ମାତୃଭୂମି ପ୍ରେସ୍‌ରେ ଅଗ୍ନିକାଣ୍ଡ: କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ: ଦରଘାବଜାରରେ ସ୍ଥିତ ପୁରାତନ ମାତୃଭୂମି ପ୍ରେସରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ରାତି ସାଢେ ୩ଟାରେ ହଠାତ ପ୍ରେସର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀର ୬ଟି ଟିମ୍‌ । ଏହା ପରେ ନିଆଁକୁ ଆୟତ୍ତ କରିବା କାମରେ ଲାଗିଥିଲେ।

ତ୍ୱରିତ ପଦକ୍ଷେପ ଯୋଗୁ ଏବେ ନିଆଁ ଆୟତ୍ତ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଏବେବି ୨ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରେସରେ ଥିବା ଲୋକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ସୁରକ୍ଷିତ ଉଦ୍ଧାର କରିଛନ୍ତି । କୌଣସି ବ୍ୟକ୍ତିଙ୍କ ମୃତାହତ ନେଇ ମଧ୍ୟ କୌଣସି ସୂଚନା ନାହିଁ ।

Leave a Reply