ରାଜଧାନୀରେ ଲକ୍‌ଡାଉନ୍‌ ବେଳେ ଗଣଦୁଷ୍କର୍ମକୁ ନେଇ ହଇଚଇ, ଗଣମାଧ୍ୟମ ଏବଂ ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ

1 min read

ଭୁବନେଶ୍ୱର: କରୋନା ଭିତରେ ରାଜଧାନୀ ଭୁବନେଶ୍ୱରରେ ଯୋଡ଼ି ହୋଇଛି ଗଣଦୁଷ୍କର୍ମର କଳା ଫର୍ଦ୍ଦ । ରାଜଧାନୀରେ ଲକଡାଉନରେ ଗଣଦୁଷ୍କର୍ମକୁ ନେଇ ହଇଚଇ । ନାବାଳିକାଙ୍କୁ ଗଣଦୁଷ୍କର୍ମ ଭଳି ଆସିଛି ସାଙ୍ଘତିକ ଅଭିଯୋଗ । ମହିଳା ଥାନାରେ ଦୁଷ୍କର୍ମକାରୀଙ୍କ ବିରୁଦ୍ଧରେ ହେଲା ମାମଲା ରୁଜୁ । ଏକାଥରକେ ୭ ଜଣଙ୍କ ବିରୁଦ୍ଧରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଏନେଇ ଅଭିଯୋଗକାରୀଙ୍କ ବୟାନ ରେକର୍ଡ ହୋଇଛି । ବୈଦୁତିକ ଗଣମାଧ୍ୟମର ଦୁଇଜଣ କର୍ମଚାରୀ ଏବଂ ସେହି ଅଫିସର ଦୁଇଜଣ ସିକ୍ୟୁରିଟି ଗାର୍ଡ୍ ଏଥିରେ ଲିପ୍ତ ଥିବା ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି । ସେପଟେ ସବୁଠାରୁ ବଡ଼ କଥା ହେଉଛି ଏଥିରେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା ଅଭିଯୋଗକାରୀ କହିଛନ୍ତି । ଜଣେ ପୋଲିସଙ୍କ ସହ ତାଙ୍କର ୨ ଜଣ ସହଯୋଗୀ ରହିଥିଲେ ବୋଲି ଅଭିଯୋଗକାରୀ  କହିଛନ୍ତି ।

ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ପ୍ରତିକ୍ରିୟା ମିଳିଛି । ମହିଳା ଥାନାରେ ୩୦/୦୮/୨୦୨୦ ରେ ଅଭିଯୋଗ ହୋଇଥିଲା । ଗତ ମାର୍ଚ୍ଚ ଏବଂ ଏପ୍ରିଲ ମଧ୍ୟରେ  ଦୁଷ୍କର୍ମ ହୋଇଛି । ଏହାପରେ ମହିଳା ଥାନା କେସ୍‌ ନମ୍ବର ୪୪ରେ ମାମଲା ରୁଜୁ ହୋଇଛି । ଏହାସହ IPC ର ବିଭିନ୍ନ ଧାରା ଏବଂ ପୋକ୍‌ସୋ ଆକ୍ଟରେ ଏକ କେସ୍‌ ରୁଜୁ ହୋଇଛି । ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ଘଟଣା ତଦନ୍ତ କରାଯାଉଛି । ଘଟଣାକୁ IUCWକୁ ସ୍ଥାନାନ୍ତର କରାଯାଇଛି ।

Leave a Reply