ରେଲୱେ ଇତିହାସରେ ପ୍ରଥମଥର ପାଇଁ ଟ୍ରାକରେ ଦୌଡ଼ିବ କ୍ଲୋନ୍ ଟ୍ରେନ୍, ଜାଣନ୍ତୁ କାହିଁକି ଏ ନିଷ୍ପତ୍ତି ନେଲା ରେଳବାଇ…

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ସ୍ୱାଭାବିକ ହେଉଛି ଦେଶ । ଶିଳ୍ପଦ୍ୟୋଗ ସହ ଖୋଲିଛି ଅନ୍ୟ ସଂସ୍ଥା । ଏଥିସହ ଦେଶର ଯାତ୍ରୀ ପରିବହନର ଆତ୍ମା ଭାରତୀୟ ରେଳବାଇ ଟ୍ରେନ୍ ଚଳାଚଳକୁ ସାମାନ୍ୟ ପାଇଁ ଉଦ୍ୟମ କରୁଛି । ଟ୍ରାକରେ ଯାତ୍ରୀବାହୀ ଟ୍ରେନ୍ ଦୌଡ଼ିବା ଆରମ୍ଭ କରିଛି । ତେବେ, ବୃଦ୍ଧି ପାଉଥିବା ଯାତ୍ରୀଙ୍କୁ ଦେଖି ଭାରତୀୟ ରେଳବାଇ କ୍ଲୋନ୍ ଟ୍ରେନ୍ ଚଳାଇବା ଲାଗି ନିଷ୍ପତ୍ତି ନେଇଛି । ଅତ୍ୟଧିକ ଯାତ୍ରୀ ହେଉଥିବା ରୁଟରେ କ୍ଲୋନ୍ ଟ୍ରେନ୍ ଚାଲିବ । ଅର୍ଥାତ୍ ଯେଉଁ ରୁଟରେ ଅଧିକ ଯାତ୍ରୀ ୱେଟିଂ ଲିଷ୍ଟରେ ଥିବେ ସେଠାରେ କ୍ଲୋନ୍ ଟ୍ରେନକୁ ପ୍ରାଥମିକତା ଦିଆଯିବ ।

ପ୍ରଥମ ଥର ଚାଲିବ କ୍ଲୋନ୍ ଟ୍ରେନ୍

ଭାରତୀୟ ରେଳବାଇ ଇତିହାସରେ ପ୍ରଥମଥର ପାଇଁ ଟ୍ରେନ୍ ଟ୍ରାକରେ କ୍ଲୋନ୍ ଟ୍ରେନ୍ ଚାଲିବ । ଏହି ଟ୍ରେନ୍ ବର୍ତ୍ତମାନ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ଭଳି । ଏହି ଟ୍ରେନର ଗତି ଅପେକ୍ଷାକୃତ ଅଧିକ ରହିବ । ତେବେ, ଟ୍ରେନ୍ ସୀମିତ ଷ୍ଟପେଜର ରହଣୀ କରିବ । ଅଳ୍ପସଂଖ୍ୟକ ଷ୍ଟେସନରେ ଟ୍ରେନ୍ ରହିବା ଫଳରେ ଯାତ୍ରୀ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ସ୍ପେଶାଲ ଟ୍ରେନକୁ କ୍ଲୋନ୍ ଟ୍ରେନ୍ ରୂପରେ ଚାଲିବ । ଏଥିରେ ତୃତୀୟ ଶ୍ରେଣୀ ଏସି କୋଚକୁ ପ୍ରାଥମିକତା ଦିଆଯିବ । ଏବେର ସ୍ୱତନ୍ତ୍ର ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ତୁଳନାରେ କ୍ଲୋନ୍ ଟ୍ରେନର ଗତି ଅଧିକ ରହିବ ।

ଟ୍ରେନର ୱେଟିଂ ଲିଷ୍ଟକୁ ଦେଖି ରେଳବାଇ ଯାତ୍ରୀଙ୍କୁ ବିକଳ୍ପ ଦେବ । କେତକ ନିର୍ଦ୍ଦିଷ୍ଟକୁ ଯାତ୍ରା ପାଇଁ ଯାତ୍ରୀଙ୍କୁ ବିକଳ୍ପ ଦିଆଯିବ । ଯଦି ଯାତ୍ରୀ ଚାହିଁବେ ତ କ୍ଲୋନ୍ ଟ୍ରେନରେ ଯାତ୍ରା କରିପାରିବେ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପହଞ୍ଚବା ପାଇଁ କ୍ଲୋନ୍ ଟ୍ରେନର ଅଫର୍ ଦିଆଯିବ ।

ବଦଳିଛି ଟ୍ରେନ୍ ପରିଚାଳନା ତରିକା

କରୋନା ସଂକ୍ରମଣ ଓ ଲକଡାଉନ୍ ପରେ ପ୍ୟାସେଞ୍ଜର ଟ୍ରେନ୍ ପରିଚାଳନାରେ ବଡ଼ ପରିବର୍ତ୍ତନ ଆସିଛି । ଲଡକାଉନ୍ ଯୋଗୁଁ ଫସିଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଘରେ ପହଞ୍ଚାଇବା ପାଇଁ ମେ ୧ରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲିଥିଲା । ମେ ୧୨ରୁ ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ ହୋଇଥିଲା । ତାପରେ ଜୁନ୍ ୧ରୁ ୧୦୦ ଯୋଡ଼ା ସ୍ୱତନ୍ତ୍ର ମେଲ ଓ ଏକ୍ସପ୍ରେସ୍ ଟ୍ରେନ୍ ଚାଲିଥିଲା । ଏବେ ସେପ୍ଟେମ୍ବର ୧୨ରୁ ୪୦ ଯୋଡ଼ା ସ୍ପେଶାଲ୍ ଟ୍ରେନ୍ ଚାଲିବା ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply