ରାଫେଲ ସେହି ବିମାନ ଘାଟିରେ ରହିବ,ଯେଉଁଠାରୁ ଭାରତ ୪ ଯୁଦ୍ଧ ଲଢିଥିଲା ! ଜାଣ‌ନ୍ତୁ କେଉଁଠି…

1 min read
Rafale

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଭାରତକୁ ଯେଉଁ ସମୟର ଅପକ୍ଷା ଥିଲା, ସେହି ସମୟ ଏବେ ଆସିଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ବିମାନ ରାଫେଲ୍ ଭାରତ ମାଟିରେ ପହଞ୍ଚିଯିବ । ରାଫେଲକୁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ନିୟୋଜିତ କରାଯିବ ।

ଏଭଳି ପରିସ୍ଥିତିରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ସୃଷ୍ଟି ଉଠୁଛି ଯେ, ଯୁଦ୍ଧ ବିମାନର ‘ରାଜା’ କୁହାଯାଉଥିବା ରାଫେଲକୁ ଭାରତୀୟ ବାୟୁସେନାର ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ କାହିଁକି ନିଯୁକ୍ତ କରାଗଲା ? ତେବେ ଅମ୍ବାଲାରେ ରାଫେଲକୁ ରଖାଯିବାର ମୁଖ୍ୟ କାରଣ ହେଉଛି ଯେ, ଇତିହାସରେ ଭାରତ ଅନେକ ବଡ଼ ବଡ଼ ଯୁଦ୍ଧ ମଇଦାନକୁ ଓହ୍ଲାଇଛି ଏବଂ ବିଜୟ ଲାଭ କରିଛି । ଆଉ ସବୁ ଯୁଦ୍ଧ ଏହି ଅମ୍ବାଲା ଏୟାରଫୋର୍ସ ଷ୍ଟେସନ୍‌ରୁ ହିଁ ଲଢ଼ିଛି ଭାରତ ।

ଅମ୍ବାଲା ଏୟାରଫୋର୍ସ ଷ୍ଟେସନ ଭାରତୀୟ ବାୟୁସେନାର ପଶ୍ଚିମ ଏୟାର୍‌ କମାଣ୍ଡ ଅଧୀନରେ ରହିଛି । ୧୯୬୫ର ଯୁଦ୍ଧ ହେଉ କି ୧୯୭୧ର ଯୁଦ୍ଧ ଏମିତିକି ପାକିସ୍ତାନ ସହ କାର୍ଗିଲ ଯୁଦ୍ଧ ହେଉ କିମ୍ବା ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ସବୁବେଳେ ଭାରତୀୟ ବାୟୁସେନା ଏହି ଏୟାରଫୋର୍ସ ଷ୍ଟେସନ୍‌ରୁ ହିଁ ଉଡ଼ାଣ ଆରମ୍ଭ କରିଛି ଏବଂ ଶତ୍ରୁଙ୍କୁ ବିନାଶ କରିଛି ।

ଦେଶର ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଯେତେବେଳେ ଅମ୍ବାଲାରେ ଏୟାରଷ୍ଟ୍ରିପ୍ ନିର୍ମାଣ କରାଗଲା, ସେତେବେଳେ ପ୍ରଥମ ଥର ପାଇଁ ଜାଗୁଆର ଫାଇଟର ଜେଟର ସ୍କ୍ୱାଡନ୍ ୫ ଏବଂ ସ୍କ୍ୱାଡନ୍ ୧୪କୁ ଏଠାରେ ନିୟୋଜିତ କରାଯାଇଥିଲା । ଏହା ପରେ ଏଠାରେ ମିଗ୍ -୨୧ ବାଇସନ୍‌କୁ ମଧ୍ୟ ରଖାଯାଇଥିଲା । ଅମ୍ବାଲା ବାୟୁସେନା ଷ୍ଟେସନର ସର୍ବଦା ଗୁରୁତ୍ୱ ରହିଆସିଛି, କାରଣ ଏହା ଭାରତର ସବୁଠାରୁ ବଡ଼ ଶତ୍ରୁ ପାକିସ୍ତାନଠାରୁ ମାତ୍ର ୨୨୦ କିଲୋମିଟର ଦୂରରେ ରହିଛି । ଶତ୍ରୁର ଯେକୌଣସି ଗତିବିଧି ଭାରତ ବିରୋଧରେ ହେଉଥିଲେ, ଭାରତୀୟ ବାୟୁସେନାର ଏହି ଯୁଦ୍ଧ ବିମାନ ସେମାନଙ୍କୁ ଧ୍ୱଂସ କରିବାକୁ ଆଖି ପିଛୁଳାକେ ପହଞ୍ଚିଯାଆନ୍ତି ।

ପୁଲଓ୍ୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତର ମିରାଜ ଫାଇଟର ଜେଟ୍‌ ମଧ୍ୟ ଏହି ଅମ୍ବାଲା ଷ୍ଟେସନ୍‌ରୁ ହିଁ ଉଡ଼ାଣ ଭରିଥିଲା । ଆଉ ମାତ୍ର ୩୦ ମିନିଟ୍‌ ମଧ୍ୟରେ ଶତ୍ରୁଙ୍କ ବିନାଶ କରି ଭାରତ ସୀମାକୁ ଫେରି ଆସିଥିଲା ।

୧.୧୯୪୭-୪୮ରେ ଅମ୍ବାଲା ଏୟାର୍‌ଫୋର୍ସ ଷ୍ଟେସନ୍‌ରୁ ହିଁ କାଶ୍ମୀରରେ ଅନେକ ଅପରେସନ୍ କରାଯାଇଛି ।

୨.୧୯୬୨ ମସିହାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନାର ସବୁ ଯୁଦ୍ଧ ବିମାନ ଅମ୍ବାଲା ଏୟାରଫୋର୍ସ ଷ୍ଟେସନ୍‌ରୁ ବାହାରିଥିଲା ।

୩.୧୯୬୫ ଓ ୧୯୭୧ରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧ ସମୟରେ ମଧ୍ୟ ଏହି ଷ୍ଟେସନ୍‌ରୁ ଯୁଦ୍ଧ ବିମାନ ଉଡ଼ାଣ ଭରିଥିଲା ଏବଂ ଶତ୍ରୁଙ୍କୁ ବିନାଶ କରିଥିଲା ।

Leave a Reply