India Corona Updates: ସ୍ଥିତି ସଙ୍ଗୀନ, ଶେଷ ୨୪ ଘଣ୍ଟାରେ ୧,୦୬୫ ଜୀବନ ଗଲା

1 min read

ନୂଆଦିଲ୍ଲୀ: କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ । ସାରା ଦେଶରେ ସ୍ଥିତି ଗମ୍ଭୀର । ପ୍ରତିଦିନ କରୋନା ନିଜ ରେକର୍ଡ଼ ନିଜେ ଭାଙ୍ଗୁଛି । ଏହି କ୍ରମରେ ଶେଷ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୯୦ହଜାର ୬୩୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ହଜାରେ ୬୫ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୪୧ଲକ୍ଷ ୧୩ହଜାର ୮୧୨ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି  ୮ ଲକ୍ଷ ୬୨ହଜାର ୩୨୦ । କରୋନାରୁ ସୁସ୍ଥ ହେଲେଣି ୩୧ଲକ୍ଷ ୮୦ହଜାର ୮୬୬ଜଣ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୭୦ହଜାର ୬୨୬ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମହାରାଷ୍ଟ୍ରରେ ୮ଲକ୍ଷ ୮୩ହଜାର ୮୬୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬ହଜାର ୨୭୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ସେହିପରି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ୪ଲକ୍ଷରୁ ଅଧିକ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟାଯଥାକ୍ରମେ ୪ହଜାର ୩୪୭ ଓ ୭ହଜାର ୭୫୧ । କର୍ଣ୍ଣାଟକରେ ୩ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଲେ ୟୁପିରେ ୨ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା, ଆସାମ, ଓଡିଶା ଓ ଗୁଜୁରାଟରେ ଲକ୍ଷେରୁ ଅଧିକ ଲେକାଏଁ କରୋନା ସଂକ୍ରମିତ ଚିହ୍ନଟ ହେଲେଣି ।

Leave a Reply