କରୋନା: ଟ୍ୟାକ୍ସ ରିଟର୍ଣ୍ଣ ସମୟ ଜୁନ୍ ପର୍ଯ୍ୟନ୍ତ ବଢ଼ିଲା, ଆଧାର-ପ୍ୟାନ୍ ଲିଙ୍କିଂ ଡେଡଲାଇନ୍ ବି ବୃଦ୍ଧି

1 min read

ନୂଆଦିଲ୍ଲୀ: କରୋନାକୁ ନେଇ ଲୋକ ଓ ବ୍ୟବସାୟ ଜଗତକୁ ଆଶ୍ୱସ୍ତି ଦେବାକୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି । ଏହି କ୍ରମରେ ଆୟକର ରିଟର୍ଣ୍ଣ ଦାଖଲ ତାରିଖକୁ ୩୧ ମାର୍ଚ୍ଚରୁ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ଆଧାରପ୍ୟାନ୍ ଲିଙ୍କିଂ ତାରିଖକୁ ମଧ୍ୟ ବଢାଯାଇଛି । ଏହାକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଅର୍ଥମନ୍ତ୍ରୀ ଏହି ସବୁ ଘୋଷଣା କରିଛନ୍ତି :

ବିବାଦରୁ ବିଶ୍ୱାସ ସ୍କିମ୍ ୩୦ ଜୁନକୁ ବଢିଲା ।

TDS ଉପରେ ସୁଧ ୧୮ ପ୍ରତିଶତ ବଦଳରେ ୯ ପ୍ରତିଶତ ହେବ ।

ମାର୍ଚ୍ଚ,ଏପ୍ରିଲ ଓ ମେ ଜିଏସଟି ରିଟର୍ଣ୍ଣ ଦାଖଲ ତାରିଖ ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି ।

ଆଧାରପ୍ୟାନ୍ ଲିଙ୍କ୍ ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି ।

ଆୟକର ରିଟର୍ଣ୍ଣ ଦାଖଲ ତାରିଖ (୨୦୧୮୧୯) ପାଇଁ ନୂଆ ତାରିଖ ୩୦ଜୁନ,୨୦୨୦ ।

ରିଟର୍ଣ୍ଣ ଦାଖଲରେ ବିଳମ୍ବ ପାଇଁ ସୁଧ ୧୨ ପ୍ରତିଶତରୁ କମି ୯ ପ୍ରତିଶତ ।

କରୋନା ଲଢେଇ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥକୁ କମ୍ପାନୀ CSR ଫଣ୍ଡ ଭାବେ ଦେଖାଇ ପାରିବେ ।

କର୍ପୋରେଟ୍ ଜଗତକୁ ଆଶ୍ୱସ୍ତି ଦେଇ ବୋର୍ଡ ବୈଠକ ୬୦ ଦିନ ପର୍ଯ୍ୟନ୍ତ ଟଳା ଯାଇପାରିବ । ଆସନ୍ତା ୬ ମାସ ପାଇଁ ଏହି ଆଶ୍ୱସ୍ତି ଦିଆଯାଇଛି ।

୩ ମାସ ଯାଏଁ ଏଟିଏମରୁ ଟଙ୍କା ଉଠାଇବା ଉପରେ କୌଣସି ଚାର୍ଜେସ୍ ନାହିଁ ।

ଅଲଗା ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ମଧ୍ୟ ଚାର୍ଜେସ ଦେବାକୁ ପଡିବ ନାହିଁ ।

ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ (ଜମା) ଦେୟ ଲାଗିବ ନାହିଁ ।

Leave a Reply