ଦେଶରେ ୨୪ ଘଣ୍ଟାରେ ୩୭ ହଜାର ୧୪୮ କରୋନା ପଜିଟିଭ ଚିହ୍ନଟ

India reported 37,148 cases and 587 deaths in the last 24 hours

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୩୭ହଜାର ୧୪୮ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୮୭ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୧ଲକ୍ଷ ୫୫ହଜାର ୧୯୧ରେ ପହଞ୍ଚିଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୪ଲକ୍ଷ ୨୫ଶହ ୨୯ । କରୋନାରୁ ସୁସ୍ଥ ହୋଇଛନ୍ତି ୭ଲକ୍ଷ ୨୪ହଜାର ୫୭୮ଜଣ । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୨୮ହଜାର ୮୪ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ୩ଳ୭ ୧୮ହଜାର ୬୯୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୨ହଜାର ୩୦ଜଣ ସୁସ୍ଥ ହୋଇଛନ୍ତି । ତାମିଲନାଡୁରେ ଲକ୍ଷେ ୭୫ ହଜାର ୬୭୮ଜଣ ଚିହ୍ନଟ ହୋଇଥିବା ବେଳେ ୨୫ଶହ ୫୧ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲକ୍ଷେ ୨୩ହଜାର ୭୪୭ଜଣ ସଂକ୍ରମିତ ହୋଇଥିବା ବେଳେ ୩୬୬୩ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, ତାମିଲନାଡୁ ଓ ଦିଲ୍ଲୀ ରେ ସୁସ୍ଥତା ହାର ଅଧିକା ଥିବା ଦେଶର କରୋନା ଗ୍ରାଫ୍‌ରୁ ଜଣାପଡ଼ୁଛି ।

ଓଡିଶାରେ କରୋନା ମୃତ୍ୟୁସଂଖ୍ୟା ଶହେ ଟପିଲା । ଗତ ୨୪ ଘଣ୍ଟାରେ କରୋନାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା, କଟକ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୦୩ରେ ପହଞ୍ଚିଛି । ଏହା ସହ ୨୩ ଜିଲ୍ଲାରୁ ଆଜି ୬୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Leave a Reply