ଅଧିକାଂଶ ସହରରେ ପେଟ୍ରୋଲ ମାରିଲା ଶତକ, ଆପଣଙ୍କ ସହରରେ ଦାମ କେତେ ?

1 min read

ନୂଆଦିଲ୍ଲୀ: ପେଟ୍ରୋଲ ଦର କମିବାର କୌଣସି ସମ୍ଭାବନା ନଜର ଆସୁନି । ସପ୍ତାହର ଶେଷ ଦିନରେ ମଧ୍ୟ ପେଟ୍ରୋଲ ଦର ବଢିଛି । ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଛୁଇଁଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୦.୫୮ ପଇସା ଥିବାବେଳେ ଡିଜେଲ ଦର ଲିଟର ପ୍ରତି ରହିଛି ୮୦.୯୭ ପଇସା ।  ପେଟ୍ରୋଲ ଦରରେ ଏହି ବୃଦ୍ଧି କ୍ରମାଗତ ଭାବେ ୧୨ ଦିନ ଧରି ଲାଗିରହିଛି ।  ଚଳିତ ମାସରେ ପେଟ୍ରୋଲ ଦର ୧୪ ଥର ବଢିଛି ।  ବର୍ତ୍ତମାନ ସମୟରେ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଓ ଡିଜେଲ ଦର ସର୍ବାଧିକ ରହିଛି । ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ଆଖପାଖରେ ରହିଛି ।  ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ପେଟ୍ରୋଲ ଦର ଲିଟର ପ୍ରତି ୧୦୧ ଟଙ୍କା ୫୧ ପଇସା ରହିଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୯୭ ଟଙ୍କା ରହିଛି । ମୁମ୍ବାଇରେ  ଡିଜେଲ ଦର ୮୮ ଟଙ୍କା ରହିଛି । ଦେଶର ଅନ୍ୟ ସହର ଗୁଡିକରେ ପେଟ୍ରୋଲ ଦର ପ୍ରତିଦିନ ନୂଆ ରେକର୍ଡ ଛୁଉଁଛି ।

୧୨ ଦିନରେ ୩.୨୮ ପଇସା ମହଙ୍ଗା ହେଲା ପେଟ୍ରୋଲ

ଗତ ୧୨ ଦିନରେ ପେଟ୍ରୋଲ ଦର ପ୍ରତିଦନି ବଢୁଛି । ଫଳରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୨୮ ପଇସା ବଢିଛି । ଜାନୁଆରୀ ଓ ଫେବୃଆରୀ ମାସରେ ହିଁ ପେଟ୍ରୋଲ ଲିଟର ପିଛା ୬.୭୭ ପଇସା ବୃଦ୍ଧି ହୋଇଛି । ଅନ୍ୟପକ୍ଷରେ ୧୨ ଦିନରେ ଡିଜେଲ ୩.୪୯ ପଇସା ବଢିଛି ।

ପ୍ରତିଦିନ ସକାଳ ୬ରେ ବଦଳୁଛି ଦର

ପେଟ୍ରୋଲ ଓ ଡିଜେଲ ମୁଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ । ପେଟ୍ରୋଲ ଡିଜେଲ ଦାମରେ ଏକ୍ସାଇଜ୍ ଡିୟୁଟି,ଡିଲର କମିଶନ ଓ ଅନ୍ୟ ସେସ୍ ଯୋଡି ହେବା ପରେ ଦାମ ଦୁଇଗୁଣ ହୋଇଥାଏ । ବୈଦେଶିକ ମୁଦ୍ରା ଦର ଓ ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳର ଦର ସହିତ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଯୋଡିହୋଇଥାଏ । ବୈଦେଶିକ ମୁଦ୍ରାର ବିନିମୟ ମୁଲ୍ୟ ବୃଦ୍ଧି ପାଇଲେ କିମ୍ବା ଅଶୋଧିତ ତୈଳ ଦର ବଢିଲେ ଦେଶରେ ପେଟ୍ରୋଲ ଦର ମଧ୍ୟ ବଢିଥାଏ ।

ଏମିତି ଚେକ୍ କରନ୍ତୁ ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଦାମ

ଆପଣ ଏସଏମଏସ ଜରିଆରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଜାଣି ପାରିବେ ।  ପେଟ୍ରୋଲ ଓ ଡିଜେଲ ଦର ସବୁଦିନ ସକାଳ ୬ଟାରେ ବଦଳିଥାଏ । ଇଣ୍ଡିଆନ୍ ଅଏଲ ୱେବସାଇଟ୍ ଅନୁସାରେ ଆପଣଙ୍କୁ ଆରଏସପି  ସହିତ ଆପଣଙ୍କ ସହରର କୋଡ୍ ଟାଇପ୍ କରି ୯୨୨୨୪୯୯୨୨୪୯ ନମ୍ବରକୁ ଏସଏମସ କରିବାକୁ ପଡିବ । ସବୁ ସହରର କୋଡ୍ ଅଲଗା ହୋଇଥାଏ । ଯାହାକୁ ଆପଣ ଇଣ୍ଡିଆନ୍ ଅଏଲ ୱେବସାଇଟରେ ଦେଖି ପାରିବେ । ଅନ୍ୟପକ୍ଷରେ ବିପିସିଏଲ ଗ୍ରାହକ RSP ଲେଖି ୯୨୨୩୧୧୨୨୨ ଓ ଏଚପିସିଏଲ ଗ୍ରାହକ HPPrice ଲେଖି ୯୨୨୨୨୦୧୧୨କୁ ପଠାଇ ନିଜ ସହରରେ ପେଟ୍ରୋଲ ଦର ଜାଣି ପାରିବେ ।

Leave a Reply