୫ ବର୍ଷ ହେଲା ଖାଦ୍ୟ ରୁଚୁନି, ମାଟି ଖାଇ ବଞ୍ଚୁଛି ପୁଷ୍ପା

Girl Eating Clay Seens 5 Years In Malkangiri District

ମାଲକାନଗିରି: ମାଟି ଖିଆ ଝିଅ । କଥାଟି ବିଶ୍ୱାସ ନହେଲେ ବି ସତ । ଖାଦ୍ୟ ଖାଇବା ବଦଳରେ ସେ ବର୍ଷ ବର୍ଷ ଧରି ଖାଉଛି ମାଟି । ଗତ ୫ ବର୍ଷ ଧରି ଏପରି ମାଟି ଖାଇ ବଞ୍ଚିଛି ଜଣେ ନାବାଳିକା ଝିଅ । ଏମତିକି ଘରର ଇଟା ବି ଛାଡୁନି । କାନ୍ଥ ସବୁ ଗାତ ହେବାରେ ଲାଗିଲାଣି । ମାଲକାନଗିରିରୁ ମାତ୍ର ୫ କିଲୋମିଟର ଦୂର ଚମ୍ପାଝରୀ ଗାଁରୁ ନଜରକୁ ଆସିଛି ଏଭଳି ଚିତ୍ର ।

Girl Eating Clay Seens 5 Years In Malkangiri District

ଖାଦ୍ୟ ରୁଚୁନି ହେଲେ ରୁଚୁଛି ମାଟି । ହାତ ମୁଠାରେ ଧରି ଚୋବାଇ ଯାଉଛି । ଏପରିକି ଘରର କାନ୍ଥକୁ ଛାଡୁନି । ଇଟା କାନ୍ଥରେ ଗାତ ହେବାକୁ ଲାଗିଲାଣି । ଆଦିବାସୀ ଅଧ୍ୟୁଷିତ ମାଲାକାନଗିରିରୁ ଆସିଛି ଏଭଳି ଅବିଶ୍ୱନୀୟ ଦୃଶ୍ୟ । ଜଣେ ୧୪ ବର୍ଷୀୟ ଆଦିବାସୀ ଝିଅ ଖାଦ୍ୟ ନଖାଇ ଏପରି ମାଟି ଖାଇ ବଞ୍ଚୁଛି । ସେ ପୁଣି ଆଜି କାଲି ନୁହେଁ ୫ ବର୍ଷ ହେଲାଣି । କେବଳ ସେତିକି ନୁହେଁ ଏଯାଏଁ ସେ କୌଣସି ବାହାର ଦୁନିଆ ବି ଦେଖିନି । ୧୦ ବର୍ଷ ଧରି ସେ ଅନ୍ଧାର କୋଠରୀରେ ଏକାକୀ ରହୁଛି । ମାଆକୁ ଛାଡ଼ିଲେ ସେ ଆଉ କାହା ସହ କଥା ବି ହେଉନି ।

Girl Eating Clay Seens 5 Years In Malkangiri District

ସେପଟେ ମାଟି ଖାଇବା ଏକ ପ୍ରକାର ରୋଗ (ପାଇକା) । ଜନ୍ମରୁ ପେଟରେ କୃମି ଥିଲେ ଏପରି ହୁଏ ବୋଲି କହିଛନ୍ତି ଜିଲ୍ଲା ସଦର ଚିକିତ୍ସାଳର ସୁପରିଟେଣ୍ଡେଣ୍ଟ । ହେଲେ ପୁଷ୍ପା କ୍ଷେତ୍ରରେ ଏହା ସମ୍ପୂର୍ଣ ଅଲଗା । ସେ ଖାଉଥିବା ମାଟିରେ କ’ଣ ଉପାଦାନ ରହିଛି ତାହା ବୈଜ୍ଞାନିକ ପରୀକ୍ଷା ପରେ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି । ତେବେ ଘଟଣା ଜାଣିବା ପରେ ପୁଷ୍ପାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମେଡିକାଲ ସୁପରିନଟେଣ୍ଡେଣ୍ଟ ପ୍ରତିଶ୍ରୁତି ଦେଇଛନ୍ତି ।

Girl Eating Clay Seens 5 Years In Malkangiri District

ଖାଦ୍ୟ ନଖାଇଲେ ପିଲା ହୁଅନ୍ତୁ ବୃଦ୍ଧ ବଞ୍ଚିବା କଷ୍ଟ । ତେବେ ପୁଷ୍ପା କିପରି ୫ ବର୍ଷ ହେବ ଏପରି ଜୀବନ ବଞ୍ଚୁଛି ତାର ଗବେଷଣା ଜରୁରୀ ହୋଇପଡ଼ିଛି ।

Leave a Reply