spot_img

Latest Posts

ଲଦାଖ ସୀମା ବିବାଦ: ଆଜି ହେବ ନବମ ରାଉଣ୍ଡ କୋର କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା । ଅନେକ ଦିନରେ ବ୍ୟବଧାନ ପରେ ଆଜି ପୁଣି ଥରେ ଭାରତ ଓ ଚୀନ ସେନା ମଧ୍ୟରେ କୋର କମାଣ୍ଡରସ୍ତରୀୟ ବୈଠକ ହେବ । ପୂର୍ବରୁ ୮ ଥର ବୈଠକ ହୋଇଥିଲେ ବି କୌଣସି ଫଳ ବାହାରିନି । ଆଜି ନବମ ରାଉଣ୍ଡ ବୈଠକ ହେବ । ଚୁସୁଲ ସେକ୍ଟର ମୋଲଡୋରେ ଏହି ମିଟିଂ ହେବ।

ଗତ ବୈଠକରେ ଚୀନ ସେନା ପ୍ରଥମେ ସୀମାରୁ ସେନା ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲା ଭାରତ। କିନ୍ତୁ ଚୀନ ଏଥିରେ ରାଜି ହୋଇନଥିଲା। ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ପୂର୍ବରୁ ଲଦାଖରେ ବିବାଦ ଜାରି ରହିଛି। ଉଭୟ ପକ୍ଷରୁ ୫୦ ହଜାର ଲେଖାଏଁ ସେନା ସୀମାରେ ମୁତୟନ ହୋଇଛନ୍ତି । ଲଦାଖରେ ମୁହାଁମୁହିଁ ହେବା ପରେ ଏବେ ସୁଦ୍ଧା କୌଣସି ସମାଧାନ ବାହାରି ପାରିନି।

ସୂଚନାଯୋଗ୍ୟ, କିଛି ଦିନ ତଳେ ରାଜନାଥ ସିଂହ ଚୀନ ସହ ପୁଣି ଥରେ ଆଲୋଚନା ହେବ ବୋଲି କହିଥିଲେ। ତେବେ ଆଜିର ବୈଠକରେ ଭାରତ, ଚୀନ ଆଗରେ ପୁଣିଥରେ ସେନା ପ୍ରତ୍ୟାହାର ପ୍ରସଙ୍ଗ ଉଠାଇବ। ବିଶେଷ କରି ସୀମାରୁ ସେନା ପ୍ରତ୍ୟାହାର କରିବା, ସୀମାରେ ଶାନ୍ତି ଫେରାଇଆଣିବା, ସୀମା ଚୁକ୍ତି ଉଲ୍ଲଂଘନ ନ କରିବା ଉପରେ ଭାରତ ଦାବି ରଖିବ ।

Latest Posts

Don't Miss