସା ହେବ । ଏନେଇ ଓଡ଼ିଶା ସରକାର ସୂଚନା ଦେଇଛନ୍ତି ।

ଆଜି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଓଏମସି ଅଧ୍ୟକ୍ଷ ଭିନିଲ କ୍ରିଷ୍ଣା, ମହାନଦୀ କୋଲ ଫିଲ୍ଡ ଅଧକ୍ଷ ଏସଏସ ପଣ୍ଡା ଓ ଦୁଇଟି ବେସରକାରୀ ହସ୍ପିଟାଲ ମଧ୍ୟରେ ଏନେଇ ତ୍ରିପାକ୍ଷିକ ରାଜିନାମା ହୋଇଛି । ପ୍ରଥମ ରାଜିନାମା କିମ୍ସ ସହ ସ୍ୱାକ୍ଷରିତ ହୋଇଛି । ସେହିଭଳି ଦ୍ୱିତୀୟ ରାଜିନାମା ସମ୍ ହସ୍ପିଚାଲ ସହ କରାଯାଇଛି । ପିପିପି ମଡେଲରେ ଭାରତର ପ୍ରଥମ କୋଭିଡ-୧୯ ହସ୍ପିଟାଲ ଓଡ଼ିଶାରେ ତିଆରି ହବ। ଯୁଦ୍ଧକାଳୀନ ଭିତ୍ତିରେ ୧୪ ଦିନ ମଧ୍ୟରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ୨ଟି ଯାକ ହସ୍ପିଟାଲରେ ୧୦୦୦ ବେଡ ରହିବ ।  ହସ୍ପିଟାଲ ପ୍ରତିଷ୍ଠା ପାଇଁ ବେସରକାରୀ ସଂସ୍ଥ୍ୟା, ଧନାଢ୍ୟ ତଥା ଓଡ଼ିଶା ସରାକାର ଆବଶ୍ୟକ ଆର୍ଥ ଯୋଗାଇଦେବେ ।  ଏନେଇ ଆଜି ଓଡ଼ିଶା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

ରାଜ୍ୟ ବାହାରେ ଥିବା ଓଡ଼ିଆ ଏବଂ ପ୍ରବାସୀ ଶ୍ରମିକଙ୍କ ଭରଣ ପୋଷଣ ବହନ କରିବେ ରାଜ୍ୟ ସରକାର

ଲକ୍ ଡାଉନ୍‌ ଯୋଗୁଁ ଓଡ଼ିଶା ବାହାରେ ଅଟକଥିବା ଓଡ଼ିଆ ଶ୍ରମିକଙ୍କ ଭରଣ ପୋଷଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏଥିସହିତ ଅନିଶ୍ଚିତକାଳ ଯାଏଁ ଓଡ଼ିଶାରେ ଅଟକଥିବା ପ୍ରବାସୀ ଶ୍ରମିକଙ୍କ ଭରଣ ପୋଷଣ ଖର୍ଚ୍ଚ ମଧ୍ୟ ବହନ କରିବେ ରାଜ୍ୟ ସରକାର । ଏ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆଙ୍କ ରକ୍ଷଣ ବେକ୍ଷଣ ନେଇ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଚିଠି ଲେଖିଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply