ନୂଆ ବର୍ଷରେ ମହଙ୍ଗା ମାଡ଼, ଟ୍ରେନ୍ ଭଡ଼ା ବଢ଼ାଇଲେ କେନ୍ଦ୍ର ସରକାର

1 min read

ନୂଆଦିଲ୍ଲୀ: ନୂଆ ବର୍ଷରେ ମହଙ୍ଗା ମାଡ଼ । ଟ୍ରେନ୍ ଭଡ଼ା ବୃଦ୍ଧି କଲେ କେନ୍ଦ୍ର ସରକାର । ମେଲ୍, ଏକ୍ସପ୍ରେସ ଟ୍ରେନ୍ ସହ ସାଧାରଣ ଟ୍ରେନ୍ ଭଡ଼ାରେ ବୃଦ୍ଧି କରାଯାଇଛି । ଏହି ଭଡ଼ା ଜାନୁଆରୀ ୧ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ଲାଗୁ ହେବ । ସାରାଦେଶରେ ବର୍ଦ୍ଧିତ ଭଡ଼ା ଲାଗୁ ହେବାନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଅଣ ଶୀତତାପ ନିୟନ୍ତ୍ରିତ ମେଲ୍, ଏକ୍ସପ୍ରେସ ଟ୍ରେନରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ପାଇଛି । ଶୀତତାପ ନିୟନ୍ତ୍ରିତ କ୍ଲାସରେ ଭଡ଼ା କିଲୋମିଟର ପିଛା ୪ ପଇସା ବୃଦ୍ଧି ହୋଇଛି ।  ଶତାବ୍ଦୀ ସହ ରାଜଧାନୀ ଟ୍ରେନରେ ଆସନ୍ତାକାଲି ଠାରୁ ବର୍ଦ୍ଧିତ ଭଡ଼ା ଲାଗୁ ହେବ ।ମୁମ୍ବାଇରେ ଚାଲୁଥିବା ଲୋକାଲ ଟ୍ରେନ୍ ଭଡ଼ା ଅପରିବର୍ତ୍ତି ରହିଛି । ତା’ଛଡ଼ା ସାଧାରଣ ଅଣ ଶୀତତାପ ନିୟନ୍ତ୍ରିତ ଟ୍ରେନର ଭଡ଼ା ମଧ୍ୟ ବଢ଼ିଛି । ସାଧାରଣ ଟ୍ରେନ୍ ଭଡ଼ା କିଲୋମିଟର ପିଛା ୧ ପଇସା ବୃଦ୍ଧି କରିଛି ଭାରତୀୟ ରେଳବାଇ ।

ଭାରତୀୟ ରେଲୱେ ସିଜିନ୍ ଟିକେଟଧାରୀ ଓ ପାସଧାରୀଙ୍କ ଟିକେଟ ଦରରେ କୌଣସି ବୃଦ୍ଧି କରିନାହିଁ । ଶେଷଥର ପାଇଁ ସରକାର ୨୦୧୪-୧୫ରେ ଟ୍ରେନ୍ ଭଡ଼ା ବଢ଼ାଇଥିଲେ । ପୁଣି ୫ ବର୍ଷ ପରେ ଭଡ଼ା ବୃଦ୍ଧି ପାଇଛି । 

ବନ୍ଦେ ମାତରମ୍, ହମସଫର ଏକ୍ସପ୍ରେସ୍, ରାଜଧାନୀ ଏକ୍ସପ୍ରେସ, ଦୁରନ୍ତୋ, ଗରିବ ରଥ, ରାଜ୍ୟ ରାଣୀ, ଜନ ଶତାବ୍ଦୀ, ସୁବିଧା, ଯୁବ ଓ ସ୍ୱତନ୍ତ୍ର ଟ୍ରେନର ଭଡ଼ା ମଧ୍ୟ ବୃଦ୍ଧି ପାଇବ ।

Leave a Reply