ବିଦ୍ୟାଶ୍ରୀଙ୍କ ନାଁରେ ମାମଲା ରୁଜୁ କଲେ ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା

ବାଲେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ଖିଅ ଖୋଲିନି । ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ଆଦିତ୍ୟଙ୍କ ପତ୍ନୀ ଫସିଛନ୍ତି ମାମଲାରେ । ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ବାଲେଶ୍ୱର ଜିଲ୍ଲାର ଚିନ୍ମୟୀ ମହାପାତ୍ର ଥାନାରେ ମାମଲା ରୁଜୁ କରିଛନ୍ତି । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତଙ୍କ ନାଁରେ ମାମଲା କରିଛନ୍ତି ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁର ପ୍ରାୟ ୫୦ ଦିନ ପରେ ବିଦ୍ୟାଶ୍ରୀ ଓ ବିସ୍ମିତ ସାଇକୋ ଲେଡି କଥା ଉଠାଇଥିଲେ । ଯାହା ପରେ ସାମ୍ନାକୁ ଆସିଥିଲେ ଚିନ୍ମୟୀ ।

ବିଦ୍ୟାଶ୍ରୀ ଓ ବିସ୍ମିତଙ୍କ ସମସ୍ତ ଅଭିଯୋଗକୁ ଚିନ୍ମୟୀ ଖଣ୍ଡନ କରିଥିଲେ । କହିଥିଲେ ମୁଁ ‘ସାଇକୋ’ ନୁହେଁ । ଆଦିତ୍ୟ ଆଉ ମୁଁ ପରସ୍ପରକୁ ଭଲ ପାଉଥିଲୁ । ଆମ ଭିତରେ ୪ ମାସ ଯାଏଁ ସମ୍ପର୍କ ଥିଲା । ଏପରିକି ମୁଁ ଭୁବନେଶ୍ୱର ଯାଉଥିବା ବେଳେ ଆଦିତ୍ୟଙ୍କ ସହ ସମୟ କଟାଉଥିଲି । ଉଭୟେ ମଧ୍ୟ ଆଦିତ୍ୟଙ୍କ ବୃଦ୍ଧାଶ୍ରମକୁ ଯାଇଥିବା ପ୍ରମାଣ ଦେଖାଇଥିଲେ ଚିନ୍ମୟୀ ।

ଖଇରା ଥାନାରେ ଚିନ୍ମୟୀ ମାମଲା ରୁଜୁ କରିଛନ୍ତି । ଆଇପିସି ଧାରା ୫୦୦, ୫୦୬, ୧୯୯, ୨୦୩ ଓ ୩୪ରେ ପୋଲିସ ମାମଲା ରୁଜୁ କରିଛି । ଗୋଟିଏ ପଟେ ଆଦିତ୍ୟଙ୍କ ମୃତ୍ୟୁ ଉପରୁ ରହସ୍ୟ କ୍ରାଇମବ୍ରାଞ୍ଚ ଉଠାଇ ପାରି ନଥିବା ବେଳେ ଚିନ୍ମୟୀଙ୍କ ମାମଲା ପୁଣି ଅଡ଼ୁଆ ବଢ଼ାଇଛି ।

Leave a Reply