କାର୍ଯ୍ୟାଳୟରେ ଚାପ କମ୍ କରିବାକୁ ସହଜ ଉପାୟ

ଜାପାନ: ନିକଟରେ ଜାପାନର ଏକ ଗବେଷକ ଦଳ ସେଠାକାର ୫୫ଟି କମ୍ପାନୀର କର୍ମଚାରୀଙ୍କୁ ସାମିଲ କରି ଅଢ଼େଇ ବର୍ଷ ଅନୁଧ୍ୟାନ କରିବା ପରେ ଏକ ଆଗ୍ରହଜନକ ତଥ୍ୟ ପ୍ରକାଶ କରିଛନ୍ତି । କାମର ଚାପ ବଢ଼ୁଥିବା କାରଣରୁ ଲୋକଙ୍କର ଜୀବନଶୈଳୀ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବାର ଲକ୍ଷ୍ୟ କରାଯାଉଛି । ଏହା କାରଣରୁ ସେମାନଙ୍କ ପାରିବାରିକ ଜୀବନ ସବୁଠୁ ଅଧିକ ପ୍ରଭାବିତ ହେଉଛି । ଏଣୁ ଚାପ କମ୍ କରିବାକୁ ଗବେଷକ ଦଳ ବିଭିନ୍ନ ପରୀକ୍ଷାରେ ୫୫ଟି କମ୍ପାନୀର କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିଥିଲେ । ତେବେ, ଗୋଟିଏ ଯୋଜନାରେ ସେମାନଙ୍କ ଫଳାଫଳ ସବୁଠୁ ଭଲ ଆସିଥିବା ଜଣାପଡ଼ିିଛି ।କାର୍ଯ୍ୟାଳୟରେ ଯେଉଁ କର୍ମଚାରୀମାନଙ୍କ ଟେବୁଲ୍‌ ନିକଟରେ ଛୋଟ ଗଛ ରଖାଗଲା, ସେମାନଙ୍କ ମାନସିକ ଚାପ ଅନେକାଂଶରେ କମ୍ ହେଉଥିବାର ସମୟ କ୍ରମେ ଦେଖାଯାଇଥିଲା । ୱେବ୍‌ସାଇଟ୍‌ରେ ମଧ୍ୟ ସମାନ ତଥ୍ୟ ଉଲ୍ଲେଖ କରାଯିବା ସହ ୬୩ଜଣ କର୍ମଚାରୀଙ୍କ ନାମ ସହ ମତାମତ ଦିଆଯାଇଛି । ଛୋଟ ଫୁଲ ଚାରା ହେଉ କିମ୍ବା ବୋନ୍‌ସାଇ ପ୍ଲାଣ୍ଟ, ଗଛର ସବୁଜିମାର ପ୍ରଭାବ ପ୍ରକୃତରେ ମନୁଷ୍ୟର ଜୀବନର ଗତିପଥ ପରିବର୍ତ୍ତନ କରିଥାଏ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

Image result for plant in workplace

ଏହା ମଧ୍ୟ ପ୍ରମାଣିତ ହୋଇଛି କିଛି ସମୟ ଫୁଲ ଗଛକୁ ଲକ୍ଷ୍ୟ କଲେ ରକ୍ତଚାପ ମଧ୍ୟ କମ୍ ହୋଇଥାଏ । କେବଳ ଇନ୍‌ଡୋର୍ ପ୍ଲାଣ୍ଟ ନୁହେଁ, ବରଂ ଟେବୁଲ୍ ପାଖରେ ମଧ୍ୟ ଗଛ ରଖିଲେ ତାହାର ପ୍ରଭାବ ଭଲ ହୋଇଥାଏ ବୋଲି ଗବେଷକ ମତ ଦେଇଛନ୍ତି ।

Leave a Reply