ସ୍ନିଫର ଡଗକୁ ଗାର୍ଡ ଅଫ ଅନର ଦେଲା ପୋଲିସ,ଜାଣନ୍ତୁ କେଉଁଠି ?

ନବରଙ୍ଗପୁର: ସେବାକୁ ସମ୍ମାନ । ଦିନରାତି ଲୋକଙ୍କ ସୁରକ୍ଷା ପାଇଁ ଛିଡ଼ା ହୋଇଥିବା ପୋଲିସମାନଙ୍କ ସହଯୋଗୀ ହେଉଛି କୁକୁର । ଯେଉଁଠି ପୋଲିସ ଫେଲ୍ ମାରନ୍ତି ସେ ସମୟରେ ସାଥ୍ ଦେଇଥାନ୍ତି ଏହି କୁକୁର । କୁକୁରଙ୍କ ପାଇଁ ହିଁ କୌଣସି ତଦନ୍ତ କରିବା ପୋଲିସ ପାଖରେ ସହଜ ହୋଇ ଯାଇଥାଏ । ଯଦିଓ ସେମାନେ ତାଙ୍କ ସେବାର ପାରିଶ୍ରାମିକ ନେଇ ନଥିାନ୍ତି  । ସେମାନଙ୍କର ସେବା ହୋଇଥାଏ ନିସ୍ୱାର୍ଥ  । ସେମାନଙ୍କ ମୃତ୍ୟୁରେ ତାଙ୍କୁ ସମ୍ମାନ ଦେବା କେବଳ ମାନବିକତା । ଆଉ ଏହି ମାନବିକତା ଦେଖାଇଛନ୍ତି ନବରଙ୍ଗପୁରର ପୋଲିସ ।

ପୋଲିସରେ ସାମିଲ ହୋଇ ଦୀର୍ଘଦିନ ଧରି ସେବା ଯୋଗାଇଥିବା ଏହି କୁକୁରର ଦେହାନ୍ତ ପରେ ତାକୁ ଦିଆଯାଇଛି ଗାର୍ଡ ଅଫ୍ ଅନର । ନବରଙ୍ଗପୁର ଏସପି ଓ ନବରଙ୍ଗପୁର ପୋଲିସର ଉପସ୍ଥିତିରେ କୁକୁର ‘ତାରା’କୁ ପୋଲିସ ମର୍ଯ୍ୟାଦାର ସହ ତାର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାରା ନବରଙ୍ଗପୁର ପୋଲିସ ବାହିନୀରେ ଯୋଗଦେବା ପରେ ଅନେକ ମିଶନରେ ପୋଲିସ ସହ ସାମିଲ ଥିଲା । ଏବଂ ତାହାର କାର୍ଯ୍ୟକଳାପରେ ମଧ୍ୟ ଅତ୍ୟନ୍ତ ପ୍ରଂଶସନୀୟ ଥିଲା ।

ଅପରାଧୀକୁ ଧରିବାରେ ସେ ବେଶ ସହାୟକ ହେଉଥିଲା ।  ତାରା ନବରଙ୍ଗପୁର  ପୋଲିସ ପାଇଁ ଏକ ବଡ ଟ୍ରମ୍ପ କାର୍ଡ ଥିଲା ।   ତାର ଅକାଳ ମୃତ୍ୟୁ ପରେ ତା ଅବଦାନକୁ ନ ଭୁଲି ସମ୍ମାନ ଦେବା ପାଇଁ ନିଜେ ଏସପି ନିତିନ କୁଶଲକର ଉପସ୍ଥିତି ରହି ଶେଷ ଦର୍ଶନ କରିବା ସହିତ ତା ଶେଷ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave a Reply