BREAKING NEWS
ଆଜି ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ପୂରିଲା ୮୫ ବର୍ଷ । ସରକାରୀ କିମ୍ବା ବେସରକାରୀ ସ୍ତରରେ ପାଳନ ହେବନି ଉତ୍ସବ । କରୋନା କଟକଣା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।ଆଜି ଅଶୋକାଷ୍ଟମୀ । କିନ୍ତୁ ହେବନି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । କରୋନା ପାଇଁ ବନ୍ଦ ହେଲା ଦୀର୍ଘ ବର୍ଷର ପରମ୍ପରା । ସେପଟେ ଫିକା ପଡିଲା ପଶ୍ଚିମ ଓଡ଼ିଶାର ଗଣପର୍ବ ଚଇତି ।ବିଶ୍ୱରେ କରୋନା ପ୍ରକୋପ…. ଆମେରିକା, ଇଟାଲୀ, ସ୍ପେନରେ ସ୍ଥିତି ସଙ୍ଗୀନ…. ୩ ଦିନରେ ଆମେରିକାରେ ୭୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ । ସେପଟେ ୟୁକେ, ଜର୍ମାନୀ ଓ ନେଦରଲାଣ୍ଡରେ ମଧ୍ୟ ବିଗୁଡ଼ୁଛି ସ୍ଥିତି । ରାତାରାତି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ।ଭୁବନେଶ୍ୱର ପରେ ଭଦ୍ରକରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ… ୨୯ ବର୍ଷୀୟ ଯୁବକ ସଂକ୍ରମଣର ଶିକାର । ଆକ୍ରାନ୍ତ ଯୁବକ ଦୁବାଇରୁ ଫେରିଥିଲେ । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ… ସେପଟେ ଭାରତରେ ୧୬ଶହ ଟପିଲା ସଂକ୍ରମଣଙ୍କ ସଂଖ୍ୟା ।ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ । ବ୍ୟକ୍ତି ଜଣଙ୍କ ଘର ଭଦ୍ରକ ଜିଲ୍ଲାରେ, ବୟସ ୨୯ ବର୍ଷ । ନିକଟରେ ସେ ଦୁବାଇରୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।କରୋନା କାହାର ନେଇ ବିଶ୍ୱ ଦୁଇ ଫାଳ… ଚୀନ୍‌ ଓ ଆମେରିକା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ … ମାର୍କିନ ବୈଜ୍ଞାନିକଙ୍କ ଦାବି, ଭାଇରସ ବାହାର କରିଛି ଚୀନ… ଡ୍ରାଗନ କହିଲା, ଆମେରିକାର ଟ୍ରେଡ୍‌ୱାର୍‌ ପଲିସି ।୨୦୩ ଦେଶରେ ପହଞ୍ଚିଲା କରୋନା ଭାଇରସ୍‌ … ଚୀନ୍‌ ପରେ ଆମେରିକା, ଇଟାଲୀ ଓ ଫ୍ରାନ୍ସ ସର୍ବାଧିକ ପ୍ରଭାବିତ… ୨୪ ଘଣ୍ଟାରେ ଇଟାଲୀରେ ୯୦୦ ଜଣଙ୍କ ମୃତ୍ୟୁ… ବିଶ୍ୱରେ ଗଲାଣି ୩୭ ହଜାରରୁ ଅଧିକ ଜୀବନ. ।ଦିଲ୍ଲୀରେ କରୋନାକୁ ନେଇ ଚିନ୍ତାଜନକ ସ୍ଥିତି… ନିଜାମୁଦ୍ଦିନ୍‌ ମରକଜରେ ସାମିଲ ୧୦ଜଣଙ୍କ ମୃତ୍ୟୁ… କେବଳ ତେଲେଙ୍ଗାନାରୁ ଆଖି ବୁଜିଲେ ୬ଜଣ… ମୌଲାନାଙ୍କ ବିରୋଧରେ FIR ନିର୍ଦ୍ଦେଶ…ନିୟମ ଭାଙ୍ଗି ଏକାଠି ହୋଇଥିଲେ ପ୍ରାୟ ହଜାରେ ଲୋକ…ବଢୁଛି କରୋନା… ଦେଶରେ ୧୩ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୪୬ ଜୀବନ… ୨୪ ଘଣ୍ଟାରେ ୨୨୭ ଜଣଙ୍କ ରିପୋର୍ଟ ପଜିଟିଭ… ମହାରାଷ୍ଟ୍ର ଓ କେରଳରେ ୨୩୦ରୁ ଅଧିକ ସଂକ୍ରମିତ ।ଲକ୍‌ଡାଉନ୍‌ ପାଇଁ ବଢିଲା ସବୁ ପ୍ରକାର ଗାଡ଼ି କାଗଜପତ୍ରର ବୈଧତା ଅବଧି … ୩୦ ଜୁନ୍‌ ଯାଏଁ ଭାଲିଡିଟି ବୃଦ୍ଧି କଲା ସଡ଼କ ପରିବହନ ମନ୍ତ୍ର।ଳୟ… ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି ।

ଜାଣନ୍ତୁ ଗର୍ଭବତୀ ମହିଳା ମାନେ କରୋନା ସଂକ୍ରମଣରୁ କିପରି ନିଜକୁ ଦୂରେଇ ରଖିବେ

ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍‌। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲାମାନଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ବେଶି। ସର୍ବୋପରି ଗର୍ଭବତୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ରୋଗର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଏ ସମୟରେ ଉଭୟ ମାଏବଂ ଗର୍ଭସ୍ଥ ଶିଶୁର ସୁରକ୍ଷା ଲାଗି ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ଖୁବ୍‌ କମ୍‌ ସମୟ ମଧ୍ୟରେ ସମଗ୍ର ପୃଥିବୀରେ ଭୟ ଏବଂ ଦୁଃଖର ବାତାବରଣ ଖେଳାଇ ଦେଇଛି କୋଭିଡ୍‌-୧୯ ଭୂତାଣୁ ବା କରୋନା ଭାଇରସ୍‌। ବିଶେଷକରି ସ୍ପର୍ଶ ମାଧ୍ୟମରେ ସଂକ୍ରମିତ ହେଉଥିବା ଏହି ଛୋଟ ଭୂତାଣୁ ଥରେ ସଂକ୍ରମିତ ହେଲେ ନା କେବଳ ଚିକିତ୍ସା କରିବା କଷ୍ଟସାଧ୍ୟ ହୋଇପଡୁଛି ବରଂ ବର୍ତ୍ତମାନ ସୁଦ୍ଧା ଏହା ହଜାର ହଜାର ଜୀବନହାନିର କାରଣ ସାଜିଛି । ତେବେ ସାଧାରଣ ମଣିଷଙ୍କ ତୁଳନାରେ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲା ଏବଂ ସର୍ବୋପରି ଗର୍ଭବତୀଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ରୋଗର ଆଶଙ୍କା ବେଶି। ଏହି ମହାମାରୀକୁ ରୋକିବା ଲାଗି ସତେଚନତା ଏବଂ ସତର୍କତା ହିଁ ଏକମାତ୍ର ଅସ୍ତ୍ର। ଜାଣି ରଖନ୍ତୁ ଗର୍ଭାବସ୍ଥାରେ କେଉଁ ସବୁ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ପରିସ୍ଥିତିରେ ଗର୍ଭବତୀଙ୍କୁ ଅତି ଆବଶ୍ୟକ ନ ହେଲେ ଆଦୌ ଘରୁ ବାହାରିବା ଠିକ୍‌ ନୁହେଁ। ବିଶେଷକରି ନିଜକୁ ଜନଗହଳିଠାରୁ ଦୂରେଇ ରଖିବା ଉଚିତ। ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେଶନ ଓ ବିମାନ ବନ୍ଦରକୁ ନ ଯିବା ଭଲ। ଏମିତିକି ସାର୍ବଜନୀନ ଗହଳି ସ୍ଥାନରେ ଯୋଗଦେବା ବି ଠିକ୍‌ ନୁହେଁ। ଯିବା ନିହାତି ଜରୁରୀ ହେଲେ ମୁହଁ ଓ ନାକରେ ୩ ଲେୟାର ଥିବା ମାସ୍କ ପିନ୍ଧନ୍ତୁ। ତେବେ ସେଠାରେ କୌଣସି ଜିନିଷ ଛୁଇଁବା ଏବଂ ସାଧାରଣ ଜାଗାରେ ପରିବେଷିତ ହେଉଥିବା ଖାଦ୍ୟ ଖାଇବାଠାରୁ ନିଜକୁ ନିବୃତ୍ତ ରଖନ୍ତୁ।

 

ଗର୍ଭବତୀଙ୍କୁ ଚେକ୍‌ଅପ୍‌ ଲାଗି ଡାକ୍ତରଖାନା ଯିବାକୁ ହେଲେ ମାସ୍କ ପିନ୍ଧିବା ସହ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ। କାରଣ କରୋନା ରୋଗୀଙ୍କ କାଶ ଏବଂ ଛିଙ୍କ ଦ୍ୱାରା ଡ୍ରପ୍‌ଲେଟ୍‌ ସଂକ୍ରମଣ ମାଧ୍ୟମରେ ଲକ୍ଷ ଲକ୍ଷ ଭୂତାଣୁ ସ୍ପ୍ରେଡ୍‌ ହୋଇ ରୋଗ ଆଶଙ୍କା ବୃଦ୍ଧି କରିଥାଏ। ଗର୍ଭବତୀ ନିଜେ ମଧ୍ୟ କାଶିଲେ, ଛିଙ୍କିଲେ ମୁହଁରେ ରୁମାଲ ବା ଟିସୁ ପେପର ଦେବା ଦରକାର।

କିମ୍ବା ବାହାରୁ ଫେରିବା ପରେ ଭଲ ଭାବେ ଧୋଇହେବା ସହ ପିନ୍ଧିଥିବା ପୋଷାକ ସଫା କରିନିଅନ୍ତୁ।

ସାବୁନ କିମ୍ବା ହ୍ୟାଣ୍ଡୱାଶ୍‌ରେ ହାତ ଧୋଇବା ଆବଶ୍ୟକ। ଏମିତିକି କବାଟ ହ୍ୟାଣ୍ଡେଲ, ଟେଲିଫୋନ୍‌, କମ୍ପ୍ୟୁଟର କିବୋର୍ଡ, ଟେବୁଲ ବା କୌଣସି ଜୈବିକ ପଦାର୍ଥର ସଂସ୍ପର୍ଶରେ ଆସିଲେ ମଧ୍ୟ ହାତ ସଫା କରିବା ଆବଶ୍ୟକ। ମୋବାଇଲ ଫୋନ୍‌ ଅଧିକ ବ୍ୟବହାର ହେଉଥିବାରୁ ଏହା ସାନିଟାଇଜରରେ ପୋଛିବା ଦରକାର।
ପରିବାରରେ ବା ପଡ଼ିଶାରେ କେହି କରୋନା ପ୍ରଭାବିତ ଦେଶରୁ ଫେରିଥାନ୍ତି ତେବେ ସଂକ୍ରମଣର ଆଶଙ୍କା ଦ୍ୱିଗୁଣିତ ହୋଇଯାଏ। ତେଣୁ ଏଭଳି ପରିସ୍ଥିତିରେ ଗର୍ଭବତୀଙ୍କୁ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଆବଶ୍ୟକ।

ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଏହି ରୋଗରେ ଆକ୍ରାନ୍ତ ହେଲେ ପ୍ରଥମେ ସାଧାରଣ ଥଣ୍ଡା, ଜ୍ୱର ଭଳି ଲକ୍ଷଣ ଦେଖାଦିଏ। ରୋଗ ବଢ଼ିଲେ ଅତ୍ୟଧିକ ଜ୍ୱର, କାଶ, ଗଳା ଦରଜ, ଛିଙ୍କ, ନାକରୁ ପାଣି ବୋହିବା, କ୍ଳାନ୍ତି, ମୁଣ୍ଡବ୍ୟଥା, ଦେହ ହାତ ଘୋଳା ବିନ୍ଧା, ବାନ୍ତି ହେବା ବା ଲାଗିବା, ଥକିପଡ଼ିବା, ଶୀତ ଲାଗିବା, ପେଟ ଗୋଳମାଳ, ଝାଡ଼ା ଆଦି ଲକ୍ଷଣ ମାନ ଦେଖାଯାଇଥାଏ। ଯଦିଓ ବର୍ତ୍ତମାନ ପାଣିପାଗ ପରିବର୍ତ୍ତନ ଯୋଗୁ ଅନେକଙ୍କଠାରେ ଏଭଳି ସମସ୍ୟା ଦେଖାଦେଉଛି, ତଥାପି ଏଭଳି ଲକ୍ଷଣ ଦେଖାଦେବା ମାତ୍ରେ ଅବହେଳା ନ କରି ମନଇଚ୍ଛା ଔଷଧ ଖାଇବା କିମ୍ବା ଘରୋଇ ଉପଚାର କରିବା ବଦଳରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ସମସ୍ତ ଟେଷ୍ଟ କରାଇବା ଆବଶ୍ୟକ।

 

 

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More