ବନ୍ଧୁତ୍ୱ ଦିବସ: ଅନଲାଇନରେ ପାଳୁଛି ସାରା ଓଡ଼ିଶା…

ଜୁଲାଇ ୩୦ । ସାରା ବିଶ୍ୱ ଏହି ଦିନଟିକୁ ଫ୍ରେଣ୍ଡ ସିପ୍ ଡେ ଭାବେ ପାଳୁଛି । ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ମାନ୍ୟତା ପାଇବା ପରେ ଦିନଟିର ମହତ୍ତ୍ୱ ବିଶ୍ୱ ସ୍ତରରେ ବଢିଛି । ତେବେ ବନ୍ଧୁତ୍ୱ ଦିବସ ପାଳନ କରିବାର କାରଣ ହେଉଛି, ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସହଯୋଗକୁ ବଢାଇବା । ଅନ୍ୟପକ୍ଷରେ ଆନ୍ତର୍ଜାତିକ ବନ୍ଧୁତ୍ୱ ଦିବସ ସମେତ ଅନ୍ୟ ଏକ ଦିନକୁ ଭାରତୀୟମାନେ ବନ୍ଧୁତ୍ୱ ଦିବସ ଭାବେ ପାଳନ୍ତି । ତାହା ହେଉଛି ଅଗଷ୍ଟ ମାସର ପ୍ରଥମ ରବିବାର । ଚଳିତ ଥର ଏହା ଅଗଷ୍ଟ ୨ ତାରିଖରେ ପଡ଼ିଛି । ଭାରତରେ ବନ୍ଧୁତ୍ୱ ଦିବସର ଲୋକ ପ୍ରିୟତା ଓ ବିଶେଷ ଭାବେ ଯୁବବର୍ଗଙ୍କ ଏହି ଦିନ ପ୍ରତି ଗୁରୁତ୍ୱ ଅହେତୁକ ଭାବେ ବଢିଛି ।

ଫ୍ରେଣ୍ଡ ସିପ୍ ବ୍ୟାଣ୍ଡର କନସେପ୍ଟ ମଧ୍ୟ ଏଇଠୁ ଆରମ୍ଭ ହୋଇଥିଲା । ପ୍ରାୟ ୨୦୦୦ ମସିହା ପରେ ଆସ୍ତେ ଆସ୍ତେ ଭାରତୀୟ ଯୁବ ବର୍ଗଙ୍କ ମଧ୍ୟରେ ଏଭଳି ଏକ ନୂଆ କଥା ଦେଖିବାକୁ ମିଳିଥିଲା । କଲେଜ ପଢୁଆ ଟିନ୍ ଏଜର୍ସ ନିଜ ନିଜ ଭିତରେ ପରସ୍ପରକୁ ବ୍ୟାଣ୍ଡ ବାନ୍ଧି ଏହାକୁ ଉତ୍ସବରେ ପରିଣତ କରିବା ପାଇଁ ଉଦ୍ୟମ କଲେ । ପରେ ନଜର ହେଲା, ଗଲା ୧୦ ବର୍ଷ ହେବ ଏହା ଭାରତୀୟଙ୍କ ସହ ଭାରି ସକ୍ରିୟ ଭାବେ ଜୋଡି ହୋଇଛି । କେବଳ ଯୁବବର୍ଗଙ୍କ ମଧ୍ୟରେ ସୀମିତ ନରହି ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷଣ କରିବାରେ ସଫଳ ହୋଇଛି । ଏଥିପାଇଁ ଦେଶ ତଥା ରାଜ୍ୟରେ କର୍ମବର୍ଦ୍ଧିଷ୍ଣୁଂ ସାମାଜିକ ଗଣମାଧ୍ୟମକୁ ମଧ୍ୟ ଅନେକାଂଶରେ ସାବାସୀ ମିଳିବା କଥା । ବୋଧ ହୁଏ, ବିନା ସାମାଜିକ ଗଣମାଧ୍ୟମରେ ଫ୍ରେଣ୍ଡସିପ ଡେକୁ ଆଜି ଯେଉଁ ଆକାର ଓ ପ୍ରକାରରେ ଦେଖୁଛେ, ତାହା ଦେଖିବା ସମ୍ଭବପର ହୋଇ ନଥାନ୍ତା ।

୧୯୫୮ରୁ ଆମେରିକା କଂଗ୍ରେସର ପ୍ରସ୍ତାବ ପରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ ହେଉଥିଲା । ପରେ ଏହି ପରମ୍ପରା ଅନ୍ୟ ଦେଶଗୁଡିକୁ ମଧ୍ୟ ବ୍ୟାପିଥିଲା । ବିଭିନ୍ନ ଦେଶର ଜୁଲାଇ ୩୧ର ଫ୍ରେଣ୍ଡସିପ୍ ଡେ ବ୍ୟତୀତ ଏଇ ପ୍ରଥମ ରବିବାରକୁ ମଧ୍ୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରୁଛନ୍ତି । ତେବେ ଏ ଦିନ ଏବେ ଲୋକ ପ୍ରିୟତାର ଶୀର୍ଷ । ପର୍ବ କିମ୍ୱା ଉତ୍ସବର କେତେ ବଡ଼, ତାହା ଲୋକଙ୍କ ଉତ୍ସାହ ନିର୍ଦ୍ଧାରଣ କରେ । ଏକଥା ଏହି ବନ୍ଧୁତ୍ୱ ଦିବସ ଅଳ୍ପେ ବହୁତ ପ୍ରମାଣ କରିଛି । ଭାରତୀୟମାନେ ବନ୍ଧୁତ୍ୱ ଦିବସକୁ ଏଇ କିଛି ବର୍ଷ ହେବେ ଏକ ଭଲ ପାର୍ବଣ ଦିବସ ଭାବେ ମାନିଲେଣି । ଏ ଦିନରେ ପୂରୁଣା ବନ୍ଧୁଙ୍କୁ କଲ୍ ଯାଉଛି, ନହେଲେ ଅତିକମରେ ହ୍ୱାଟସ୍ ଆପରେ ମେସଜରେ ଶୁଭେଚ୍ଛା ପହଞ୍ଚୁଛି । ସାଙ୍ଗମାନେ ଏକାଠି ହୋଇ ଭୋଜି କରୁଛନ୍ତି ଓ ପରସ୍ପର ସହ ସମୟ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି । ଏସବୁ ଏଦିନର ଗୁରୁତ୍ୱ ବଢାଇବା ସହ ସମର୍କକୁ ଟାଣ କରିଛି । ତେବେ ଏଥରର କରୋନା ମହାମାରୀ ଏ ଦିନକୁ ଫିକା କରିଛି । ସାମାଜିକ ଦୂରତ୍ୱ କଟକଣା ଯୋଗୁଁ ବଣଭୋଜିର ଆୟୋଜନ କିମ୍ୱା ପରସ୍ପରକୁ ଆଲିଙ୍ଗନ ଟିକାଏ କରିବାର ଇଚ୍ଛା ମଧ୍ୟ ଫିକା ପଡିଛି  । ତଥାପି ଅନଲାଇନ ଦୁନିଁଆରେ ରାଜ୍ୟ ତଥା ଦେଶ ପାଳୁଛି ବନ୍ଧୁତ୍ୱ ଦିବସ । ପରସ୍ପରକୁ ଶୁଭେଚ୍ଛା, ଅଭିନନ୍ଦନ ଦେଉଛନ୍ତି ଓ ବନ୍ଧୁତ୍ୱର ଡୋରକୁ ଆହୁରି ମଜଭୁତ୍ କରୁଛନ୍ତି ।

Leave a Reply