ରାଜ୍ୟରେ ଏମିତି ପାଳନ ହୁଏ ମକର ସଂକ୍ରାନ୍ତି: କେଉଁଠି ଗୁଡ଼ି ଉଡ଼େ, କେଉଁଠି ନିଆଁ ଜଳେ

୧୨ ମାସରେ ୧୩ ପର୍ବ । ଧର୍ମ ଓ ପରମ୍ପରାର ରାଜ୍ୟ ଓଡ଼ିଶାରେ ମକର ପର୍ବ ବେସ ଗୁରୁତ୍ୱ ରଖେ । ଭାରତୀୟ ପାଂଜି  ଅନୁସାରେ ମକରଠାରୁ ଦିନ ବଡ ହେବା ଆରମ୍ଭ ହୁଏ । ଇଂଲିସ କ୍ୟାଲେଣ୍ଡର ହିସାବରେ ପ୍ରତିବର୍ଷ ଜାନୁଆରୀ ୧୪ କିମ୍ବା ୧୫ରେ ଆସିଥାଏ ମକର । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ। ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ।

ଏହା ମଧ୍ୟ ବିଶ୍ୱାସ କରାଯାଏକି ଆଜି ଠାରୁ ୧୦୦୦ ବର୍ଷ ପୂର୍ବେ ମକର ସଂକ୍ରାନ୍ତି ୩୧ ଡିସେମ୍ବରରେ ପାଳନ କରାଯାଉଥିଲା। ଗତ ଏକ ହଜାର ବର୍ଷରେ ଏହାର ଦୁଇ ସପ୍ତାହ ଆଗକୁ ଘୁଞ୍ଚିଯିବା ଯୋଗୁଁ ୧୪ ଜାନୁୟାରୀରେ ଏହା ପାଳନ କରାଯାଉଛି। ଏବେ ସୂର୍ଯ୍ୟଙ୍କର ଚଳନ ଆଧାରରେ ଏହା ଅନୁମାନ କରାଯାଏ। ୫୦୦୦ବର୍ଷ ପରେ ମକର ସଂକ୍ରାନ୍ତି ଫେବୃୟାରୀ ମାସର ଶେଷରେ ପାଳନ କରାଯିବ।

ତେବେ ଏହି ପର୍ବକୁ ଓଡ଼ିଶାରେ ବହୁତ ଜାକଜକମରେ ପାଳନ କରାଯାଇଥାଏ। ବିଭିନ୍ନ ସ୍ଥାନରେ ବିଭିନ୍ନ ଭାବରେ ମକର ପାଳିତ ହୋଇଥାଏ। କେଉଁଠି କୁକୁଡ଼ା ଲଢ଼େଇ କରି ଏହି ପର୍ବକୁ ପାଳନ କରାଯାଇଥାଏ ତ ପୁଣି କେଉଁଠି ଭଗବାନଙ୍କୁ ଆରାଧନାକ କରି ଏହି ପର୍ବକୁ ପାଳନ କରାଯାଇଥା ।

ଏହିଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି କରାଯାଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯାଇଥାଏ । ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ। ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କୁ ବେଶ କରାଯାଇଥାଏ।

ଏହାପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ହୋଇଥାନ୍ତି। ତେବେ ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ଆଳତୀ ପ୍ରାପ୍ତି ହୋଇଥାଏ । ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି ।

ମକରରେ ଗୁଡି  ଉଡା କଟିକିଆଙ୍କ ସୌକ ଓ ପରମ୍ପରାରେ ସାମିଲ ହୋଇଛି । ମକର ଆସିଲେ କଟକ ଆକାଶରେ ଘୁରି ବୁଲନ୍ତି ରଙ୍ଗ ବେରଙ୍ଗର ଗୁଡି ।  ପିଲାଠାରୁ ବୟସ୍କ ,ସମସ୍ତେ ଗୁଡି ଉଡାର ମଜା ନେଇଥାନ୍ତି। ମକରରେ କଟକ ଆକାଶରେ ଦେଖିବାକୁ ମିଳେ ଗୁଡି ଲଢେଇ ।

ସେହିପରି କରୋନା କାଳରେ ଦୀର୍ଘ ଦିନ ପରେ ରେଶମ ସହର ବାସି ଆନନ୍ଦ ଉଲ୍ଲାସ ରେ ପାଳନ କରିଛ ଭୋଗି। ମକର ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ବ୍ରହ୍ମପୁର ସହର। ଘରେ ଘରେ ଖୁସିର ଆସର ଜମିଥିବା ବେଳେ ସହରରେ ବସବାସ କରୁଥିବା ତେଲୁଗୁ ସଂମ୍ପର୍ଦାୟ ଲୋକେ ଖୁବ ଆଡମ୍ବର ସହ ପାଳନ କରିଥାନ୍ତି ଏହି ପର୍ବକୁ।ଗତକାଲି ତେଲୁଗୁ ଭାଷାଭାଷୀ ଲୋକେ ଭୋଗି ପାଳନ କରିଥିବା ବେଳେ ଆଜିର ଦିନକୁ ପୋଙ୍ଗଲ ଭାବେ ପାଳନ କରିଥାନ୍ତି। ନାଚ, ଗୀତ ଆସର ଜମାଇ, କାଠ ଗାଣ୍ଡୀ ରେ ନିଆଁ ଲଗାଇ  ସୀମିତ ଲୋକଙ୍କ ଉପସ୍ଥିତିରେ ରେଶମ ସହର ବାସି ପାଳନ କରିଛନ୍ତି ଭୋଗି। ଏହି ପର୍ବ ତିନି ଦିନ ଧରି  ପାଳନ କରାଯାଉଥିବା ବେଳେ ତେଲୁଗୁ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଆନନ୍ଦର ଉଲ୍ଲାସ। ଆସନ୍ତା କାଲି ମକର ସଂକ୍ରାନ୍ତି ରହିଥିବା ବେଳେ ଘରେ ଘରେ କୁଣିଆ ମୈତ୍ରଙ୍କ ଭିଡ ମଧ୍ୟ ଲାଗି ସାରିଛି।

ଦକ୍ଷିଣ ଓଡ଼ିଶାର ଗଣପର୍ବ ଭାବେ ପାଳିତ ହୋଇଥାଏ ମକର ସଂକ୍ରାନ୍ତି। ଆନ୍ଧ୍ର ସୀମାବର୍ତ୍ତୀ ଗଜପତି ଜିଲ୍ଲାରେ  ଅଧିକାଂଶ ତେଲୁଗୁ ଭାଷାଭାଷୀ ଲୋକ ରହୁଥିବାରୁ ପୋଙ୍ଗଲ ବା ପାଣ୍ଡୁକୁ ଭାବେ ଏହି ଉତ୍ସବକୁ ବହୁ ଜାକଜମକରେ ପାଳିଥାନ୍ତି ଏଠାକାର ବାସିନ୍ଦା। କୋଭିଡ କଟକଣା ସତ୍ତ୍ୱେ ପର୍ବ ପାଳନରେ ଉତ୍ସାହ କିଛି କମିନାହିଁ। ପୋଙ୍ଗଲ ପର୍ବର ପ୍ରଥମ ରାତିରେ ଭୋଗୀ ରାବଣକୁ ପୋଡ଼ିଥାନ୍ତି । ଘରର ସବୁ ଅଦରକାରୀ ଜିନିସକୁ ପୋଡ଼ିଥାନ୍ତି । କାରଣ ଏହା କରେ ତାଙ୍କର ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ୱାସ କରିଥାନ୍ତି।

ସେହିଭଳି ସମ୍ବଲପୁର ଜିଲ୍ଲା ଠେମେରା ଗାଁ ରେ ଧୁମଧାମରେ ପାଳିତ ହୁଏ ଏହି ଯାତ୍ରା। ଜାନୁଆରୀ ୧୪ଏଵଂ ୧୫ ଦୁଇଦିନ ଧରି ଏଠାରେ ଧୁମ ଧାମରେ ପାଳିତ ହୁଏ ମକର ମେଳା। ଦୁଇଟି ସୁସଜ୍ଜିତ ରଥ ତିଆରି ହୁଏ ଆଉ ଗୋଟିଏ ଶିବ ପାର୍ବତୀ ଏବଂ ଆଉ ଗୋଟିଏ ରଥରେ ରାଧା କୃଷ୍ଣ ବିରାଜିଥାନ୍ତି। ୧୫ ତାରିଖରେ ହରି ହର ଭେଟ ହୋଇଥାଏ। ଏହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥାଏ। ଆଉ ଏଠାରେ ମକର ଚାଉଳ ଖାଇବା ସହ ଅନେକ ଯୁବତୀ ମକର ବସିଥାନ୍ତି।

Leave a Reply