ଚାକିରି ଛାଡ଼ି ଚା ଦୋକାନ ଖୋଲିଛନ୍ତି ଇଞ୍ଜିନିୟର

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଛିନ୍ଦବାଡ଼ା ସହରରେ ଜଣେ ଯୁବକ ‘ଇଞ୍ଜିନିୟର ଚା ବାଲା’ ନାମରେ ଏକ ଦୋକାନ ଖୋଲି ଚର୍ଚ୍ଚାକୁ ଆସି ଯାଇଛନ୍ତି । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ତାହା ହେଉଛି ଦୋକାନରେ ଲାଗିଥିବା ବୋର୍ଡ଼ । ସେଥିରେ ଏଭଳି କିଛି ଶବ୍ଦ ଲେଖା ଯାଇଛି ଯାହା ସମସ୍ତଙ୍କୁ ଆକର୍ଷିତ କରିଛି । ସେଥିରେ ଲେଖା ଅଛି ଯେ, ଏମିତିରେ ମୁଁ ଜଣ ସଫ୍ଟଓ୍ୱେର ଇଞ୍ଜିନିୟର । ମୁଁ କେତେକ କମ୍ପାନୀ ଯେପରି ବିପ୍ରୋ,ବିଜନେସ ଇଣ୍ଟଲିଜେନ୍ସ ଓ ଟ୍ରଷ୍ଟ ସଫ୍ଟଓ୍ୱେରରେ କାମ କରି ସାରିଛି । ଯେଉଁଠାରେ ଟଙ୍କା ତ ମିଳୁଥିଲା, କିନ୍ତୁ ଶାନ୍ତି ନଥିଲା । ମୁଁ ସବୁବେଳେ ବ୍ୟାପାର ବାଣିଜ୍ୟ କରିବାକୁ ଚାହୁଁଥିଲି । ପ୍ରତିଦିନ ମୋ ଟେବଲ ଉପରକୁ ଚା ଆସେ, କିନ୍ତୁ ଭଲ ଚା କେବେ ମିଳିନି । ମୁଁ ସବୁବେଳେ ଚା ପିଇବାକୁ ପସନ୍ଦ କରେ । ଯାହା ପରେ ଚା ଦୋକାନ ଖୋଲିବାକୁ ମୁଁ ମନ ବଳାଇଲି।

ଏହି ସଫ୍ଟଓ୍ୱେର ଇଞ୍ଜିନିୟରଙ୍କ ନାମ ଅଙ୍କିତ ନାଗବଂଶୀ । ସେ ତାଙ୍କ ବନ୍ଧୁ ମାନଙ୍କ ସହିତ ମିଶି କେବେ କେବେ ବାହାରକୁ ଚା ପିଇବାକୁ ଯାଆନ୍ତି । ପରେ ଚା ଦୋକାନୀ ସହିତ ବନ୍ଧୁତା ହୋଇଗଲା । କଥା ହେଉ ହେଉ ଜାଣିବାକୁ ପାଇଲି ଯେ,ସେ ମାସକୁ ଦେଢରୁ ଦୁଇ ଲକ୍ଷ ରୋଜଗାର କରୁଛନ୍ତି । ଚାକିରି କରି ସେ ଯେତିକି ଟଙ୍କା ପାଉନାହାନ୍ତି  ସେତିକି ଚା ଦୋକାନରୁ ରୋଜଗାର ହେଉଛି ଜାଣିବା ପରେ ନାଗବଂଶୀ ଚା’ ଦୋକାନ ଖୋଲିବାକୁ ନିଷ୍ପତି ନେଲେ । ତେବେ ସଂପୂର୍ଣ୍ଣ ଭାବେ ମନସ୍ଥିର କରିବାକୁ ଅଙ୍କିତଙ୍କୁ ତିନି ବର୍ଷ ସମୟ ଲାଗିଗଲା । ତା ପରେ ସେ ଚା ଦୋକାନ ଆରମ୍ଭ କଲେ ।

ଅଙ୍କିତଙ୍କ ବାପା ମାଆ ନାହାଁନ୍ତି । ସେ ଘରର ବଡ଼ ପୁଅ । ତେବେ ସମସ୍ୟା ପଡ଼ିଲେ କେହି ସାହାଯ୍ୟ କରିବେ ନାହିଁ ଏବଂ ନିଜ ସମସ୍ୟା ନିଜକୁ ସମାଧାନ କରିବାକୁ ପଡ଼ିବ । ତେଣୁ କାମକୁ ନେଇ ଛୋଟବଡ଼ ମନୋଭାବ ରଖିବା ଅନୁଚିତ୍ ବୋଲି କୁହନ୍ତି ଅଙ୍କିତ୍ ।

Leave a Reply