ସୋନୁ ସୁଦଙ୍କୁ iPhone ମାଗିବାରୁ ମଜାଦାର ଜବାବ ଦେଲେ ଅଭିନେତା

1 min read

ନୂଆଦିଲ୍ଲୀ: କରୋନା ମହାମାରୀରେ ପ୍ରଭାବିତ ହୋଇଛନ୍ତି କୋଟି କୋଟି ଲୋକ । କିନ୍ତୁ ନିଜ ସକ୍ଷମ ଅନୁଯାୟୀ ଲୋକଙ୍କୁ ସହାୟତା କରି  ମହାନ୍ ସାଜିଛନ୍ତି ବଲିଉଡ ଏବଂ ଟଲିଉଡ ଅଭିନେତା ସୋନୁ ସୁଦ । ଏକାଧିକ ପ୍ରବାସୀ ଶ୍ରମିକଙ୍କ ସହାୟତା କରି ସମାଜ ସେବୀ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ଅଭିନେତା । କାହାକୁ ଘର ଲୋକଙ୍କ ନିକଟକୁ ପଠାଇଛନ୍ତି ତ କାହା ପାଇଁ ବହି କିଣି ଦେଇଛନ୍ତି । ଏହା ସହିତ ୨୦ ହଜାର ପ୍ରବାସୀଙ୍କୁ ଘର ଦେବାପାଇଁ ପ୍ରତିଶୃତି ଦେଇଛନ୍ତି । ଏମିତି ଅନେକଙ୍କ ଆଖିରୁ ଲୁହ ପୋଛି ଦେଇଛନ୍ତି ଏହି ମହାନ କଳାକାର ଏବଂ ମହାନ୍ ମଣିଷ । ତେବେ ନିଜର ସମସ୍ୟା ଲୋକମାନେ ତାଙ୍କୁ ଟ୍ୱିଟ ମାଧ୍ୟମରେ ଜଣାଉଥିବା ବେଳେ ନିକଟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ସମ୍ପୂର୍ଣ୍ଣ ଭିନ୍ନ ।

ବାସ୍ତବରେ ଟ୍ୱିଟରରେ ଜଣେ ପ୍ରଶଂସକ ସୋନୁଙ୍କୁ iPhone ମାଗିଛନ୍ତି। ଉକ୍ତ ବିଷୟରେ ପୂର୍ବରୁ ୨୦ ଥର ଟ୍ୱିଟ କରିଥିବା ମଧ୍ୟ ପ୍ରଶଂସକ ଜଣକ ଲେଖିଛନ୍ତି । ଯାହାର ଜବାବରେ ସୋନୁ ଲେଖିଛନ୍ତି, ମୋତେ ମଧ୍ୟ ଫୋନ ଦରକାର । ଏଥିପାଇଁ ମୁଁ ତୁମକୁ ୨୧ ଥର ଟ୍ୱିଟ କରିପାରିବି । ତେବେ ସୋନୁଙ୍କ ଏଭଳି ଉତ୍ତରକୁ ବେଶ୍ ପ୍ରଶଂସା କରୁଛନ୍ତି ୟୁଜର୍ସ ।

 

ସୋନୁଙ୍କୁ ନିକଟରେ ଜଣେ ମଧ୍ୟବିତ୍ତ ଶ୍ରେଣୀର ଯୁବକ ଏକ ବ୍ୟାଟ ପାଇଁ ଅନୁରୋଧ କରିଥିଲେ । ଯାହାପରେ ନିଜର ଠିକଣା ପଠାଅ ପହଞ୍ଚିଯିବ ବୋଲି ସୋନୁ ଉତ୍ତର ଦେଇଥିଲେ ।

Leave a Reply