ଅର୍ଥନୀତିରେ ସୁଧାର ଆଣିବା ପାଇଁ ଚଳିତ ସପ୍ତାହରେ ପ୍ୟାକେଜ୍ ଘୋଷଣା କରିପାରେ କେନ୍ଦ୍ର

1 min read

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ବିଗିଡ଼ି ଯାଇଛି ଅର୍ଥନୀତି । ୨୧ ଦିନ ପାଇଁ ଲକ୍ ଡାଉନ୍ ଦେଶ । ଅର୍ଥନୀତିକୁ ସୁସ୍ଥ ରଖିବା ପାଇଁ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ପ୍ୟାକେଜ୍ । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଏବଂ ଦିନ ମଜୁରିଆ ଏହି ପ୍ୟାକେଜ୍ ଦ୍ୱାରା ଉପକୃତ ହେବେ ।

ବେଲ୍ ଆଉଟ୍ ପ୍ୟାକେଜ୍ ଘୋଷଣା କରିବେ ମୋଦି ସରକାର !

ଏନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଓ କ୍ୟାପିଟାଲ ମାର୍କେଟ୍ ରେଗୁଲେଟର ସିକ୍ୟୁରିଟିଜ୍ ଏବଂ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଏଥିପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏହି ଟାସ୍କ ଫୋର୍ସ ଅର୍ଥମନ୍ତ୍ରାଳୟକୁ ଏନେଇ ପ୍ରସ୍ତାବ ଦେବ । ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଏହା ଉପରେ ଯୋଜନା ତିଆରି କରୁଛନ୍ତି ।

ଏହା ପୂର୍ବରୁ କେନ୍ଦ୍ର ସରକାର ୨୦ ବିଲିଅନ୍ ଡଲାର୍ସର ବେଲ୍ ଆଉଟ୍ ପ୍ୟାକେଜ୍ ଆଣୁଥିବା ଚର୍ଚ୍ଚା କରାଯାଉଥିଲା । ତା’ପରେ କେନ୍ଦ୍ର ସରକାର ଅର୍ଥନୀତି ପ୍ୟାକେଜ୍ ନେଇ କାମ ଚାଲିଥିବା ମଙ୍ଗଳବାର ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏବଂ ପ୍ୟାକେଜ୍ ବଜାର ଓ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବ ବୋଲି କହିଥିଲେ ।

କରୋନା: ଟ୍ୟାକ୍ସ ରିଟର୍ଣ୍ଣ ସମୟ ଜୁନ୍ ପର୍ଯ୍ୟନ୍ତ ବଢ଼ିଲା, ଆଧାର-ପ୍ୟାନ୍ ଲିଙ୍କିଂ ଡେଡଲାଇନ୍ ବି ବୃଦ୍ଧି

କରୋନା ଭାଇରସ୍ କାୟାକୁ ରୋକିବାକୁ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଏପ୍ରିଲ୍ ୧୪ ଯାଏଁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷତିଗ୍ରସ୍ତ ହୋଇପଡ଼ିଛି ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

Leave a Reply