ଅର୍ଜୁନ ପରେ ଏବେ ସେନାରେ ସାମିଲ ହେଲା ୧୦୦ ଟି K9-ବଜ୍ର ଟ୍ୟାଙ୍କ

1 min read

ନୂଆଦିଲ୍ଲୀ: ଅର୍ଜୁନ ପରେ ଏବେ ସେନାରେ ସାମିଲ ହୋଇଛି ଯୋଦ୍ଧା ଟ୍ୟାଙ୍କ ବଜ୍ର । ଆଉ ବଜ୍ର ଟ୍ୟାଙ୍କ ବଜ୍ରପାତ କରିବ ମାନେ, ଶତ୍ରୁର ମୃତ୍ୟୁ ଖବର ଆଣିବା ଏକଦମ ପକ୍କା । ଗମ୍ଭୀର ଗର୍ଜନରେ ଥରହର କରୁଥିବା ବଜ୍ରର ତାକତ ଆଗରେ ପାକିସ୍ତାନ ଓ ଚୀନର କୈଣସି ବି ତୋପ ଠିଆ ହୋଇ ପାରିବ ନାହିଁ । ଭାରତୀୟ ସେନାର ସାଥ ଦେବାକୁ ଯାଉଥିବା ବଜ୍ର ଶତ୍ରୁର ବଙ୍କର ଏବଂ ଟ୍ୟାଙ୍କକୁ ଅବିଳମ୍ବେ ଧ୍ବଂସ କରିବାର କ୍ଷମତା ରଖିଛି । ଏହି ଟ୍ୟାଙ୍କର ପ୍ରମୁଖ ପରିଚୟ ହେଉଛି, ଏହା ୧୦୦ କିଲୋମିଟର ପର୍ଯ୍ୟନ୍ତ ଗୁଳି-ଗୋଳା ବର୍ଷଣ କରିପାରିବ ।

ଏହି ଟ୍ୟାଙ୍କର ନାମ ରହିଛି K9-ବଜ୍ର । ଗୁଜୁରାଟରେ ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ୧୦୦ଟି K9-ବଜ୍ରକୁ ଭାରତୀୟ ସେନାରେ ସାମିଲ କରିଛନ୍ତି । ପୂର୍ବରୁ ମଧ୍ୟ ଭୀରତୀୟ ସେନାରେ ରହିଥିଲା ଏହି ଟ୍ୟାଙ୍କ । କିନ୍ତୁ ବର୍ତ୍ତମାନ ସାମିଲ କରାଯାଇଥିବା K9-ବଜ୍ର ଅତ୍ୟାଧୁନିକ ସରଞ୍ଜାମ ସହିତ ଏକ ନୂଆ ରୂପରେ ସାମିଲ ହୋଇଛି । ପୂର୍ବରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଗୋଳା ବାରୁଦ ବର୍ଷଣ କରିବାର କ୍ଷମତା ରଖିଥିବାବେଳେ ବର୍ତ୍ତମାନର ବଜ୍ର ୧୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କ୍ଷମତା ରଖିଛି ।

ତେବେ K9-ବଜ୍ର ସମ୍ପୂର୍ଣ୍ଣ ଭାରତରେ ହିଁ ନିର୍ମାଣ କରାଯାଇଥିବା ବେଳେ ୧୦୦ଟି ଟ୍ୟାଙ୍କ ନିର୍ମାଣ କରିବାକୁ ପ୍ରାୟ ୪୫ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି । ସବୁଠୁ ବଡ଼ କଥା ହେଉଛି, ଟ୍ୟାଙ୍କରେ ୮୦ ପ୍ରତିଶତ ସ୍ବଦେଶୀ ଯନ୍ତ୍ରାଶଂ ବ୍ୟବହୃତ ହୋଇଛି । ଏବଂ ଶତ୍ରୁ ପକ୍ଷର ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହାକୁ ପ୍ରସ୍ତୁତ କରିବାରେ ହଜାରେ ରୁ ଅଧିକ ଇଣ୍ଡଷ୍ଟ୍ରିୟାଲ କମ୍ପାନୀ ଅର୍ଥାତ MSME ସାମିଲ ଅଛନ୍ତି । ଯେଉଁଥିରୁ ୧୫୦ ରୁ ଅଧିକ କମ୍ପାନୀ କେବଳ ଗୁଜୁରାଟର ।

K9-ବଜ୍ର ଟ୍ୟାଙ୍କକୁ ପ୍ରଥମେ ନିର୍ମାଣ କରିଥିଲା ଦକ୍ଷିଣ କୋରିଆ । ସେଠାକାର ହାମ୍ବା କମ୍ପାନୀ ସହ ମିଶି ଭାରତୀୟ କମ୍ପାନୀ L ଆଣ୍ଡ T ଦୀର୍ଘଦିନ ଧରି ଦକ୍ଷିଣ କୋରିଆରେ ରିସର୍ଚ ଜାରି ରଖିଥିଲା । ପରେ ଭାରତୀୟ ପରିବେଶକୁ ସୁହାଇଲା ଭଳି ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଥିଲା ଏହି K9-ବଜ୍ର । ଆଉ ଏବେ ଭାରତୀୟ ସେନାରେ ସାମିଲ ହୋଇଥିବା ବଜ୍ରର ବଜ୍ରପାତ ଦେଖି ଥର ହର ହୋଇଛି ଶତ୍ରୁ ଶିବିର ।

Leave a Reply