ମୋ ସରକାରରେ ସାମିଲ ହେଲା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ

ଭୁବନେଶ୍ୱର: ମୋ ସରକାରରେ ସାମିଲ ହୋଇଛି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ମୋ ସରକାରରେ ସାମିଲ କରାଯାଇଛି । ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ୫ଟି ସଚିବ ଫୋନ ଯୋଗେ ହିତାଧିକାରୀଙ୍କ ଠାରୁ ଫିଡବ୍ୟାକ ନେବେ ।ଏଥି ସହ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବେ ମୋ ସରକାର ଟିମ । ଜନସାଧାରଣଙ୍କ ସମାଧାନ କରିବାରେ ବିଳମ୍ବ, ହେଳା କଲେ ବାଜିବ ୫ଟି ଛାଟ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସରକାରଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗ । ସେଥିପାଇଁ ସରକାର ଏ ବିଭାଗକୁ ଅଧିକ ଗରୁତ୍ୱର ସହିତ ନିଅନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।

ଦୂର ହେବ ଚାଷୀଙ୍କ ସମସ୍ୟା…ଏଣିକି ଦୁଇଗୁଣ ହେବ ଚାଷୀଙ୍କ ଆୟ । ମୋ ସରକାର କାର୍ଯକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାମିଲ ।

Leave a Reply