କରୋନା ଯୁଦ୍ଧରେ ଭାରତର ଅସ୍ତ୍ର ହାଇଡ୍ରୋକ୍ସିକ୍ଳୋରକୁଇନ୍, ଆସିଲା ICMR ଗାଇଡଲାଇନ୍

1 min read

ନୂଆଦିଲ୍ଲୀ: କରୋନା ଭାଇରସ ଭ୍ୟାକ୍ସିନ ତିଆରି ପାଇଁ ପୂରା ଦୁନିଆ ଉଦ୍ୟମ କରୁଛି । ଏହାରି ଭିତରେ ଅନେକ ଦେଶ ବର୍ତ୍ତମାନ ଉପଲବ୍ଧ ଥିବା କେଉଁ ଔଷଧ କରୋନାକୁ ରୋକି ପାରିବ ତାକୁ ନେଇ ଅନୁସନ୍ଧାନ କରୁଛନ୍ତି । ଭାରତରେ ମଧ୍ୟ ଏନେଇ ଅନୁସନ୍ଧାନ ଚାଲିଥିବା ବେଳେ ଆଜି ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ହାଇଡ୍ରୋକ୍ସିକ୍ଳୋରକୁଇନକୁ ନେଇ ଗାଇଡଲାଇନ୍ ଜାରି କରିଛି ।

Indian Council of Medical Research - Wikipedia

ଏହି ଔଷଧ ସେବନ ଦ୍ୱାରା କରୋନା ସଂକ୍ରମଣ ସମ୍ଭାବନା ହ୍ରାସ ପାଇଥାଏ  ବୋଲି ଗବେଷଣାରୁ ଆଇସିଏମଆର ଜାଣିବାକୁ ପାଇଛି । ତେଣୁ ଆଇସିଏମଆର କରୋନା ବିରୋଧୀ ଯୁଦ୍ଧରେ ଏହାକୁ ବ୍ୟବହାର କରିବାକୁ ସବୁଜ ସଙ୍କେତ ଦେଇଛି ।

Hydroxychloroquine coronavirus: FDA appears to soften stance on ...

ଅଧ୍ୟୟନ

ହାଇଡ୍ରୋକ୍ସିକ୍ଳୋରକୁଇନ୍ ସେବନ ପାଇଁ ଆଇସିଏମାଆର ନୂଆ ଗାଇଡଲାଇନ୍ ଜାରି କରି କହିଛି ଯେ, ଏହାକୁ କଣ୍ଟେନମେଣ୍ଟ ଜୋନରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟାକର୍ମୀ,ପୋଲିସ ଓ କରୋନା ସଂକ୍ରମିତଙ୍କ ପରିବାର ବର୍ଗ ଖାଇପାରିବେ । ନୂଆ ଗାଇଡଲାଇନ୍ ଜାରି ପୂର୍ବରୁ ନୂଆଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ତିନୋଟି ହସ୍ପିଟାଲରେ ଏହାର ଟ୍ରାଏଲ କରାଯାଇଥିଲା । ସ୍ୱାସ୍ଥ୍ୟାକର୍ମୀଙ୍କୁ (ଯେଉଁମାନେ କୋଭିଡ୍-୧୯ ସେବାରେ ନିୟୋଜିତ ଥିଲେ) ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ଦିଆଯାଇଥିଲା । ଯେଉଁ ସ୍ୱାସ୍ଥ୍ୟକର୍ମୀଙ୍କୁ ହାଇଡ୍ରୋକ୍ସିକ୍ଳୋରକୁଇନ୍ ଦିଆ ଯାଇଥିଲା ସେମାନଙ୍କଠାରେ ସାର୍ସ-କୋଭ୍-୨ ସଂକ୍ରମଣର ସମ୍ଭାବନା କମ ହୋଇଥିଲା ।

ଅନ୍ୟପକ୍ଷରେ ଦ୍ୱିତୀୟ ଅଧ୍ୟୟନ ଭାରତର ସବୁଠୁ ବଡ ହସ୍ପିଟାଲ ଅଖିଳ ଭାରତୀୟ ଆର୍ୟୁରବିଜ୍ଞାନ ସଂସ୍ଥା(ଏମସ)ର ୩୩୪ ଜଣ ସ୍ୱାସ୍ଥ୍ୟାକର୍ମୀଙ୍କ ଉପରେ କରାଯାଇଥିଲା । ଅଧ୍ୟୟନରୁ ଜଣା ପଡିଥିଲା ଯେ, ଯେଉଁ ୨୪୮ ଜଣ ସ୍ୱାସ୍ଥ୍ୟକର୍ମୀ ହାରାହାରି ୬ ସପ୍ତାହ HCQ ଖାଇଥିଲେ ସେମାନଙ୍କଠାରେ ସଂକ୍ରମଣ ଆଶଙ୍କା ଔଷଧ ଖାଇନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ତୁଳନାରେ ବହୁତ କମ ଥିଲା ।

ନୂଆ ଗାଇଡଲାଇନ୍

ଅଧ୍ୟୟନରୁ ମିଳିଥିବା ଗାଇଡଲାଇନ୍ ଅନୁସାରେ ଆଇସିଏମଆର ଏହି ଔଷଧକୁ ସମସ୍ତ ଲକ୍ଷଣହୀନ ସ୍ୱାସ୍ଥ୍ୟକର୍ମୀ ସେବନ କରନ୍ତୁ ବୋଲି ପରାମର୍ଶ ଦେଇଛି । ଲକ୍ଷଣହୀନ ଫ୍ରଣ୍ଟଲାଇନ୍ ୱାର୍କର୍ସ ଯେମିତି କଣ୍ଟେନମେଣ୍ଟ୍ ଜୋନରେ କାମ କରୁଥିବା ସର୍ଭିଲାନ୍ସ କର୍ମୀ,ପୋଲିସ କର୍ମୀ ଓ ଅର୍ଧସାମରିକ ବଳର ଯବାନଙ୍କୁ ଏହି ଔଷଧ ସେବନ କରିବାକୁ ଆଗକୁ କୁହାଯିବ ।

ଔଷଧର ଡୋଜ୍ କଣ ରହିବ ?

ଗାଇଡଲାଇନରେ ଆଗରୁ ଏହାକୁ ୮ ସପ୍ତାହ ଖାଇବାକୁ କୁହାଯାଇଥିଲା । କିନ୍ତୁ ବିଶେଷଜ୍ଞଙ୍କ ଅନୁସାରେ  ଏହାକୁ ସାପ୍ତାହିକ ଭାବେ ମଧ୍ୟ ସେବନ କରାଯାଇ ପାରିବ । ତେବେ ଏହି ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିବ । ଏହାସହ ECG ପାରାମିଟରକୁ ମଧ୍ୟ ଧ୍ୟାନରେ ରଖିବାକୁ ପଡିବ ।

ଔଷଧର କୌଣସି ଲାଭ ନାହିଁ ବୋଲି ଆଗରୁ ଦାବି ହୋଇଛି

ସ୍ୱାସ୍ଥ୍ୟ ପତ୍ରିକା ଲାସେଣ୍ଟ୍ ଅନୁସାରେ ମାଲେରିଆ ପାଇଁ ବ୍ୟବହୃତ ହେଉଥିବା ଏହି ଔଷଧର କୌଭିଡ ମୁକାବିଲାରେ କୌଣସି ଲାଭ ମିଳୁନାହିଁ । ଏହାସହ ଏହି ଔଷଧ ସେବନ ଦ୍ୱାରା କୋଭିଡ୍ ଆକ୍ରାନ୍ତାଙ୍କ ମଧ୍ୟରେ ମୃତ୍ୟୁହାର ବୃଦ୍ଧି ପାଉଛି ବୋଲି ପତ୍ରିକା ଦାବି କରିଥିଲା ।

Donald Trump taking Hydroxychloroquine, despite FDA warning

ଟ୍ରମ୍ପ ଖାଉଛନ୍ତି ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାରୁ ବଂଚିବା ପାଇଁ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ଖାଉଛନ୍ତି । ନିକଟରେ ସେ କହିଥିଲେ ଯେ, ମୁଁ ଏହି ଔଷଧକୁ ଜିଙ୍କ୍ ସହ ଖାଉଛି । ସବୁଦିନ ଟ୍ରମ୍ପ ଏହି ବଟିକା ଖାଉଥିବା ଦାବି କରିଛନ୍ତି ।

 

Leave a Reply