ଦଶମ ଶ୍ରେଣୀ ଭଲ ଫଳାଫଳ ପ୍ରଦର୍ଶନ କଲେ ମିଳିବ ୧୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ

କେନ୍ଦୁଝର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରକୁ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । କେମିତି ରାଜ୍ୟ ମଧ୍ୟରେ କୌଣସି ପିଲା ମଧ୍ୟରେ ଶିକ୍ଷାର ଅଭାବ ନରହୁ ସେଥିପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ଜିଲ୍ଲା ପରି ସାମାଜିକ ତଥା ଆର୍ଥିକ ପଛୁଆ ଜିଲ୍ଲାରେ ୫୫ ଶତକଡା ଜନସଂଖ୍ୟା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ପଦକ୍ଷେପ ନେଇଛନ୍ତି । ତେବେ କେନ୍ଦୁଝର ଜିଲ୍ଲାରେ ଶିକ୍ଷାର ପ୍ରସାର ପାଇଁ ଏକ ଐତିହାସିକ ପଦକ୍ଷେପ ନିଆଯାଇଛି । ସମଗ୍ର ରାଜ୍ୟରେ ପ୍ରଥମ ଥର ପାଇଁ ନିଆଯାଇଛି ଏଭଳି ପଦକ୍ଷେକ ।

କେନ୍ଦୁଝର ଜିଲ୍ଲାରେ ଡି ଏମ୍ ଏଫ ସୌଜନ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ାରେ ସାମିଲ ହେଲା ମଧ୍ୟାହ୍ନ ଭୋଜନ, ୟୁନିଫର୍ମ ପୋଷାକ ଓ ପୁସ୍ତକ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଡିଏମ୍ଏଫ ତରଫରୁ ବାର୍ଷିକ ୨୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଜିଲାରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ଏଭଳି ଯୋଜନା ପାଇଁ ଉପକୃତ ହେବେ । ଦଶମ ଶ୍ରେଣୀ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ଭଲ ଫଳାଫଳ ପ୍ରଦର୍ଶନ କରିବେ ସାମାନଙ୍କୁ ଟଙ୍କା ପୁରଷ୍କାର ରୂପରେଦିଆଯିବ ।

ମାର୍କ ଅନୁଯାୟୀ ୧୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରିବ ଜିଲା ପ୍ରଶାସନ । ଏହାକୁ ନେଇ ଅଭିଭାବକ ମହଲରେ ଖୁସିର ଲହରୀ ଖେଳି ଯାଇଛି । ତେବେ ସାଧାରଣତଃ ଦେଖାଯାଏ ଜିଲ୍ଲାରେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ୧୦୦ ପିଲା ମଧ୍ୟରୁ ୬୦ ରୁ କମ ପିଲା ଦଶମ ଶ୍ରେଣୀ ପରେ ପାଠପଢା ଜାରି ରଖିଥାନ୍ତି । ତେବେ ଏଭଳି କ୍ଷେତ୍ରରେ ଶିକ୍ଷାକୁ ବେଶ ଉପଲବ୍ଧି କରିବା ପାଇଁ ୮ମ ଶ୍ରେଣୀ ପରେ ଡ଼୍ରପଆଉଟକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Leave a Reply