ପାକିସ୍ତାନ ଜେଲରେ ୫୫ ବର୍ଷର କଷଣ; ବିର୍ଜୁଙ୍କ ପରେ ଆଉ ଏକ ଓଡ଼ିଆ ପୁଅର ସଂଘର୍ଷର ଗାଥା…

1 min read

ଭଦ୍ରକ: ପୁଣି ପାକିସ୍ତାନରେ ଆଉ ଜଣେ ବିର୍‌ଜୁ  । ଘରକୁ ଫେରିବାକୁ ଚାହିଁ ଚାହିଁ ଆଖିରୁ ଲୁହ ଶୁଖିଲାଣି । ୧୯୬୫ ମସିହାରୁ ୫୫ବର୍ଷ ହେଲାଣି ପାକିସ୍ତାନ ଜେଲରେ ଅଛନ୍ତି ଭଦ୍ରକର ଆନନ୍ଦ ପତ୍ରୀ  । ୩୧ ବେଙ୍ଗଲ ଡିଫେନ୍ସ ରେଜିମେଣ୍ଟର- ଜି କମ୍ପାନୀର ସେ ସିପାହୀ ଥିଲେ । ୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା  । ସେହି ଯୁଦ୍ଧରେ ପାକିସ୍ତାନ ଦ୍ୱାରା ବନ୍ଦୀ ହୋଇଥିଲେ ଆନନ୍ଦ  । ବନ୍ଦୀ ହେବା ପରେ ଆଉ ଘରକୁ ଫେରିନାହାନ୍ତି  ।

ସରକାରଙ୍କ ସହାୟତାରେ ସୁନ୍ଦରଗଡ଼ର ବିର୍‌ଜୁ ଘରକୁ ଫେରିବା ପରେ ଆନନ୍ଦଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପୁଅ ବିଦ୍ୟାଧର ପତ୍ରୀ ଓ ସାରା ପରିବାର  । ଭାରତ ସରକାର ବିର୍‌ଜୁଙ୍କ ଫେରାଇ ଆଣିଲା ପରି ଆନନ୍ଦଙ୍କ ଫେରିବା ପାଇଁ ଯଦି କିଛି ବ୍ୟବସ୍ଥା କରନ୍ତେ ତାହେଲେ ବାପା ଫେରିପାରନ୍ତେ ବୋଲି ଆନନ୍ଦଙ୍କ ପୁଅ ବିଦ୍ୟାଧର କହିଛନ୍ତି ।

ଅଞ୍ଚଳବାସୀଙ୍କର ମଧ୍ୟ ସମାନ କଥା । ସରକାରଙ୍କ ଉଦ୍ୟମରେ ଯଦି ଆନନ୍ଦ ଫେରିପାରନ୍ତେ ତେବେ ଅତିକମରେ ନିଜ ମାଟିରେ ମରିବାର ସୌଭାଗ୍ୟ ଟିକକ ତାଙ୍କୁ ମିଳନ୍ତା । ଜୀବନର ବାରେ’ଣା ସମୟ ସେ ପାକିସ୍ତାନ ଜେଲରେ ନିର୍ଯାତନାରେ କାଟିଦେଲେ । ଏଭଳି ତ୍ୟାଗକୁ ଦେଶ ସବୁବେଳେ ମନେ ରଖିବ ବୋଲି ଆନନ୍ଦ ପାତ୍ରୀଙ୍କ ପରିବାର ଲୋକେ କହିଛନ୍ତି ।

Leave a Reply