ସେନା ପ୍ରତ୍ୟାହାର ପରେ ଆଜି ଦଶମ ରାଉଣ୍ଡ ଆଲୋଚନା

ନୂଆଦିଲ୍ଲୀ: ପୈଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପରେ ଆଜି ଭାରତ ଓ ଚୀନ ମଧ୍ୟରେ ଦଶମ କମାଣ୍ଡର ସ୍ତରୀୟ ଆଲୋଚନା ହେବାକୁ ଯାଉଛି । ଏହି ବୈଠକରେ ପୂର୍ବ ଲଦ୍ଦାଖର ହଟ୍ ସ୍ପ୍ରିଙ୍ଗସ, ଗୋଗରା ଓ ଦୀପସାଙ୍ଗ କ୍ଷେତ୍ରରୁ ମଧ୍ୟ ସୈନ୍ୟ ଅପସାରଣ ନେଇ ଆଲୋଚନା ହେବ ।

ଏଲଏସିରେ ବସିବାକୁ ଥିବା ଏହି ବୈଠକ ଦୁଇ ଦେଶର ସମ୍ବନ୍ଧକୁ ନେଇ ଅତି ମହତ୍ତ୍ୱପୂର୍ଣ୍ଣ । ଏଥିରେ ଭାରତ ପକ୍ଷରୁ ଚତୁର୍ଦ୍ଦଶ କୋର କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ପିଜିକେ ମେନନ ନେତୃତ୍ବ ନେବେ । ପଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କ୍ଷେତ୍ରରୁ ଦୁଇଦେଶର ସେନା, ଅସ୍ତ୍ରଶସ୍ତ୍ର, ବଙ୍କର ଓ ଅସ୍ଥାୟୀ ନିର୍ମାଣ ହଟାଇବା କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ ହେଇସାରିଛି।

ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ପାଖାପାଖି ଏକ ବର୍ଷ ଧରି ଭାରତ ଓ ଚୀନ୍ ସେନା ମୁହାଁମୁହିଁ ରହିବା ପରେ ଏବେ ସ୍ଥିତି ସୁଧୁରିବାକୁ ଲାଗିଛି। ଚୀନ୍ ତା’ ସେନାକୁ ପଛକୁ ହଟାଉଛି। ଚୀନର ପଛକୁ ହଟିବା ଭାରତ ପାଇଁ ଏକ ବଡ଼ ଧରଣ ରଣନୈତିକ ବିଜୟ ବୋଲି କୁହାଯାଉଛି।

Leave a Reply