ସରକାରୀ ଡାକ୍ତରଖାନାରେ ଶୋଷଣ: ରୋଗୀଙ୍କ ଠାରୁ ରକ୍ତ ବାବଦରେ ନିଆଯାଉଛି ମାତ୍ରାଧିକ ଟଙ୍କା

ସମ୍ୱଲପୁର: ବୁର୍ଲା ଭିମସାର ମେଡିକାଲ ବିରୋଧରେ ଅଭିଯୋଗ । ରକ୍ତ ବଦଳରେ ରୋଗୀଙ୍କଠାରୁ ନିଆଯାଉଛି ଟଙ୍କା । ଶୋଷଣର ଶିକାର ହେଉଛନ୍ତି ରୋଗୀ ଓ ସଂପର୍କୀୟ । ସେପଟେ ସନ୍ତୋଷଜନକ ଉତ୍ତର ରଖୁନାହାନ୍ତି ରକ୍ତ ଭଣ୍ଡାର ଅଧିକାରୀ ।

ପୁଣି ବିବାଦରେ ବୁର୍ଲା ମେଡିକାଲ । ଭିମସାର ରକ୍ତ ଭଣ୍ଡାରରେ ଦୁର୍ନୀତି ଅଭିଯୋଗ । ରୋଗୀଙ୍କଠାରୁ ରକ୍ତ ବାବଦରେ ମାତ୍ରାଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହୋଇଛି । ରସିଦ ଯାଉନାହିଁ । କିଛି ରସିଦରେ ଲେଖା ଯାଇଥିବା ଅର୍ଥଠାରୁ ଅଧିକ ଅର୍ଥ ଆଦାୟ ହେଉଛି । ଦିଆଯାଉଥିବା ରସିଦରେ ୟୁନିଟ୍ ନମ୍ବର ମଧ୍ୟ ଲେଖା ଯାଉନଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଭିମସାରରେ ରୋଗୀଙ୍କୁ ରକ୍ତ ବଦଳରେ ମାଗଣାରେ ରକ୍ତ ଦେବାର ବ୍ୟବସ୍ଥା ଅଛି । ବେସରକାରୀ ନର୍ସିଂ ହୋମ୍ ରୋଗୀଙ୍କୁ ରକ୍ତ ଦେବା ପାଇଁ ୨୦୦ ଟଙ୍କା ନିଆଯିବ । କିନ୍ତୁ ଭିମସାରରେ ଏହି ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି ।

ଉଭୟ ଭିମସାର ଓ ବାହାର ରୋଗୀଙ୍କଠାରୁ ମାତ୍ରାଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହେଉଛି । ରୋଗୀଙ୍କୁ ବଞ୍ଚାଇବା ପାଇଁ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରନ୍ତି । କିନ୍ତୁ ସେହି ରକ୍ତ ବିକି କିଛି ଲୋକ ମାମଲାମାଲ ହେଉଥିବା ଅଭିଯୋଗର ତଦନ୍ତ ପାଇଁ ସବୁ ମହଲରେ ଦାବି ହେଉଛି ।

 

Leave a Reply