ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ଲାଗି ଭାରତୀୟ ଦଳର ଘୋଷଣା, ଫେରିବେ କୋହଲି-ପାଣ୍ଡ୍ୟା

1 min read

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଐତିହାସିକ ବିଜୟ ପରେ ଆଉ ଗୋଟିଏ ଟେଷ୍ଟ ମ୍ୟାଚ୍ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି । ଏହି ମ୍ୟାଚ୍ ଇଂଲଣ୍ଡ ସହ ଖେଳାଯିବ ।

ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଲାଗି ଭାରତ ଟିମ୍ ଚୟନ କରିଛି ।  ଯେଉଁଥିରେ କ୍ୟାପଟେନ୍ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା  ସାମିଲ ରହିଛନ୍ତି। ଏଥିସହିତ ଇଶାନ୍ତ ଶର୍ମା ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ହେଲେ ଟିମରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ହନୁମା ବିହାରୀ ବାଦ୍ ପଡିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳେ ଏହି ଦୁଇ ଜଣଙ୍କୁ ଆଘାତ ଲାଗିଥିଲା । ତେବେ ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଥିବା ବେଳେ ଜଶପ୍ରିତ ବୁମରାହ ଓ ଅଶ୍ୱିନୀଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ସାମିଲ କରାଯାଇଛି ।

ଏହି ଟେଷ୍ଟ ସିରିଜ୍ ଲାଗି ଚୟନକର୍ତ୍ତାଙ୍କ ପକ୍ଷରୁ ୧୮ ଜଣିଆ ଟିମ୍ ଘୋଷିତ ହୋଇଛି । ଯେଉଁଥିରୁ ବାଦ୍ ପଡିଛନ୍ତି ପୃଥ୍ୱୀ ସ’ । ଏହାବ୍ୟତୀତ ଟିମରେ ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜ, କୁଲଦୀପ ଯାଦବ, ମୟଙ୍କ ଅଗ୍ରୱାଲ୍, ରିଦ୍ଧିମାନ ସାହା ପ୍ରମୁଖ ସାମିଲ ରହିଛନ୍ତି।

ଜାଣନ୍ତୁ, ଟିମରେ କିଏ କିଏ ସାମିଲ୍-

ରୋହିତ ଶର୍ମା, ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରିଦ୍ଧିମାନ ସାହା, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ, ଜଶପ୍ରିତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଏବଂ ଅକ୍ଷର ପଟେଲ ।

Leave a Reply