ବନ୍ଦରର ନିଜସ୍ୱ ସ୍ଲିପୱେଜରେ ବେସରକାରୀ ବାର୍ଜର ମରାମତି, କିଏ ଦେଲା ଅନୁମତି ?

Illegal Activities In Paradip Port, Tons Of Oil leakage Creates Death Situation For Marine Creatures

ପାରାଦୀପ: ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ଚାଲିଛି ବେଆଇନ୍ କାରବାର । ବନ୍ଦରର ନିଜସ୍ୱ ସ୍ଲିପୱେଜରେ ଚାଲିଛି ବେସରକାରୀ ବାର୍ଜର ମରାମତି କାମ । ସ୍ଲିପୱେଜର କ୍ଷମତା ଠାରୁ ଅଧିକ ଓଜନର ବାର୍ଜକୁ ଘୋଷାରି ଘୋଷାରି ସ୍ଲିପୱେଜକୁ ଉଠାଇବା ଯୋଗୁଁ ଟନ ଟନ ତେଲ ଏବେ ବନ୍ଦର ବର୍ଥରେ ଭାସୁଛି । ଫଳରେ ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି ଜଳ ତଳର ଜୀବନ । ନିଷିଦ୍ଧାଞ୍ଚଳରେ ଏହି ବେଆଇନ୍ କାରବାରର ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Illegal Activities In Paradip Port, Tons Of Oil leakage Creates Death Situation For Marine Creatures

କିଛି ଅସାଧୁ କର୍ମଚାରୀଙ୍କ ନିଜସ୍ୱା ସ୍ୱାର୍ଥ ପାଇଁ ବ୍ୟବହାର ହେଉଛି ସରକାରୀ ମେସିନାରିଜ୍ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପାରାଦୀପ ବନ୍ଦରର ମେରାଇନ୍ ଜେଟ୍ଟିରେ ଥିବା ସ୍ଲିପୱେଜରେ । ଏହି ସ୍ଲିପୱେଜର କ୍ଷମତା ୨୦୦ ମେଟ୍ରିକ ଟନ୍ ରହିଛି । ଏଠାରେ ବନ୍ଦରର ବାର୍ଜ ବା ଛୋଟ ଭେସେଲ୍ ଗୁଡିକ ମରାମତି କରାଯାଏ । କିନ୍ତୁ ଏହି ସ୍ଲିପୱେଜରେ ଏକ ବେସରକାରୀ ବାର୍ଜକୁ ମରାମତି ପାଇଁ ଭର୍ତ୍ତି କରାଯାଇଛି । ଏହି ବାର୍ଜର ଓଜନ ୪୮୦ ମେଟ୍ରିକ ଟନରୁ ଊର୍ଦ୍ଧ୍ୱ ହେବ । ଏହାକୁ ସ୍ଲିପୱେଜକୁ ଉଠାଇବା ସମୟରେ ଏହାର ତଳଭାଗ ଘସି ହୋଇ ତେଲ ଲିକେଜ ହୋଇ ବର୍ଥ ପାଣିରେ ମିଶୁଛି । ଯାହା ଦ୍ଵାରା ଜଳ ଜୀବ ପ୍ରତି ବିପଦ ସୃଷ୍ଟି ହୋଇଛି । ଏଠି ପ୍ରଶ୍ନ ଉଠୁଛି ପ୍ରାଇଭେଟ୍ ବାର୍ଜକୁ ସ୍ଲିପୱେଜକୁ ଉଠାଇବାକୁ ଅନୁମତି ଦେଲା କିଏ ? ବନ୍ଦରର କେଉଁ ଅଧିକାରୀ ମାନେ ଏଥିରେ ସାମିଲ ଅଛନ୍ତି ।

Illegal Activities In Paradip Port, Tons Of Oil leakage Creates Death Situation For Marine Creatures

ପାରାଦୀପ ବନ୍ଦରରେ ବେସରକାରୀ ସ୍ଲିପୱେଜ ମଧ୍ୟ ରହିଛି । ଯେଉଁଠାରେ ଦିନକୁ ପାଖାପାଖି ୧ ଲକ୍ଷରୁ ଦେଢଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ । ମାତ୍ର ବନ୍ଦରର ସ୍ଲିପୱେଜରେ ଦିନକୁ ମାତ୍ର ୮ରୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିଥାଏ । ତେଣୁ ଏହି ବାର୍ଜକୁ ନେଇ ଏକ ମୋଟା ଅଙ୍କର ଡିଲ୍ ହୋଇଥିବା ଅଭିଯୋଗ ହେଉଛି । ସେପଟେ ତେଲ ଲିକ୍ ଘଟଣାର ତଦନ୍ତ ଆରମ୍ଭ କରିଛି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଞ୍ଚଳିକ ଅଧିକାରୀ କହିଛନ୍ତି ।

Leave a Reply