ଶିବ ‘ରାଜ’ରେ କୃଷକଙ୍କୁ ପୋଲିସର ବର୍ବର ମାଡ,୭ ପିଲା କହୁଥିଲେ ‘ବାପା ଉଠ’

1 min read

ଭୋପାଳ: ମଧ୍ୟପ୍ରଦେଶ ପୋଲିସର ବର୍ବର ଚେହେରା ପୁଣିଥରେ ସାମ୍ନାକୁ ଆସିଛି । ଗୁନା ଜିଲ୍ଲାରେ ଜମି ଖାଲି କରିବା ପାଇଁ ଆସିଥିବା ପୋଲିସ ଜଣେ ଦଳିତ କୃଷକଙ୍କୁ ନିର୍ମମତାର ସହ ପିଟିଥିବା ଭିଡିଓ ଏବେ ସୋସିଆଲ  ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଭୋପାଳରୁ ଦିଲ୍ଲୀ ପର୍ଯ୍ୟନ୍ତ ରାଜନୀତି ଗରମ ଅଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମାସ୍କ ଭିତରେ ପାଟି ଚୁପ କରି ବସିଛନ୍ତି ।

ପୋଲିସଠାରୁ ମାଡ ଖାଇବା ପରେ ଚାଷୀ ଜଣକ କିଟନାଷକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିଟନାଷକ ପିଇବା ପରେ ସେ ବେହୋସ ହୋଇ ତଳେ ପଡିଯାଇଥିଲେ । ପିତାଙ୍କୁ ଏମିତି ପଡିଥିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ୭ ଜଣ ଛୋଟ ଛୁଆ କାନ୍ଦିବାକୁ ଆରମ୍ଭ କରିଥିଲେ । ସଭା ବଡ ଝିଅ ବାପାଙ୍କୁ ହଲାଇ କହୁଥିଲା ‘ବାପା ଉଠ’ କିନ୍ତୁ କୃଷକ ଉଠିନଥିଲେ ।

ହୃଦୟକୁ ଥରାଇ ଦେବା ଭଳି ଏହି ଦୃଷ୍ୟକୁ ଦେଖି କିନ୍ତୁ ପୋଲିସର କଠୋର ହୃଦୟ ତରଳି ନଥିଲା । ପୋଲିସ ସେମିତି ଛିଡା ହୋଇ ସବୁକିଛି ଦେଖୁଥିଲା । ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲ ନେବାକୁ କୌଣସି ଉଦ୍ୟମ କରିନଥିଲା ।

Guna farmer beaten by police
ପୋଲିସ ବର୍ବରତା ନଗ୍ନ ଚିତ୍ର !

ନିରବ ଶିବରାଜ

ସବୁ କଥାରେ ଟ୍ୱିଟ୍ କରୁଥିବା ଶିବରାଜ କିନ୍ତୁ ଏକଥାକୁ ନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି । ଘଟଣା ଘଟିବାର ୨୪ ଘଣ୍ଟା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ନିରବ ଅଛନ୍ତି । ଅବଶ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ହସ୍ତକ୍ଷେପ ପରେ ଗୁନା ଜିଲ୍ଲାପାଳ ଓ ଏସପିଙ୍କୁ ତୁରନ୍ତ ହଟାଇ ଦିଆଯାଇଛି ।

ରାହୁଲଙ୍କ ହମଲା

ଏଣେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶ କଂଗ୍ରେସ ଓ ରାହୁଲ ଗାନ୍ଧୀ ଶିବରାଜ ସିଂ ଓ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ରାହୁଲ ଟ୍ୱିଟ୍ କରିଛନ୍ତି ଯେ, ଆମ ଲଢେଇ ଏହିଭଳି ବିଚାରଧାରା  ଓ ଅନ୍ୟାୟ ବିରୋଧରେ ।

ଏହାମଧ୍ୟରେ ମଧ୍ୟପ୍ରଦେଶ କଂଗ୍ରେସ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍ ଗୁନା ଯାଇ ସଂପୃକ୍ତ ଚାଷୀଙ୍କୁ ଭେଟିବ ବୋଲି ଜଣା ପଡିଛି ।

 

Leave a Reply