କରୋନା ପାଇଁ ଏନପିଆର ସ୍ଥଗିତ

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ପଦକ୍ଷେପ ଅନୁଯାୟୀ ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରାର ଅର୍ଥାତ ଏନପିଆର ଅପଡେଟ୍ ପ୍ରକ୍ରିୟାକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖାଯାଇଛି । ଅନେକ ରାଜ୍ୟରେ ଏନପିଆର ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାର ଥିଲା । ତେବେ, କରୋନାକୁ ଦୃଷ୍ଟିରେ ରଖି ଆଗାମୀ ଆଦେଶ ପର୍ଯ୍ୟନ୍ତ ଏନପିଆର ଅପଡେଟକୁ ସ୍ଥଗିତ ରଖିବାକୁ କେନ୍ଦ୍ର ଆଦେଶ ଦେଇଛି ।

ଏପ୍ରିଲରୁ ଲାଗୁହେବ NPR, ଜାଣନ୍ତୁ ଆପଣଙ୍କ ନାଁ ଏଥିରେ ଆସିବ କି ନାହିଁ ?

ଏନପିଆରକୁ କରୋନା ଝଟକା

୨୦୨୧ ଜନଗଣନା ଦୁଇଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବାର ଥିଲା । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୨୦୨୦ରୁ ସେପ୍ଟମ୍ବର ୨୦୨୦ ଯାଏ ହେବାର ଥିଲା । ପ୍ରଥମ ପର୍ଯ୍ୟାୟରେ ଘର ଗଣନା ଓ ସୂଚୀବଦ୍ଧ ହୋଇଥାନ୍ତା । ଦ୍ୱିତୀୟ ପର୍ଯ୍ୟାୟରେ ଜନଗଣନା ହୋଇଥାନ୍ତା । ଏନପିଆର ଅପଡେଟ୍ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟରେ ହେବାର ଥିଲା । କିନ୍ତୁ, ଭାଇରସ ସଂକ୍ରମଣ କାରଣରୁ ଏହାକୁ ରୋକି ଦିଆଯାଇଛି ।

୧୪ ଏପ୍ରିଲ ପର୍ଯ୍ୟନ୍ତ ପୁରା ଦେଶରେ ଲକ୍ ଡାଉନ୍

କରୋନା ଭାଇରସ ଦ୍ୱାରା ଉତ୍ପନ ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୂରା ଦେଶକୁ ଲକ୍ ଡାଉନ କରିଛନ୍ତି । ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏହ ଲକ୍ ଡାଉନ୍ ଜାରି ରହିବ । ଏହି ସମୟରେ ଜରୁରୀ ସେବାକୁ ଛାଡି ଦେଲେ ବାକି ସବୁକିଛି ବନ୍ଦ ରହିବ ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

Leave a Reply