ଚୀନ୍ ଗଣମାଧ୍ୟମର ଧମକ : ଭାରତକୁ ଭାରି ପଡ଼ିବ ଚୀନ ସହିତ ବିବାଦ

1 min read

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଚୀନର ସରକାର ନିୟନ୍ତ୍ରିତ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଏକ ଖବର ଛାପିଛି । ଯେଉଁଥିରେ ଉଲ୍ଲେଖ ଅଛି କି ଭାରତ ଯଦି ଚୀନ ସହିତ ସଙ୍ଘର୍ଷ ଜାରି ରଖିବ ତେବେ ତାକୁ ଭାରି ମୂଲ୍ୟ ଦେବାକୁ ପଡ଼ିବ । କେବଳ ସେତିକି ନୁହେଁ କରୋନା ଭୂତାଣୁ ଏବଂ ଅର୍ଥବ୍ୟବସ୍ଥାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି ଏହି ଖବରକାଗଜ । ଗ୍ଲୋବାଲ ଟାଇମ୍ସ ଅନୁସାରେ ଏଲଏସିରେ ବହୁଳ ସଂଖ୍ୟାରେ ସୈନ୍ୟ ମୃତୟନ କରି ଭାରତ ଖୁବ ଖର୍ଚ୍ଚାନ୍ତ ହୋଇପାରେ । ଏହାକୁ ନେଇ ଭାରତର ଆର୍ଥିକ ସ୍ଥିତି ଉପରେ ଖୁବ ପ୍ରଭାବ ପଡ଼ିପାରେ । ଶୀତ ଆସିବା ପରେ ଖର୍ଚ୍ଚ ଏହାଠାରୁ ଅଧିକ ବଢିଯିବ । ଏହାର ଜବାବରେ ଆମେ ପ୍ରସ୍ତୁତ ଅଛୁ ବୋଲି ଦାବି କରିଛନ୍ତି ସିଡିଏସ ଜେନେରାଲ ବିପିନ ରାଓ୍ୱତ । ବିପୁଳ ଅର୍ଥ ଖର୍ଚ୍ଚ ହେବ ଜାଣିସୁଦ୍ଧା ଭାରତ ଏଭଳି ମନୋଭାବ ରଖିବା ମୂଲ୍ୟହୀନ ବୋଲି ଲେଖିଛି ଗ୍ଲୋବାଲ ଟାଇମ୍ସ ।

ଚୀନ ସହିତ ସଙ୍ଘର୍ଷ ନା କେବଳ ଭାରତକୁ ବିଦେଶୀ ସହଯୋଗ ଉପରେ କ୍ଷତି ପହଞ୍ଚାଇବ ବରଂ ଶିଳ୍ପ କ୍ଷେତ୍ରରେ ମଧ୍ୟ ପ୍ରଭାବ ପଡ଼ିବ । ଯାହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିବ । ଧୀରେଧୀରେ ନିବେଶ ବ୍ୟାପାର ବାଧାପ୍ରାପ୍ତ ହେବ । ଯୁଦ୍ଧକୁ ନେଇ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ଆକଳନ କରିବାକୁ ପଡ଼ିବ ।

ଗ୍ଲୋବାଲ ଟାଇମ୍ସର ସୂଚନା ଅନୁଯାୟୀ ଏ ବର୍ଷ ଜିଡିପି ହାର ୧୦ ପ୍ରତିଶତ ହ୍ରାସ ଆଶଙ୍କା ନେଇ ଚିନ୍ତାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି । ବିଶ୍ୱର ସମସ୍ତ ଅର୍ଥନୀତିଜ୍ଞ ଏହା ଅନୁମାନ କରୁଛନ୍ତି କି ଲକ୍ଷ ଲକ୍ଷ ଭାରତୀୟ ଚାକିରି ହରାଇ କାମ ନପାଇବାରୁ ଦାରିଦ୍ର୍ୟର ଅନ୍ଧକାରରେ ବୁଡ଼ିବାକୁ ଯାଉଛନ୍ତି । ଏହା ସହିତ ନିର୍ମାଣ କ୍ଷେତ୍ରରେ ଭାରତରେ ୫୦ ପ୍ରତିଶତ ହ୍ରାସ ଘଟିଛି । ମ୍ୟାନୁଫ୍ୟାକଚରିଙ୍ଗ୍ ସେକ୍ଟରରେ ୩୯ ପ୍ରତିଶତ ଏବଂ ମାଇନିଙ୍ଗ୍ ସେକ୍ଟରରେ ୨୩ ପ୍ରତିଶତ ହ୍ରାସ ଘଟିଛି । ଦେଶବ୍ୟାପୀ ଲକଡାଉନ ଯୋଗୁଁ ଡାଟାର ଗୁଣବତ୍ତା ଉପରେ ମଧ୍ୟ ପ୍ରଭାବ ପଡ଼ିଥିବ ଏବଂ ଆଗାମୀ ଦିନରେ ସ୍ଥିତି ଅଧିକ ନିମ୍ନ ମାନର ହେବ ବୋଲି ଅର୍ଥନୀତିଜ୍ଞ ମାନେ ଅନୁମାନ କରୁଥିବା ଗ୍ଲୋବାଲ ଟାଇମ୍ସ ସୂଚନା ଦେଇଛି ।

ପ୍ରଥମେ ଜୁଲାଇ-ଅଗଷ୍ଟରେ ଆର୍ଥିକ କାରବାର ସାମାନ୍ୟ ଗତିଶୀଳ ହୋଇଥିଲା ବୋଲି ଆଶା କରାଯାଉଥିଲା, କିନ୍ତୁ ଏବେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଭାରତ କରୋନା ଭୂତାଣୁର ନୂଆ କେନ୍ଦ୍ର ହେବାକୁ ଯାଉଛି । ଭାରତରେ ପ୍ରତିଦିନ ୬୦ ହଜାରରୁ ଅଧିକ କୋଭିଡ ମାମଲା ସାମ୍ନାକୁ ଆସୁଛି । କରୋନା ଯୋଗୁଁ ଅଧିକାଂଶ ଭାରତୀୟଙ୍କ ଆମଦାନୀ କମ ହୋଇଯାଇଛି । ଚାକିରି ହରାଇଥିବା ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିଛି । ଯାହାଦ୍ୱାରା ସୋମନଙ୍କ କ୍ରୟ କ୍ଷମତା ମଧ୍ୟ କମ ହୋଇ ଯାଇଛି । ବିଦେଶରେ ଭାରତୀୟ ଦ୍ରବ୍ୟର ଚାହିଦା ମଧ୍ୟ କମିଯାଇଛି । ଏସବୁ ଭିତରେ ଭାରତ ଚୀନ ସହିତ ମୂର୍ଖତାର ସହିତ ସୀମାକୁ ନେଇ ବିବାଦ କରୁଥିବା ଲେଖିଛି ଗ୍ଲୋବାଲ ଟାଇମ୍ସ । ଭାରତୀୟ ସେନା ଚୀନ ସୀମା ମଧ୍ୟରେ ଅନୁପ୍ରବେଶ କରୁଥିବା ମଧ୍ୟ ଲେଖିଛି ଉକ୍ତ ଖବର କାଗଜ । ଭାରତରେ ଚୀନ କମ୍ପାନୀ ବାଣିଜ୍ୟ ବ୍ୟବସାୟ କରିବ ନାହିଁ ବୋଲି ମଧ୍ୟ ଉଲ୍ଲେଖ ରହିଛି ।

ଭାରତ ଚୀନର ୫୯ଟି ଆପ ବ୍ୟାନ କରି ଅର୍ଥନୀତି ଉପରେ ପ୍ରଭାବ ପକାଇଛି ଏବଂ ଆଗାମୀ ଦିନରେ ଭାରତକୁ ବଡ଼ ଝଟକା ଲାଗିବ ବୋଲି ମଧ୍ୟ ଉକ୍ତ ଖବରକାଗଜ ସୂଚନା ଦେଇଛି ।

Leave a Reply