ଆଜିଠୁ ଖୋଲିଲା ଯୋଗ କ୍ଲାସ ଓ ଜିମ୍… କରୋନା କଟକଣା ପାଇଁ ୪ ମାସରୁ ଅଧିକ ଦିନ ଥିଲା ବନ୍ଦ

କଟକ: ଅନଲକ୍ ୩.୦ ପର୍ଯ୍ୟାୟରେ ସବୁକିଛି ଧିରେ ଧିରେ ଅନଲକ୍ କରାଯାଉଛି । ଗତ କାଲି ରାଜ୍ୟରେ ମୋ ବସ୍ ସେବା ଆରମ୍ଭ ହେବା ପରେ ଆଜିଠୁ ରାଜ୍ୟରେ ଚଳଚଞ୍ଚଳ ହୋଇପଡିଛି ଯୋଗ କେନ୍ଦ୍ର । ୪ ମାସ ପରେ ଆଜିଠୁ ଖୋଲିଲା ଯୋଗ କ୍ଲାସ ଓ ଜିମ୍ । କରୋନା କଟକଣା ପାଇଁ ୪ ମାସରୁ ଅଧିକ ଦିନ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ଯୋଗ କେନ୍ଦ୍ର ଓ ଜିମ୍ ।

ଏଥିପାଇଁ କଟକର ଯୋଗ କେନ୍ଦ୍ର ଗୁଡିକରେ କିପରି କୋଭିଡ କଟକଣା ମଧ୍ୟରେ ଯୋଗ କରିହେବ ସେ ନେଇ ପ୍ରସ୍ତୁତି କରାଯାଇଛି । ସାମାଜିକ ଦୂରତା ରଖି, ମାସ୍କ ପରିଧାନ କରି ଯେପରି ଭଲରେ ଯୋଗ କରିହେବ ସେ ନେଇ ଯୋଜନା ପ୍ରସ୍ତୁତ ହୋଇଛି । ଏତେ ମାସ ହେବ ଯୋଗ ଓ ଜିମ୍ ନ ଆସିଥିବାରୁ ଖେଳାଳିଙ୍କ ଫିଟନେସ ସମସ୍ୟା ସୃଷ୍ଟି ହୋଇଛି । ଏବେ କିନ୍ତୁ ସବୁ ନିୟମ ମାନି ସେମାନେ ଯୋଗ କରିବେ ବୋଲି କହିଛନ୍ତି ।

ଅନ୍ୟପଟେ ପ୍ରତିଦିନ ଯୋଗ ଅଭ୍ୟାସ କଲେ ଶରୀର ସୁସ୍ଥ ରହିଥାଏ । ଏବଂ କରୋନା କାଳରେ ଶାରୀରିକ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ ବୋଲି ବିଭିନ୍ନ ବିଶେଷଜ୍ଞମାନେ ମତ ଦେଇଛନ୍ତି । କବେଳ ସତର୍କ କିମ୍ବା ସଚେତନ ରହିଲେ ହେବ ନାହିଁ ଏଥିପାଇଁ ଯୋଗ ଅଭ୍ୟାସ ମଧ୍ୟ ନିତ୍ୟାନ୍ତ ଜରୁରୀ । ପ୍ରତିଦିନ ୩୦ମିନିଟର ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଦେହରେ ଇମ୍ୟୁନିଟି ପାୱାର ବଢିଥାଏ । ଯାହା ଏହି କରୋନା କାଳରେ ଅତ୍ୟନ୍ତ ଜରୁରୀ ।

Leave a Reply