ଟିକାକରଣ ନେଇ ପ୍ରସ୍ତୁତି: ୩୦ କୋଟି ଭାରତୀୟଙ୍କୁ ଅଗ୍ରାଧିକାର ଭିତ୍ତିରେ ଦିଆଯିବ କରୋନା ଟିକା

1 min read

ନୂଆଦିଲ୍ଲୀ: କରୋନା ଭୂତାଣୁର ଟିକାକରଣ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମତଃ ନିହାତି ଆବଶ୍ୟକ ଗୋଷ୍ଠୀର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ । ସ୍ୱାସ୍ଥ୍ୟ ବିଶେଷଜ୍ଞ, ପୋଲିସ, ସଫେଇ କର୍ମଚାରୀ ସହିତ ଅନ୍ୟ କିଛି ବର୍ଗର ଲୋକଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସାମିଲ ହେବ । ଏହି ଶ୍ରେଣୀର ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି ଯେଉଁଥି ପାଇଁ ୬୦ କୋଟି ଟିକା ଲାଗିବ । ଟ୍ରାଏଲ ଚାଲିଥିବା ଟିକାକୁ ମଞ୍ଜୁରୀ ମିଳିବା ପରେ ଭାରତୀୟଙ୍କ ମଧ୍ୟରେ ଟିକା ପ୍ରୟୋଗ ଆରମ୍ଭ ହେବ ।

ପ୍ରାଥମିକ ତାଲିକାରେ ଚାରୋଟି ବର୍ଗ ରହିଛି – ପ୍ରାୟ ୫୦ ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଦୁଇ କୋଟିରୁ ଅଧିକ ଆଗଧାଡ଼ିର କରୋନା ଯୋଦ୍ଧା,  ୫୦ ବର୍ଷରୁ ଅଧିକ ପ୍ରାୟ ୨୬ କୋଟି ଲୋକେ ଏବଂ ୫୦ ବର୍ଷରୁ କମ୍ ଲୋକ କିନ୍ତୁ ଅନ୍ୟ ରୋଗରେ ପୀଡ଼ିତ । ଟିକାକରଣ ନେଇ ଗଠିତ ହୋଇଥିବା ସ୍ୱତନ୍ତ୍ର ବିଶେଷଜ୍ଞ ଗୋଷ୍ଠୀ ଏହି ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କେନ୍ଦ୍ରୀୟ ଏଜେନ୍ସି ଏବଂ ରାଜ୍ୟଗୁଡ଼ିକରୁ ମଧ୍ୟ ଇନପୁଟ୍ ନିଆଯାଇଥିଲା । ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପାଲଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଯୋଜନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦେଶର ୨୩ ପ୍ରତିଶତ ଲୋକଙ୍କୁ ଟିକା ଦିଆଯିବ ।

ବିଶେଷଜ୍ଞ କମିଟି ଅନୁସାରେ ଦେଶରେ ସରକାରୀ ଏବଂ ବେସରକାରୀ ସ୍ଥରରେ କାମ କରୁଥିବା ପ୍ରାୟ ସାତ ଲକ୍ଷ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏହି ତାଲିକାରେ ସାମିଲ ଅଛନ୍ତି। ଏଥିରେ ୧୧ ଲକ୍ଷ MBBS ଡାକ୍ତର, ୮ ଲକ୍ଷ ଆୟୁଷ ଡାକ୍ତର, ୧୫ ଲକ୍ଷ ନର୍ସ, ୭ ଲକ୍ଷ ANM ଏବଂ ୧୦ ଲକ୍ଷ ଆାଶା କର୍ମଚାରୀ ମଧ୍ୟ ଅଛନ୍ତି । ସୂଚନାଯୋଗ୍ୟ ଯେ, ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଏହି ତାଲିକାକୁ ଚୂଡ଼ାନ୍ତ ରୂପ ଦିଆଯିବ ।

ଭାରତ-ଚୀନ୍ ସୀମା ବିବାଦ; ଅବାନ୍ତର ସର୍ତ୍ତ ରଖିୁଛି ଚୀନ୍, ଭାରତ କହିଲା ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ…

ଡ୍ରାଫ୍ଟ ପ୍ଲାନରେ ୪୫ ଲକ୍ଷ ପୋଲିସ ଏବଂ ଅନ୍ୟ ଫୋର୍ସ କର୍ମଚାରୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ତାଲିକାରେ ୧୫ ଲକ୍ଷ ସେନା ମଧ୍ୟ ଅଛନ୍ତି। ଏହା ବ୍ୟତୀତ କମ୍ୟୁନିଟି ସେବା – ସାଧାରଣ ପରିବହନ ଡ୍ରାଇଭର, କ୍ଲିନର୍ ଏବଂ ଶିକ୍ଷକମାନଙ୍କୁ ମଧ୍ୟ ଟିକା ପ୍ରୟୋଗ ପାଇଁ ଚିହ୍ନଟ କରାଯାଇଛି । ୫୦ ବର୍ଷରୁ ଅଧିକ ବୟସର ପ୍ରାୟ ୨୬ କୋଟି ଲୋକଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏହା ବ୍ୟତୀତ ମଧୁମେହ, ହୃଦ ରୋଗ, କିଡନୀ ଜନିତ ସମସ୍ୟା, ଫୁସଫୁସ ରୋଗ ବା ଅନ୍ୟାନ୍ୟ ରୋଗରେ ସମ୍ମୁଖୀନ ହେଉଥିବା ଲୋକମାନେ ମଧ୍ୟ ପ୍ରାଥମିକତା ଆଧାରରେ ଟିକା ପାଇବେ ।

Leave a Reply